ହାଇଦ୍ରାବାଦ: ମନୁଷ୍ୟ ଶରୀରର ମଧ୍ୟରେ ପ୍ରତିଦିନ ମେଲାଟୋନିନର ମାତ୍ରା ବୃଦ୍ଧି କିମ୍ବା ହ୍ରାସ ହୋଇଥାଏ। ଏହାର ଏକ ମୁଖ୍ୟ କାରଣ ହେଉଛି ସୂର୍ଯ୍ୟକିରଣ, କିନ୍ତୁ ବର୍ତ୍ତମାନ ଆଲୋକ ପ୍ରଦୂଷଣ ମଧ୍ୟ ମେଲାଟୋନିନର ମାତ୍ରାକୁ ପ୍ରଭାବିତ କରିଥାଏ। ଉଭୟ ମନୁଷ୍ୟ ଓ ପରିବା ମଧ୍ୟରେ ମେଲାଟୋନିନର ମାତ୍ରା ଦେଖିବାକୁ ମିଳେ। ଏକ ଗବେଷଣା ଅନୁସାରେ କମ୍ ଆଲୋକର ମେଲାଟୋନିନର ମାତ୍ରାକୁ କମ୍ କରିଥାଏ।
ଦିନ-ରାତି ଅନୁସାରେ, ମେଲାଟୋନିନର ମାତ୍ରାରେ ମଧ୍ୟ ପରିବର୍ତ୍ତନ ଆସିଥାଏ। କୋଷର ସିରାଡିଆନ ଚକ୍ର, ଟିସୁ, ଏହା ସହ ପ୍ରଜନନକୁ ମଧ୍ୟ ମେଲାଟୋନିନ୍ ପ୍ରଭାବିତ କରିଥାଏ। ଅଧିକ ଆଲୋକ ଥିବା ସ୍ଥାନରେ ମେଲାଟୋନିନର ମାତ୍ରା କମ୍ ହେଉଥିବା ବେଳେ କମ୍ ଆଲୋକ ଥିବା ସ୍ଥାନର ମେଲାଟୋନିନର ମାତ୍ରା ବୃଦ୍ଧି ହୋଇଥାଏ।
ରାତିରେ କ୍ରୃତିମ ଆଲୋକ ପ୍ରାକୃତିକ ମେଲାଟୋନିନ ଉତ୍ପାଦନ ଉପରେ ପ୍ରଭାବ ପକାଇଥାଏ। ପ୍ରାୟ 1900 ଅଧ୍ୟୟନ ମଧ୍ୟରୁ ପାଖାପାଖି 72ଟି କାର୍ଯ୍ୟକୁ ନେଇ ଗବେଷଣା କରାଯାଇଥିଲା। ଏହି ଗବେଷଣା ମୁତାବକ, ଅତି କମ୍ ମାତ୍ରାର ଆଲୋକ ମଧ୍ୟ ମେଲାଟୋନିନ ଉତ୍ପାଦନକୁ ମଧ୍ୟ କମ୍ କରିଥାଏ।
କମ୍ ଚନ୍ଦ୍ର ଆଲୋକ ମଧ୍ୟ ମେଲାଟୋନିନର ମାତ୍ରାକୁ ମଧ୍ୟ କମ୍ କରିଥାଏ। ଖାସ୍ କରି ପରିବା ମଧ୍ୟରେ ଏହାର ପ୍ରଭେଦ ଦେଖିବାକୁ ମିଳିଥାଏ। ଉଦ୍ଭିଦ ଓ ମନୁଷ୍ୟ ମଧ୍ୟରେ ଏହାକୁ ନେଇ ପରୀକ୍ଷା କରାଯାଇଥିଲେ ମଧ୍ୟ ସରୀସୃପ ଓ ସ୍ତନ୍ୟପାୟୀଙ୍କୁ ନେଇ ଏଯାଏଁ କୌଣସି ଗବେଷଣା କରାଯାଇ ପାରିନାହିଁ।