ETV Bharat / bharat

ବେକାବୁ କୋରୋନା ! ବର୍ତ୍ତି ନାହାନ୍ତି ବିଶ୍ବର ଶକ୍ତିଶାଳୀ ନେତା

ବିଶ୍ବବ୍ୟାପୀ ହା ହା କାର ସୃଷ୍ଟି କରିଛି ମହାମାରୀ କୋରୋନା । ଆଉ ଏହି ମହାମାରୀର ପ୍ରକୋପରୁ ବାଦ ପଡିନାହାନ୍ତି ବିଶ୍ବର ବିଭିନ୍ନ ଦେଶର ରାଷ୍ଟ୍ର ପ୍ରମୁଖ । ଆସନ୍ତୁ ଜାଣିବା ବର୍ତ୍ତମାନ ସୁଦ୍ଧା ମହାମାରୀର ଶିକାର ହୋଇଥିବା ବିଶ୍ବର ବିଭିନ୍ନ ଦେଶର ହେବିୱେଟ ରାଜନେତାଙ୍କ ସମ୍ପର୍କରେ...

author img

By

Published : Oct 2, 2020, 8:25 PM IST

ବେକାବୁ କୋରୋନା ! ବର୍ତ୍ତି ନାହାନ୍ତି ବିଶ୍ବର ରାଷ୍ଟ୍ର ପ୍ରମୁଖ

ହାଇଦ୍ରାବାଦ: ବିଶ୍ବବ୍ୟାପୀ ହାହାକାର ସୃଷ୍ଟି କରିଛି ମହାମାରୀ କୋରୋନା । ଏଥିରୁ ବର୍ତ୍ତିବା ପାଇଁ ଜାରି ରହିଛି ପ୍ରୟାସ । ହେଲେ ଏଯାବତ ମହାମାରୀକୁ ରୋକିବାକୁ ବାହାରିନି କୌଣସି ଟୀକା କିମ୍ବା ଭ୍ୟାକ୍ସିନ । ଇତିମଧ୍ୟରେ ସମଗ୍ର ବିଶ୍ଵରେ ଅର୍ଦ୍ଧାଧିକ ଲୋକ ପଜିଟିଭ ହୋଇଥିବା ବେଳେ ଅନେକଙ୍କ ମୃତ୍ୟୁ ଘଟିଛି । ଆଉ ଏହି ମହାମାରୀର ପ୍ରକୋପରୁ ବାଦ ପଡିନାହାନ୍ତି ବିଶ୍ବର ବିଭିନ୍ନ ଦେଶର ରାଷ୍ଟ୍ର ପ୍ରମୁଖ । ଆସନ୍ତୁ ଜାଣିବା ବର୍ତ୍ତମାନ ସୁଦ୍ଧା ମହାମାରୀର ଶିକାର ହୋଇଥିବା ବିଶ୍ବର ବିଭିନ୍ନ ଦେଶର ହେଭିୱେଟ ରାଜନେତାଙ୍କ ସମ୍ପର୍କରେ...

ଆମେରିକା:-

2020 ସେପ୍ଟେମ୍ବର 2ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପ୍ରଥମ ପତ୍ନୀ ମେଲାନିଆ ଟ୍ରମ୍ପ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋଦ ଟ୍ରମ୍ପ ଟ୍ବିଟ କରି ଏହି ସୂଚନା ଦେଇଛନ୍ତି ।

ବ୍ରିଟେନ:-

ସେହିପରି 2020 ମାର୍ଚ୍ଚ 27ରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନଶନ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ସେ ହୋମ କ୍ବାରେଣ୍ଟିନରେ ରହିଥିଲେ । ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ଏପ୍ରିଲ 6 ରେ ଜନଶନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଗୋଟିଏ ସପ୍ତାହ ହସ୍ପିଟାଲରେ ରହିବା ପରେ ଡିସଚାର୍ଜ ପୂର୍ବରୁ ତାଙ୍କୁ 3 ଦିନ ପର୍ଯ୍ୟନ୍ତ ଆଇସିୟୁରେ ରଖାଯାଇଥିଲା ।

2020 ମାର୍ଚ୍ଚ 27ରେ ବ୍ରିଟେନ ସ୍ବାସ୍ଥ୍ୟ ସଚିବ ମାଟ ହାନକକ କୋରୋନା ପଜିଟିଭ ଥିବା ଟ୍ବିଟ ଯୋଗେ ସୂଚନା ଦେଇଥିଲେ । ସେ କହିଥିଲେ ଯେ, ଡାକ୍ତର ମୋତେ କୋରୋନା ପରୀକ୍ଷା କରିବାକୁ ପରାମର୍ଶ ଦେଇଥିଲେ । ଏହା ପରେ ମୁଁ ପରୀକ୍ଷା କରିଥିଲି । ରିପୋର୍ଟ ମୋର ପଜିଟିଭ ଆସିଛି । ଖୁସିର ବିଷୟ ଯେ ମୋର ସାମାନ୍ୟ ଲକ୍ଷଣ ରହିଛି ଏବଂ ମୁଁ ଘରୁ କାମ କରୁଛି ଏବଂ ସେଲ୍ଫ ଆଇସୋଲେସନରେ ରହିଛି । ତେବେ ହାନକକ ପଜିଟିଭ ଥିବା ଘୋଷଣାର 2 ଘଣ୍ଟା ପରେ ବ୍ରିଟିଶ ପିଏମ ବୋରିଶ ଜନଶନ ପଜିଟିଭ ଥିବା ଘୋଷଣା କରିଥିଲେ ।

2020 ମାର୍ଚ୍ଚ 25ରେ ବ୍ରିଟେନର ରାଜପରିବାରର ସଦସ୍ୟ ପ୍ରିନ୍ସ ଚାର୍ଲ୍ସ କୋରୋନାର ସାମାନ୍ୟ ଲକ୍ଷଣ ଦେଖାଯିବା ପରେ କୋଭିଡ ପରୀକ୍ଷା କରାଇଥିଲା । ମାର୍ଚ୍ଚ 30ରେ ସେ ସଂକ୍ରମଣରୁ ମୁକ୍ତ ହୋଇଥିଲେ ଏବଂ ସେଲ୍ଫ ଆଇସୋଲେସନରୁ ମୁକ୍ତ ହୋଇଥିଲେ । ପରେ ଏକ ଭିଡିଓ ଜରିଆରେ ରାଜକୁମାର କହିଥିଲେ ସେ କୋରୋନାରୁ ସୁସ୍ଥ ହୋଇଛନ୍ତି ଏବଂ ସାମାଜିକ ଦୂରତା ଅଭ୍ୟାସ କରୁଛନ୍ତି ।

ବ୍ରାଜିଲ:-

2020 ଜୁଲାଇ 7ରେ ବ୍ରାଜିଲ ରାଷ୍ଟ୍ରପତି ଜୈର ବୋଲସୋନାରୋ କୋରୋନା ପଜିଟିଭ ଥିବା ସ୍ପଷ୍ଟ କରିଥିଲେ । ପୂର୍ବରୁ ସେ କୋଭିଡ-19କୁ ସାମାନ୍ୟ ଫ୍ଲ୍ୟୁ ବୋଲି କହିଥିଲେ ଏବଂ ହାଇଡ୍ରୋକ୍ଲୋରୋକୁଇନର ସମର୍ଥକ ଥିଲେ ।

ଋଷ:-

ରଷ ପ୍ରଧାନମନ୍ତ୍ରୀ ମିଖାଲି ମିସୁସ୍ତିନ୍‌ ଏପ୍ରିଲ 30ରେ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ସେ ପଜିଟିଭ ଚିହ୍ନଟ ହେବା ପରେ ଅସ୍ଥାୟୀ ଭାବେ ତାଙ୍କ କାର୍ଯ୍ୟଭାର ଉପପ୍ରଧାନମନ୍ତ୍ରୀ ଅନଦ୍ରେଇ ବେଲଉସୋଭ ତୁଲାଇଥିଲେ । 54 ବର୍ଷୀୟ ମିସୁସ୍ତିନ ଜାନୁଆରୀରେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ।

ଋଷର ନିର୍ମାଣ, ଗୃହ ଓ ଉପଯୋଗୀ ମନ୍ତ୍ରୀ ଭ୍ଲଦିମିର ୟାକୁସେଭ ଏବଂ ତାଙ୍କ ଡେପୁଟି ଦିମିତ୍ରୀ ଭୋଲକୋଭ କୋରୋନା ସଂକ୍ରମିତ ହୋଇଛନ୍ତି ।

ଇରାନ:-

ଇରାନ ଉପରାଷ୍ଟ୍ରପତି ମାସୁମେହ ଏବତେକାର, ରାଷ୍ଟ୍ରପତି ହାସନ ରୋହାନୀଙ୍କ ମହିଳା ବ୍ୟାପାର ବିଭାଗର ଡେପୁଟି ତଥା ସରକାରଙ୍କ ସର୍ବୋଚ୍ଚ ମହିଳା ଫେବୃଆରୀ 27ରେ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ତାଙ୍କୁ ହୋମ କ୍ବାରେଣ୍ଟିନରେ ରଖାଯାଇଥିଲା ।

ଇରାନର ଉପସ୍ୱାସ୍ଥ୍ୟମନ୍ତ୍ରୀ ଇରାଜ ହରିଚି କୋରୋନା ପଜିଟିଭ ଚିହ୍ନଟ ହେବା ପରେ କ୍ବାରେଣ୍ଟିନରେ ରହିଥିଲେ । ମନ୍ତ୍ରାଳୟର ଜଣେ ଅଧିକାରୀ ଫେବୃଆରୀ 25ରେ ଗଣ ଗଣମାଧ୍ୟମକୁ ଏହି ସୂଚନା ଦେଇଥିଲେ ।

ଫ୍ରାନ୍ସ:-

ଫ୍ରାନ୍ସ ସଂସ୍କୃତି ମନ୍ତ୍ରୀ ଫ୍ରାଙ୍କ ରିଷ୍ଟର କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଫ୍ରାନ୍ସ ସଂସ୍କୃତି ମନ୍ତ୍ରାଳୟର ଏକ ବିଶେଷ ସୂତ୍ରରୁ ମାର୍ଚ୍ଚ 9ରେ ଏହି ସୂଚନା ଦିଆଯାଇଥିଲା ।

ଅଷ୍ଟ୍ରେଲିଆ:-

ଅଷ୍ଟ୍ରେଲିଆ ଗୃହମନ୍ତ୍ରୀ ପିଟର୍‍ ଡୁଟ୍ଟୋନ ମାର୍ଚ୍ଚ 13ରେ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହା ପରେ ସେ ଉତ୍ତର-ପୂର୍ବ ରାଜ୍ୟ କୁଇନ୍ସଲ୍ୟାଣ୍ଡର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ ।

ସ୍ପେନ:-

ସ୍ପେନ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜଙ୍କ ଉପସଭାପତି କାରମେନ କାଲଭୋ ମାର୍ଚ୍ଚ 25ରେ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ତାଙ୍କର ପ୍ରଥମ ପରୀକ୍ଷାରେ କୌଣସି ସ୍ପଷ୍ଟୀକରଣ ନହେବାରୁ ସେ ପୁନର୍ବାର ପରୀକ୍ଷା କରାଇଥିସେ । ପରେ ସେ କିଛି ଦିନ ଚିକିତ୍ସାଧୀନ ରହିବା ପରେ ସୁସ୍ଥ ହୋଇଥିଲେ ।

ଇସ୍ରାଏଲ:-

ଇସ୍ରାଏଲର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବର୍ତ୍ତମାନ ଗୃହ ମନ୍ତ୍ରୀ ୟାକୋଭ ଲିଟଜମ୍ୟାନ ବାରମ୍ବାର ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଯୋଗାଯୋଗରେ ଆସିଥିଲେ । ସେ ଏପ୍ରିଲ କୋରୋନା ପଜିଟିଭ ପରୀକ୍ଷା କରିଥିଲେ। ଲିଟଜମ୍ୟାନଙ୍କ ପତ୍ନୀ ମଧ୍ୟ କୋରୋନା ସଂକ୍ରମିତ ହୋଇଥିଲେ । ଉଭୟ ଅଲଗା ଅଲଗା ରହୁଥିଲେ ।

ହୋଣ୍ଡୁରାସ:-

51 ବର୍ଷୀୟ ରାଷ୍ଟ୍ରପତି ଜୁଆନ ଅର୍ଲାଣ୍ଡୋ ହେରନାନଡେଜ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ସେ ନିମୋନିଆରେ ଚିକିତ୍ସିତ ହେଉଥିଲେ ।

ବୋଲିଭିଆ:-

ବୋଲିଭିଆ ରାଷ୍ଟ୍ରପତି ଜିନାଇନ ଅନେଜ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଖୋଦ୍ ଟ୍ବିଟ କରି ସୂଚନା ଦେବା ସହ ଭଲ ଥିବା ଏବଂ କ୍ବାରେଣ୍ଟିନରେ ରହି କାର୍ଯ୍ୟ କରୁଥିବା ନେଇ ସୂଚନା ଦେଇଥିଲେ ।

ବ୍ରେକ୍ସିଟ୍ ପାଇଁ ୟୁରୋପିଆନ୍ ୟୁନିଅନର ଚିଫ୍ ନେଗୋସିଏଟର:- ମିସେଲ୍ ବର୍ଣ୍ଣିଅର ମାର୍ଚ୍ଚ 19ରେ ପଜିଟିଭ ଥିବା ଜଣାପଡିଥିଲେ । ଟ୍ବିଟ ଯୋଗେ ଏନେଇ ସୂଚନା ଦେବା ସହ କୋରୋନା ପାଇଁ ଆବଶ୍ୟକ ନିର୍ଦ୍ଦେଶ ପାଳନ କରୁଥିବା କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.