ETV Bharat / bharat

ବାତିଲ ହେଲା GISAT-1ର ଲଞ୍ଚ ତାରିଖ

author img

By

Published : Mar 4, 2020, 5:39 PM IST

ଆସନ୍ତା ମାର୍ଚ୍ଚ 5ରେ ହେବନାହିଁ GISAT-1 ସାଟେଲାଇଟର ଉତକ୍ଷେପଣ । ଟ୍ବିଟ କରି ସୂଚନା ଦେଲା ଇସ୍ରୋ । ଯାନ୍ତ୍ରିକ ତ୍ରୃଟି ଯୋଗୁଁ ବାତିଲ ହୋଇଛି ଲଞ୍ଚ ତାରିଖ । ଅଧକ ପଢନ୍ତୁ...

ବାତିଲ ହେଲା GISAT-1ର ଲଞ୍ଚ ତାରିଖ
ବାତିଲ ହେଲା GISAT-1ର ଲଞ୍ଚ ତାରିଖ

ହାଇଦ୍ରାବାଦ: ଆସନ୍ତା ମାର୍ଚ୍ଚ 5ରେ ହେବାକୁ ଥିବା GISAT-1 ସାଟେଲାଇଟର ଉତକ୍ଷେପଣକୁ ବାତିଲ କରିଦିଆଯାଇଛି । ଯାନ୍ତ୍ରିକ ତ୍ରୃଟି ଯୋଗୁଁ ଏହି ସାଟେଲାଇଟର ଲଞ୍ଚ ବାତିଲ କରାଯାଇଥିବା ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥାନ(ISRO) ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି । ଇସ୍ରୋ ପକ୍ଷରୁ କରାଯାଇଥିବା ଟ୍ବିଟରେ ଲେଖାଯାଇଛି ଯେ ମାର୍ଚ୍ଚ 5ରେ GSLV-F10 ସାହାଯ୍ୟରେ ହେବାକୁ ଥିବା ଜିସାଟ୍‌-1 ସାଟେଲାଇଟର ଉତକ୍ଷେପଣକୁ ଯାନ୍ତ୍ରିକ ତ୍ରୃଟି ଯୋଗୁଁ ବାତିଲ କରିଦିଆଯାଇଛି । ଖୁବଶୀଘ୍ର ଏହି ସାଟେଲାଇଟର ପରବର୍ତ୍ତୀ ଉତକ୍ଷେପଣ ତାରିଖ ଘୋଷଣା କରାଯିବ ।

ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାରୁ ଜିଏସଏଲଭି-ଏଫ10 ରକେଟ ଜରିଆରେ ମାର୍ଚ୍ଚ 5ରେ ଜିସାଟ୍‌-1 ସାଟେଲାଇଟର ଉତକ୍ଷେପଣ କରାଯିବା ନେଇ ପୂର୍ବରୁ ଇସ୍ରୋ ଘୋଷଣା କରିଥିଲା । ହେଲେ ପରବର୍ତ୍ତୀ ସମୟରେ ଏଥିରେ କିଛି ଯାନ୍ତ୍ରିକ ତ୍ରୃଟି ଦେଖିବାକୁ ମିଳିଥିଲା । ଫଳରେ ବର୍ତ୍ତମାନ ପାଇଁ ଏହାର ଲଞ୍ଚ ତାରିଖକୁ ଘୁଞ୍ଚାଇ ଦିଆଯାଇଛି ।

ପ୍ରାୟ 2275 କିଲୋଗ୍ରାମର ଓଜନ ବିଶିଷ୍ଟ GISAT-1 ହେଉଛି ଏକ ଅତ୍ୟାଧୁନିକ ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହ । ଏହା GSLV-F10 ସାହାଯ୍ୟରେ ଜିଓସିଙ୍କ୍ରୋନସ୍ ଟ୍ରାନ୍ସଫର କକ୍ଷପଥରେ ଅବସ୍ଥାପନ କରାଯିବ |

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.