ହାଇଦ୍ରାବାଦ: ମହାଭାରତ ଗ୍ରନ୍ଥର ରଚନା କରିଥିଲେ ମହର୍ଷି କ୍ରିଷ୍ଣଦଭାଇପାୟାନ ବ୍ୟାସଦେବ । ମହାଭାରତର ରଚୟତା ନୁହେଁ ବଂର ଏହି ସବୁ ଘଟଣାର ସାକ୍ଷୀ ମଧ୍ୟ ରହିସାରିଛନ୍ତି ସେ ।
ଏହି ଗ୍ରନ୍ଥକୁ ବ୍ୟାସଦେବ ଜଣେ ଏପରି ବ୍ୟକ୍ତି ଦ୍ବାରା ଲେଖାଇବାକୁ ଚାହୁଁଥିଲେ ଯିଏ ପରମ ଜ୍ଞାନି ହେବା ସହ ତାଙ୍କ କଥାକୁ ଧୈର୍ଯ୍ୟର ସହ ଶୁଣିବାର କ୍ଷମତା ରଖୁଥିବ । ଆଉ ଏହି କାର୍ଯ୍ୟ ପାଇଁ ସେ ପ୍ରଭୁ ଗଜାନନଙ୍କୁ ସର୍ବଶ୍ରେଷ୍ଠ ବୋଲି ବାଛିଥିଲେ ।
ବୃହତ୍ତ ଏବଂ ବିଶେଷ କାର୍ଯ୍ୟ କରିବା ପାଇଁ ଶକ୍ତିର ଆବଶ୍ୟକତା ରହିଛି । ତେଣୁ ମହାଭାରତ ଲେଖିବାର କାର୍ଯ୍ୟ ଗଣେଶ ପ୍ରଭୁ ଆରମ୍ଭ କରିଦେଲେ । ବ୍ୟାସଦେବ କହିବା ଆରମ୍ଭ କଲେ ଆଉ ଗଣେଶ ଲେଖିବା ଆରମ୍ଭ କଲେ ।
ଯେବେ ମହାଭାରତ ଲେଖିବା କାର୍ଯ୍ୟ ଶେଷ ହେଲା ସେବେ ବ୍ୟାସଦେବ ଗଣେଶଙ୍କୁ କହିଲେ ମୁଁ ଆପଣଙ୍କ ଦ୍ବାରା ଚବିଶ ଲକ୍ଷ ଶବ୍ଦ ଲେଖାଇଲି । ମାତ୍ର ଆଶ୍ଚର୍ଯ୍ୟର ବିଷୟ ଏହା ଆପଣ ଚୁପ୍ଚାପ୍ ଲେଖି ଚାଲିଲେ । ଏହାପରେ ଗଣେଶ ପ୍ରଭୁ ଉତ୍ତର ଦେଲେ, କୌଣସି ବଡ କାର୍ଯ୍ୟ ସଂମ୍ପୂର୍ଣ୍ଣ କରିବାକୁ ହେଲେ ଶକ୍ତିର ଆବଶ୍ୟକତା ରହିଛି । ଆଉ ଶକ୍ତିର ଆଧାର ଧୈର୍ଯ୍ୟ । ଧୈର୍ଯ୍ୟ ହିଁ ସଫଳତାରା ଚାବିକାଠି ।
ଯଦି ମୁଁ ମୋ ବାଣୀ ଉପରେ ସଂଯମତା ରକ୍ଷା ନକରିଥାଆନ୍ତି ତେବେ ଏହି ଗ୍ରନ୍ଥ କେବେବି ସଂମ୍ପୂର୍ଣ୍ଣ ହୋଇନଥାନ୍ତା । ଅର୍ଥାତ ଧୈର୍ଯ୍ୟ ଦ୍ବାରା ହିଁ ସମସ୍ତ କାର୍ଯ୍ୟ ସଂପୂର୍ଣ୍ଣ ହୋଇଥାଏ ।