ETV Bharat / bharat

କେମିତି ଜାଣିବେ ଆପଣଙ୍କୁ ଡିହାଇଡ୍ରେସନ ହୋଇଛି କି ନା ... - Life

ଖରାଦିନେ ଡିହାଇଡ୍ରେସନ ହେଉଛି ମୁଖ୍ୟ ସମସ୍ୟା । ଏହି କାରଣରୁ ଖରାଦିନେ ଦେହକୁ ଥଣ୍ଡା ରଖିବା ପାଇଁ ପାଣି ପିଇବା ଜରୁରୀ ।

ଫାଇଲ ଫଟୋ
author img

By

Published : Apr 3, 2019, 12:24 PM IST

ଖରାଦିନ ଟାଇଁଟାଇଁ ଖରା ସହ ଝାଞ୍ଜି ପବନ । ଏହି ସମୟରେ ଟିକେ ବି ବାହାରକୁ ଗଲେ ଦେହ ମୁଣ୍ଡ ଜଳିଯିବା ସହ ଥକ୍କା ଲାଗିଥାଏ । ଯାହାଫଳରେ ଶରୀରରୁ ଜଳୀୟ ଅଂଶ ମଧ୍ୟ କମିଯାଏ । ଏହିଦିନରେ ଡିହାଇଡ୍ରେସନ ହେଉଛି ମୁଖ୍ୟ ସମସ୍ୟା । କାରଣ ଶରୀରରେ ଥିବା ଜଳୀୟ ଅଂଶ ଖରାଦିନେ ଝାଳ ଆକାରରେ ଶରୀରରୁ ବାହାରିଯାଏ ତେଣୁ ଦେହକୁ ଥଣ୍ଡା ରଖିବା ପାଇଁ ପାଣି ପିଇବା ଜରୁରୀ ।

ଯଦି ଆପଣ କମ ପାଣି ପିଉଛନ୍ତି ତେବେ ଡିହାଇଡ୍ରେସନର ଅସୁବିଧା ଦେଖା ଦେଇପାରେ । ଯେଉଁଥିପାଇଁ ଜଣେ ବ୍ୟକ୍ତି ହୃଦଘାତର ଶିକାର ହେବା ସହ ମଧ୍ୟ ମୃତ୍ୟୁମୁଖରେ ପଡିଥାଏ । ତେବେ ଆସନ୍ତୁ ଜାଣିବା ଡିହାଇଡ୍ରେସନର ବିଭିନ୍ନ ଲକ୍ଷଣ ବିଷୟରେ...

ମୁଣ୍ଡ ବୁଲାଇବା

1. ଡିହାଇଡ୍ରେସନର ସ୍ତର ବଢିଗଲେ ହଠାତ୍ ମୁଣ୍ଡ ବୁଲାଇଥାଏ । ଏହାସହ ଆଖି ଆଗରେ ସବୁ କିଛି ଅନ୍ଧାର ଦେଖାଯିବା ସହ ମୁଣ୍ଡ ବିନ୍ଧା ଆରମ୍ଭ ହୁଏ । ଏହି ସମୟରେ ବ୍ୟକ୍ତି ଜଣକୁ ଲେମ୍ବୁ ପାଣି, ନଡିଆ ପାଣି ଓ ବଟରମିଲ୍କ ମଧ୍ୟ ଦେଇପାରିବେ ।

ତ୍ବଚା ଶୁଷ୍କ

2. ଡିହାଇଡ୍ରେସନ ହେବା ପରେ ଶରୀରରୁ ଜଳୀୟ ଅଂଶ କମିଯାଏ । ଯାହାଫଳରେ ତ୍ବଚା ଶୁଷ୍କ ଦେଖାଯାଏ । ଏମିତି ଅନେକ ସମୟରେ ଓଠ ଫାଟିବା ସହ ତ୍ବଚା ରୁକ୍ଷ ଦେଖାଯାଏ ।

ମୁଣ୍ଡ ବିନ୍ଧା

3. ମୁଣ୍ଡବିନ୍ଧାର ମୁଖ୍ୟ କାରଣ ହେଉଛି ଜଳୀୟ ଅଂଶର ଅଭାବ । ଅଧିକାଂଶ ମୁଣ୍ଡବିନ୍ଧା ରୋଗି ଡିହାଇଡ୍ରେସନର ଅସୁବିଧା ଭୋଗିଥାନ୍ତି ।

ଆଣ୍ଠୁ ଗଣ୍ଠି ବିନ୍ଧା

4. ଯଦି ଆପଣ ଆବଶ୍ୟକଠାରୁ ଅଧିକ ପାଣି ପିଇବେ ତେବେ ପ୍ରତି 30 ମିନିଟ ଅବଧି ମଧ୍ୟରେ ପରିସ୍ରା ଲାଗିଥାଏ । କିନ୍ତୁ ପାଣି ପିଇବା ପରେ ପରେ 8 ଘଣ୍ଟା ପର୍ଯ୍ୟନ୍ତ ପରିସ୍ରା ନଲାଗିଲେ ଜାଣିବେ ଆପଣ ଡିହାଇଡ୍ରେସନର ଶିକାର ହୋଇଛନ୍ତି ।

2.4.19 Brahmagiri ,Debashish Das
ବିରାଟ ପଟୁଆରରେ ପ୍ରାଥୀପତ୍ର ଦାଖଲ କଲେ ବିଜେଡି ପ୍ରାଥୀ ।
ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଓଡ଼ିଶାରେ ଏକ ଚର୍ଚିତ ନିର୍ବାଚନ ମଣ୍ଡଳୀ ରୁପେ ଗଣା ହୋଇଥାଏ।ଏଠି ଗତ 2ଥର ଲଗାତାର ଭାବେ ବିଧାୟକ ଥିବା ସଂଜୟ ଦାସବର୍ମା ବିଜେଡି ପାଈଁ ଟିକେଟ ପାଇଥିବା ବେଳେ ମଙ୍ଗଳବାର ଦିନ ଶତାଧିକ କର୍ମୀ ଙ୍କୁ ନେଇ ପ୍ରାଥୀ ପତ୍ର ଦାଖଲ କରିବା ପାଇଁ ପୂରୀ ଅଭିମୁଖେ ବାହାରିଛନ୍ତି।
ମାଲୁଦ ଠାରୁ ଶୋଭା ଯାତ୍ରା ବାହାରି ବ୍ରହ୍ମଗିରିର ଆରାଧ୍ୟ ଅଲାରନାଥ ଙ୍କୁ ପୁଯାର୍ଚନାଁ କରିଵା ସହ ବ୍ରହ୍ମଗିରିର ରହି ଯାଇଥିଵା ଅଧୁରା କାମକୁ ସଂପୂଣ୍ଣ କରିଵା ପାଈଁ ଠାକୁରଙ୍କ ପାଖରେ ସଂକଳ୍ପ ନେଇଥିବା ଜଣାଇଛନ୍ତି।
Byte 1 Sanjay Dasbarma.
Visual and byte send by mojo kit.or what's up.
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.