ETV Bharat / bharat

‘ମାନବିକତା ଆଧାରରେ ପ୍ରବାସୀଙ୍କୁ ଯିବାକୁ ଦିଆଯାଉଛି’

ହଜାର ହଜାର ପ୍ରବାସୀ ଶ୍ରମିକ ଚାଲିଚାଲି ନିଜ ଘରକୁ ଫେରିବାକୁ ଇଚ୍ଛା କରୁଥିବା ବେଳେ ମହାରାଷ୍ଟ୍ର ସରକାର ସେମାନଙ୍କ ସହ କଠୋର ନହେବାକୁ ନିଷ୍ପତ୍ତି ନେଇଛନ୍ତି ।

Letting migrants walk home
ଅନିଲ୍ ଦେଶମୁଖ
author img

By

Published : May 11, 2020, 10:14 AM IST

Updated : May 11, 2020, 2:19 PM IST

ମୁମ୍ବାଇ: ହଜାର ହଜାର ପ୍ରବାସୀ ଶ୍ରମିକ ଚାଲିଚାଲି ନିଜ ଘରକୁ ଫେରିବାକୁ ଇଚ୍ଛା କରୁଥିବା ବେଳେ ମହାରାଷ୍ଟ୍ର ସରକାର ସେମାନଙ୍କ ସହ କଠୋର ନହେବାକୁ ନିଷ୍ପତ୍ତି ନେଇଛନ୍ତି ଓ ଲକଡାଉନ୍ ନିୟମ ଉଲ୍ଲଂଘନ ସତ୍ତ୍ବେ ସେମାନଙ୍କୁ ମାନବିକତା ଦୃଷ୍ଟିକୋଣରେ ଯିବାକୁ ଦିଆଯିବ ବୋଲି ରାଜ୍ୟ ଗୃହମନ୍ତ୍ରୀ ଅନିଲ ଦେଶମୁଖ କହିଛନ୍ତି।

ଏକ ସମ୍ବାଦ ଏଜେନ୍ସି ସହିତ ଆଲୋଚନା କରି ଦେଶମୁଖ କହିଛନ୍ତି ଯେ ବହୁ ପୂର୍ବରୁ ଟ୍ରେନ୍ ସେବା ଆରମ୍ଭ ହେବାର ଥିଲା କାରଣ ରାଜ୍ୟ ସରକାର ଦାବି କରିଆସୁଥିଲେ । ଏହାଦ୍ବାରା ଶ୍ରମିକଙ୍କ ଦୁଃଖ କମ୍ ହୋଇପାରିଥାନ୍ତା । ଦେଶମୁଖ କହିଛନ୍ତି ଏହା ସତ ଯେ ଶହ ଶହ କିଲୋମିଟର ଦୂରରେ ଥିବା ନିଜ ସହରକୁ ଫେରୁଥିବା ଶ୍ରମିକମାନେ ଲକଡାଉନ୍ ନିୟମକୁ ଉଲ୍ଲଂଘନ କରୁଛନ୍ତି, କିନ୍ତୁ ଆମେ ସେମାନଙ୍କୁ ମାନବିକତା ଭିତ୍ତିରେ ଯିବାକୁ ଦେଉଛୁ ।

ଗତ ମାସରେ ଶହ ଶହ ପ୍ରବାସୀ ଶ୍ରମିକ ଏଠାରେ ବାନ୍ଦ୍ରା ଷ୍ଟେସନ ନିକଟରେ ଏକତ୍ରିତ ହୋଇ ସେମାନଙ୍କ ଘରକୁ ଫେରିବା ପାଇଁ ପରିବହନ ବ୍ୟବସ୍ଥା କରାଯିବାକୁ ଦାବି କରିଥିଲେ। ଏହା ପରେ ପୋଲିସ କର୍ମଚାରୀମାନେ ସେମାନଙ୍କ ଉପରେ ଲାଠି ଚାର୍ଜ କରିଥିଲେ । ରାଜ୍ୟ ସରକାର ନିୟମ କଡାକଡି କରିବାକୁ ଚାହିଁଥିଲା ମାତ୍ର ଲକଡାଉନ୍ ଅବଧି ବଢିବା ଫଳରେ ଶ୍ରମିକଙ୍କୁ ନିୟନ୍ତ୍ରଣ କରାଯାଇପାରିଲା ନାହିଁ ।

ସେମାନେ ନିଜ ଘରକୁ ଯିବାକୁ ଆଗ୍ରହୀ । ସେମାନଙ୍କୁ କୌଣସି ଆଇନ ମଧ୍ୟ ଅଟକାଇ ପାରିବ ନାହିଁ । ତେଣୁ ସେମାନଙ୍କ ଉପରେ ଆଉ କଠୋର ନେହବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ସେ କହିଛନ୍ତି, ‘ଏତେ ଦିନ ପର୍ଯ୍ୟନ୍ତ ଲକଡାଉନ୍ ବୃଦ୍ଧି ହେବ ବୋଲି ଆମେ କେବେ ଭାବି ନ ଥିଲୁ। ଆମେ ପ୍ରବାସୀ ଶ୍ରମିକଙ୍କ ସହ କଥା ହେବାକୁ ଚେଷ୍ଟା କରିଥିଲୁ। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମଧ୍ୟ ଅନେକ ଆବେଦନ କରିଥିଲେ କିନ୍ତୁ ପ୍ରବାସୀ ଶ୍ରମିକମାନେ ଘରକୁ ଫେରିବାକୁ ନିଷ୍ପତ୍ତି ନେଇଥିଲେ’ ।

ସେ ଆହୁରୀ ମଧ୍ୟ କହିଥିଲେ ଯେ, କିଛି ସେଲଟର୍ ହୋମ୍ ପରିଦର୍ଶନକୁ ଗଲା ବେଳେ କିଛି ଶ୍ରମିକ ଘରକୁ ଯିବାକୁ ଅନୁରୋଧ କରିଥିଲେ । ପାଦରେ ଚାଲିକି ଯିବା ଭଳି ବିପଦକୁ ବି ସେମାନେ ଗ୍ରହଣ କରିବାକୁ ରାଜି ବୋଲି ସେ କହିଛନ୍ତି ।

Last Updated : May 11, 2020, 2:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.