ETV Bharat / bharat

ମାଗଣା ରୋଗୀସେବାରେ ଲାଗିବ ରାଜଭବନ ହେଲିକପ୍ଟର, ଏଲଜି ଦେଲେ ଆଦେଶ - ଜାମ୍ମୁ-କାଶ୍ମୀର ରାଜଭାବନ

ଜମ୍ମୁ ଓ କାଶ୍ମୀର ରାଜଭାବନର ହେଲିକପ୍ଟରକୁ ଗରିବଙ୍କ ପାଇଁ ଜରୁରୀକାଳୀନ ସେବାରେ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି ଉପରାଜ୍ୟପାଳ ମନୋଜ ସିହ୍ନା । ଅଧିକ ପଢନ୍ତୁ...

ମାଗଣା ରୋଗୀସେବାରେ ଲାଗିବ ଜାମ୍ମୁ-କାଶ୍ମୀର ରାଜଭାବନ ହେଲିକପ୍ଟର, ଏଲଜି ଦେଲେ ଆଦେଶ

author img

By

Published : Oct 16, 2020, 9:02 PM IST

ଶ୍ରୀନଗର: ଜମ୍ମୁ ଓ କାଶ୍ମୀର ରାଜଭାବନର ହେଲିକପ୍ଟରକୁ ଗରିବଙ୍କ ପାଇଁ ଜରୁରୀକାଳୀନ ସେବାରେ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି ଉପରାଜ୍ୟପାଳ ମନୋଜ ସିହ୍ନା । କେନ୍ଦ୍ର ଶାସିତ ଅଞ୍ଚଳର ଦୁର୍ଗମ ସ୍ଥାନରେ ଜରୁରୀକାଳୀନ ସ୍ଥିତିରେ ରୋଗୀଙ୍କୁ ରାଜଭବନ ହେଲିକପ୍ଟରରେ ମାଗାଣା ଏୟାରଲିଫ୍ଟ କରି ଡାକ୍ତରଖାନା ପହଞ୍ଚାଇବାକୁ ଆଦେଶ ଦେଇଛନ୍ତି ଉପରାଜ୍ୟପାଳ ।

ଜମ୍ମୁ ଓ କାଶ୍ମୀରର ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରଦାନ କରାଯାଇଥିବା ସୂଚନାରେ ଦର୍ଶାଯାଇଛି ଯେ ଏହି ସେବା ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ରୋଗୀଙ୍କ ପାଇଁ । ତେବେ ଯେଉଁମାନଙ୍କର ଡିଭିଜନାଲ କମିଶନରଙ୍କ ନିକଟରେ ହେଲିକପ୍ଟର ସେବାର ସୁବିଧା ନାହିଁ, ସେମାନେ ସବସିଡି ହାରରେ ଏହି ସୁବିଧାର ଲାଭ ଉଠାଇ ପାରିବେ ବୋଲି କୁହାଯାଇଛି ।

ଜମ୍ମୁ ଓ କାଶ୍ମୀର ଏକ ପାହାଡ଼ିଆ ରାଜ୍ୟ । ଏଠାରେ ଅଞ୍ଚଳ ଦୁର୍ଗମ । ଲୋକମାନେ ଅନେକ କିଲୋମିଟର ଚାଲିବା ପରେ ପରିବହନ ସୁବିଧା ପାଇଥାନ୍ତି । ଅନେକ ଥର ରୋଗୀଙ୍କୁ ଖଟ ଉପରେ ଉଠାଇ ଡାକ୍ତରଖାନା ନେବାକୁ ପଡେ । ନିକଟରେ ଉପରାଜ୍ୟପାଳ ହେବା ପରେ ଜାମ୍ମୁ ଓ କାଶ୍ମୀରକୁ ଆସିଥିବା ମନୋଜ ସିହ୍ନା ଆଜିକାଲି କେନ୍ଦ୍ର ଶାସିତ ଅଞ୍ଚଳର ପ୍ରତ୍ୟେକ ସ୍ଥାନରେ ଲୋକଙ୍କ ନିକଟକୁ ଯାଇ ସେମାନଙ୍କ ସମସ୍ୟା ବୁଝୁଥିବା ଦେଖିବାକୁ ମିଳିଛି ।

ଘାଟିରେ ବ୍ୟାକ ଟୁ ଭିଲେଜ' ଗ୍ରାମୀଣ ବିକାଶ କାର୍ଯ୍ୟକ୍ରମର ଆରମ୍ଭ କରିଛନ୍ତି ଉପରାଜ୍ୟପାଳ ସିହ୍ନା । ଜମ୍ମୁକାଶ୍ମୀର ରଜୌରୀ ଜିଲ୍ଲାର ପାହାଡକୁ ଲାଗି ବହୁଦୂରରେ ଥିବା ଗ୍ରାମପଞ୍ଚାୟତକୁ ନେଇ ଏହି କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି । ଗ୍ରାମବାସୀଙ୍କୁ ବିଭିନ୍ନ ସରକାରୀ ଉନ୍ନୟନମୂଳକ କାର୍ଯ୍ୟକ୍ରମ ବାବଦରେ ଅବଗତ କରାଇବା ଏହି କାର୍ଯ୍ୟକ୍ରମ ମୁଖ୍ୟ ଲକ୍ଷ୍ୟ । ଏଥିସହ ଗ୍ରାମବାସୀଙ୍କ ଅଭିଯୋଗକୁ ଗ୍ରହଣ କରାଯାଇ ସେ ବାବଦରେ ଆଲୋଚନା କରାଯାଉଛି ।

ଦୁର୍ନୀତିମୁକ୍ତ ଏବଂ ସ୍ବଚ୍ଛ ଶାସନକୁ ହିଁ ତାଙ୍କ ପ୍ରଶାସନ ପ୍ରାଥମିକତା ପ୍ରଦାନ କରେ ବୋଲି ଜାମ୍ମୁ ଓ କାଶ୍ମୀରର ଉପ ରାଜ୍ୟପାଳ ମନୋଜ ସିହ୍ନା ପୂର୍ବରୁ କହିଆସିଛନ୍ତି । ଶ୍ରୀନଗରର ରାଜଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସିହ୍ନା କହିଥିଲେ ଯେ, ସରକାରଙ୍କୁ ଅଧିକ ଉତ୍ତରଦାୟୀ ଏବଂ ଲୋକଙ୍କ ନିକଟରେ ଉପଲବ୍ଧ କରାଇବା ପାଇଁ ଗତ ଦୁଇ ମାସ ଭିତରେ ଏହି କେନ୍ଦ୍ରଶାସିତ ଅଞ୍ଚଳର ବିଭିନ୍ନ ଗାଁ ଓ ସହରରେ ପ୍ରଶାସନ ପକ୍ଷରୁ ଅନେକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । କୌଣସି ପ୍ରକାର ଭେଦଭାବ ବିନା 20ଟି ଯାକ ଜିଲ୍ଲାରେ ବିକାଶମୂଳକ କାର୍ଯ୍ୟ କରାଇବା ହିଁ ମୋର ପ୍ରଥମ ଲକ୍ଷ୍ୟ ବୋଲି କହିଥିଲେ ସିହ୍ନା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.