ETV Bharat / bharat

'ଆମକୁ କୋରୋନା ସହ ବଞ୍ଚିବାକୁ ପଡିବ'

author img

By

Published : Jul 6, 2020, 3:49 PM IST

ଦେଶକୁ କୋରୋନା ଭାଇରସ୍ ସହ ରହିବା ଶିଖିବାକୁ ହେବ । ଏହା ବ୍ୟତୀତ ଅନ୍ୟକୌଣସି ବିକଳ୍ପ ନାହିଁ ବୋଲି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା କହିଛନ୍ତି ।

 ବିଏସ ୟେଦିରୁପ୍ପା
ବିଏସ ୟେଦିରୁପ୍ପା

ବେଙ୍ଗାଲୁରୁ: ଦେଶରେ କୋରୋନା ସଂକ୍ରମଣର ମାମଲା ଦିନକୁ ଦିନ ବଢିବାରେ ଲାଗିଛି । ଇତି ମଧ୍ୟରେ କୋରୋନାକୁ ନେଇ ବଡ ବୟାନ ଦେଇଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା । ଦେଶକୁ କୋରୋନା ଭାଇରସ୍ ସହ ରହିବା ଶିଖିବାକୁ ହେବ । ଏହା ବ୍ୟତୀତ ଅନ୍ୟକୌଣସି ବିକଳ୍ପ ନାହିଁ ବୋଲି ସେ କହିଛନ୍ତି ।

ୟେଦିରୁପ୍ପା କହିଛନ୍ତି, ଆମ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ । ଆମକୁ ଏହି ଭାଇରସ ସହି ବଞ୍ଚିବା ଶିଖିବାକୁ ପଡ଼ିବ। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସମାନ କଥା କହିଛନ୍ତି । ଆମେ ଆମ୍ବୁଲାନ୍ସ ବୃଦ୍ଧି କରିଛୁ, ମହାମାରୀର ମୁକାବିଲା ପାଇଁ ଆମେ ସମସ୍ତ ବ୍ୟବସ୍ଥା କରିଛୁ। ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମହାମାରୀର ମୁକାବିଲା ପାଇଁ ରାଜ୍ୟ ସରକାର ଅନେକ ବ୍ୟବସ୍ଥା କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସୂଚନାଯୋଗ୍ୟ ଯେ, କର୍ଣ୍ଣାଟକରେ 23,474 ଟି କୋରୋନା ସଂକ୍ରମଣ ମାମଲା ରହିଛି । ରାଜ୍ୟରେ ଏବେସୁଦ୍ଧା 372 ଜଣଙ୍କର କୋରୋନାରେ ମୃତ୍ୟୁ ଘଟିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.