ETV Bharat / bharat

କୋରବାରେ ଲାଇଫ ଲାଇନ ଏକ୍ସପ୍ରେସର ଶୁଭାରମ୍ଭ - ଲାଇଫ ଲାଇନ ଏକ୍ସପ୍ରେସର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ

ଛତିଶଗଡର କୋରବାରେ ଲାଇଫଲାଇନ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Oct 13, 2019, 1:30 PM IST

ରାୟପୁର: ଛତିଶଗଡର କୋରବାରେ ବହୁପ୍ରତିକ୍ଷିତ ଲାଇଫଲାଇନ ଏକ୍ସପ୍ରେସର ଶୁଭାରମ୍ଭ ହେଇଛି । ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ସବୁଜ ପତାକା ଦେଖାଇ ଏହାର ଶୁଭ ଉଦଘାଟନ କରିଛନ୍ତି । ଏହାପରେ ଘଣ୍ଟଘରରେ ଏକ ସାଧାରଣସଭାରେ ଜନତାଙ୍କୁ ସମ୍ବୋଧନ କରିଥିଲେ ।

ସୂଚନାମୁତାବକ, ଲାଇଫଲାଇନ ଏକ୍ସପ୍ରେସରେ 40ରୁ ଅଧିକ ଡାକ୍ତର ଓ ନର୍ସ ଉପସ୍ଥିତ ରହିବେ । ଏହି ଟ୍ରେନ କୋରବା ରେଳ ଷ୍ଟେସନର ପ୍ଲାଟଫର୍ମରେ ରହି ଜିଲ୍ଲାର ଜନତାଙ୍କୁ ସମ୍ପୂର୍ଣ୍ଣ ଭାବେ ନିଃଶୁଳ୍କ ବା ମାଗଣା ଚିକିତ୍ସା ଦିଆଯିବ । ରେଳ ବିଭାଗର ହସ୍ପିଟାଲରେ ମୋତିଆବିନ୍ଦୁ, କ୍ୟାନସର, ଅସ୍ଥି ଜନିତ ପୀଡା, ବ୍ଲଡପ୍ରେସର, ଡାଇବେଟିସ ଭଳି ରୋଗର ଚିକିତ୍ସା କରାଯିବ ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ବଘେଲ ଘଣ୍ଟାଘର ମୈଦାନରେ ବିଭିନ୍ନ ଯୋଜନା ଗୁଡିକ ବିଷୟରେ ସୂଚନା ଦିଆଯାଉଥିବା ଷ୍ଟଲ ଗୁଡିକକୁ ଯାଇଥିଲେ । ସେଠାରେ ସବୁ ନିରୀକ୍ଷଣ କରି ଦେଖିଥିଲେ ଏହାପରେ 271 କୋଟି ଟଙ୍କା କାର୍ଯ୍ୟର ଶିଳାନ୍ୟାସ ସବୁକୁ ଲୋକାର୍ପଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସିଏମ ବଘେଲଙ୍କ ସହ ବିଧାନସଭା ଅଧ୍ୟକ୍ଷ ଚରଣଦାସ ମହନ୍ତ, ପ୍ରଭାରୀ ମନ୍ତ୍ରୀ ଡା.ପ୍ରେମ ସିଂହ ଟେକାମ, ରାଜସ୍ବ ମନ୍ତ୍ରୀ ଜୟାସିଂହ ଅଗ୍ରଓ୍ବାଲଙ୍କ ସହ ଅନେକ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।

Intro:Body:

aaa

Conclusion:

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.