ETV Bharat / bharat

'ନୂଆ ପିଢୀଙ୍କୁ ଜରୁରୀକାଳୀନ ପରିସ୍ଥିତିରୁ ଶିକ୍ଷା ଲାଭ କରିବା ଉଚିତ' - କଂଗ୍ରେସ

ଜରୁରୀକାଳୀନ ପରିସ୍ଥିତିକୁ ୪୫ ବର୍ଷ ପୁରିଛି । ଏହି ଅବସରରେ କଂଗ୍ରେସ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ରବି ଶଙ୍କର ପ୍ରସାଦ ।

 ରବି ଶଙ୍କର ପ୍ରସାଦ
ରବି ଶଙ୍କର ପ୍ରସାଦ
author img

By

Published : Jun 25, 2020, 2:52 PM IST

ନୂଆଦିଲ୍ଲୀ : ଦେଶରେ ଜରୁରୀକାଳୀନ ପରିସ୍ଥିତିକୁ ୪୫ ବର୍ଷ ପୁରିଛି । ଏହି ଅବସରରେ କଂଗ୍ରେସ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ରବି ଶଙ୍କର ପ୍ରସାଦ । ଏହା ସହିତ ସେ ନୂଆ ପିଢୀଙ୍କୁ ଜରୁରୀକାଳୀନ ପରିସ୍ଥିତିରୁ ଶିକ୍ଷା ଲାଭ କରିବାକୁ ପରାମର୍ଶ ଦେଇଛନ୍ତି ।

ଗୁରୁବାର କଂଗ୍ରେସକୁ ଟାର୍ଗେଟ କରି ରବି ଶଙ୍କର ପ୍ରସାଦ କହିଛନ୍ତି, କଂଗ୍ରେସ ନିଜର ଅଗଣତାନ୍ତ୍ରିକ ବ୍ୟବହାର ଏବେ ମଧ୍ୟ ଜାରି ରଖିଛି । ଆଜି କଂଗ୍ରେସ ଦଳର ଅଗଣତାନ୍ତ୍ରିକ ବ୍ୟବହାର ବିରୋଧରେ ବଳି ପଡିଥିବା ଭାରତୀୟଙ୍କୁ ମନେ ପକାଇବାର ଦିନ । ନୂଆ ପିଢୀଙ୍କୁ ଏଥିରୁ ଶିକ୍ଷାଲାଭ କରିବା ଉଚିତ ବୋଲି ସେ କହିଛନ୍ତି । ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ବାରା ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯିବା ପରେ ଜୟ ପ୍ରକାଶ ନାରାୟଣ, ଅଟଳ ବିହାରୀ ବାଚପେୟୀ, ଲାଲ କୃଷ୍ଣ ଆଡଭାନୀଙ୍କୁ ଶହ ଶହ ଲୋକଙ୍କ ସହ ଗିରଫ କରାଯାଇଥିଲା । ଏହି ଦିନକୁ ମନେ ପକାଇ ଦୁଖଃ ପ୍ରକାଶ କରିଛନ୍ତି ରବି ଶଙ୍କର ପ୍ରସାଦ ।

ତେବେ ରବି ଶଙ୍କର ପ୍ରସାଦ ଜରୁରୀକାଳୀନ ପରିସ୍ଥିତି ପରେ କଂଗ୍ରେସର ପରାଜୟକୁ ନେଇ କହିଛନ୍ତି, 1977 ଲୋକସଭା ନିର୍ବାଚନରେ ଭାରତୀୟ ମାନେ କଂଗ୍ରେସ ବିରୋଧରେ ମତଦାନ କରିଥିଲେ । ଇନ୍ଦିରା ଗାନ୍ଧୀଙ୍କୁ ପରାଜୟର ସ୍ବାଦ ଚାଖିବାକୁ ପଡିଥିଲା । ସେତେବେଳେ କେନ୍ଦ୍ରରେ ପ୍ରଥମ ଅଣ କଂଗ୍ରେସ ସରକାର କ୍ଷମତାକୁ ଆସିଥିଲା ବୋଲି ସେ କହିଛନ୍ତି । ବିହାରର ଜେପି ଆନ୍ଦୋଳନର ଜଣେ କାର୍ଯ୍ୟକର୍ତ୍ତା ଭାବରେ ସେ ଏହି ଜରୁରୀକାଳୀନ ପରିସ୍ଥିତି ବିରୋଧରେ ଲଢେଇ ମଧ୍ୟ କରିଥିଲେ । ତେବେ ଏହି ଘଟଣାକୁ ମଧ୍ୟ ମନେ ପକାଇଛନ୍ତି ସେ ।

ସୂଚନାଯୋଗ୍ୟ ଯେ, ୧୯୭୫ ମସିହା ଜୁନ୍‌ ୨୫ ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ । ଏହା 1977 ମସିହା ମାର୍ଚ୍ଚ 21 ତାରିଖ ପର୍ଯ୍ୟନ୍ତ ଲାଗୁ ଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.