ETV Bharat / bharat

ଅଭିଶାପ ଅନଲାଇନ ପାଠପଢା, ପ୍ରଭାବିତ ଦେଢଲକ୍ଷ ଛାତ୍ରଛାତ୍ରୀ - Neither internet nor mobile phone

ସରକାର ଅନଲାଇନ ପାଠ୍ୟକ୍ରମକୁ ଗୁରୁତ୍ବ ଦିଆଯାଉଥିବାବେଳେ ଅନେକଙ୍କ ସୁବିଧା ନଥିବାରୁ ଏହା ସଫଳ ହୋଇପାରିନାହିଁ । ଏପରି ମଧ୍ୟ ଦେଖିବାକୁ ମିଳିଛି ଝାଡଖଣ୍ଡର ଲାଟେହରରେ । ଏକଦା ଲାଲବାହିନୀର ଗଡ ପାଲଟିଥିବା ଏହି ଜିଲ୍ଲାରେ ଶିକ୍ଷା ଯୋଗୁଁ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି । ହେଲେ ଡିଜିଟାଲ ବିଭାଜନ ଯୋଗୁଁ ଏଠାକାର ପିଲାମାନେ ଶିକ୍ଷାଦାନରୁ ବଞ୍ଚିତ ହୋଇଛନ୍ତି । ଅଧିକ ପଢନ୍ତୁ...

ଲାଟେହର: ମୋବାଇଲ ଫୋନ, ଇଣ୍ଟରନେଟ ନାହିଁ; ଅନଲାଇନ ଅଧ୍ୟୟନ କିପରି ହେବ?

author img

By

Published : Jul 18, 2020, 9:03 AM IST

ଲାଟେହର: ବର୍ତ୍ତମାନ ଦେଶରେ ଜାରି ରହିଛି କୋରୋନା ଲକଡାଉନ । ଏପରି ସ୍ଥିତିରେ ଶିକ୍ଷାଦାନ ପ୍ରକ୍ରିୟା ଅନେକାଂଶରେ ବିଫଳ ହୋଇଛି । ସରକାର ଅନଲାଇନ ପାଠ୍ୟକ୍ରମକୁ ଗୁରୁତ୍ବ ଦିଆଯାଉଥିବାବେଳେ ଅନେକଙ୍କ ସୁବିଧା ନଥିବାରୁ ଏହା ସଫଳ ହୋଇପାରିନାହିଁ । ଏପରି ମଧ୍ୟ ଦେଖିବାକୁ ମିଳିଛି ଝାଡଖଣ୍ଡର ଲାଟେହରରେ । ଏକଦା ଲାଲବାହିନୀର ଗଡ ପାଲଟିଥିବା ଏହି ଜିଲ୍ଲାରେ ଶିକ୍ଷା ଯୋଗୁଁ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି । ହେଲେ ଡିଜିଟାଲ ବିଭାଜନ ଯୋଗୁଁ ଏଠାକାର ପିଲାମାନେ ଶିକ୍ଷାଦାନରୁ ବଞ୍ଚିତ ହୋଇଛନ୍ତି ।

ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ଧରି ଏଠାରେ ନକ୍ସଲ ଉପଦ୍ରବ ଫଳରେ ଲାଟେହରରେ ବିକାଶ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥିଲା । ହେଲେ ପରବର୍ତ୍ତୀ ସମୟରେ ଲୋକେ ଶିକ୍ଷାର ଗୁରୁତ୍ବକୁ ବୁଝିବା ସହ ପିଲାଙ୍କୁ ବିଦ୍ୟାଳୟକୁ ପଠାଇବାକୁ ଆରମ୍ଭ କରିଥିଲେ । ଜିଲ୍ଲାରେ ପାଖାପାଖି 1ହଜାର 2ଶହ 34ଟି ବିଦ୍ୟାଳୟ ରହିଥିବାବେଳେ ପ୍ରାୟ ଦେଢଲକ୍ଷ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ହେଲେ ପିଲାମାନଙ୍କ ପାଖରେ ମୋବାଇଲ ତଥା ଅନଲାଇନ ସୁବିଧା ଉପଲବ୍ଧ ନଥିବାରୁ ସେମାନେ ଲକଡାଉନରେ ପାଠପଢାରୁ ବଞ୍ଚିତ ହୋଇଛନ୍ତି ।

ଲାଟେହର: ମୋବାଇଲ ଫୋନ, ଇଣ୍ଟରନେଟ ନାହିଁ; ଅନଲାଇନ ଅଧ୍ୟୟନ କିପରି ହେବ?

ଯେଉଁ ପିଲାମାନଙ୍କ ପାଖରେ ମୋବାଇଲ ବା ଗ୍ୟାଜେଟ ଅଛି ସେମାନଙ୍କ ପାଖରେ ଇଣ୍ଟରନେଟ ନଥିବାରୁ ଏହାର ସୁବିଧା ପାଇପାରୁ ନାହାଁନ୍ତି । ଶିକ୍ଷା ବିଭାଗର ଅଧିକାରୀଙ୍କ ଅନୁସାରେ, ଜିଲ୍ଲାର ପ୍ରାୟ 27 ପ୍ରତିଶତ ଛାତ୍ରଛାତ୍ରୀ ଅନଲାଇନ ଶିକ୍ଷା ଗ୍ରହଣ କରିବାରେ ସକ୍ଷମ । ପିଲାମାନଙ୍କ ପାଇଁ ଅନଲାଇନ ଅଧ୍ୟୟନ ସୁବିଧା ନଥିବାରୁ ଅଭିଭାବକମାନେ ଦୁଃଖପ୍ରକାଶ କରିଛନ୍ତି । ତେଣୁ ଦ୍ବାର ଦ୍ବାର ବୁଲି ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାପ୍ରଦାନ ଏକ ମାତ୍ର ଉପାୟ ପରି ମନେହୁଏ । ଶିକ୍ଷକମାନେ ନିଜ ସ୍ତରରେ ଏପରି ଉଦ୍ୟମ କରୁଥିବା ବେଳେ ସବୁ ପିଲାଙ୍କ କ୍ଷେତ୍ରରେ ଏହା ସମ୍ଭବ ନୁହେଁ ବୋଲି ପ୍ରକାଶ କରିଛନ୍ତି ।

ଏଭଳି ପରିସ୍ଥିତିରେ ଲାଟେହର ଜିଲ୍ଲା ଶିକ୍ଷା ବିଭାଗ ପିଲାଙ୍କ ଅଧ୍ୟୟନ ପ୍ରଭାବିତ ହେବ ନାହିଁ ପ୍ରକାଶ କରିଛନ୍ତି । ଜିଲ୍ଲାର 73 ପ୍ରତିଶତ ଛାତ୍ରଛାତ୍ରୀଙ୍କ ପାଖରେ ଅନଲାଇନ ସୁବିଧା ଉପଲବ୍ଧ ନଥିବା ବେଳେ ଏହାକୁ ନେଇ ସନ୍ଦେହ ପ୍ରକାଶ ପାଇଛି ।

ଝାଡଖଣ୍ଡର ଅଧିକାଂଶ ପଛୁଆ ଜିଲ୍ଲାର ଅବସ୍ଥା ଲାଟେହର ପରି ହୋଇଛି । ଏହି ଡିଜିଟାଲ ବିଭାଜନ କମିବା ପାଇଁ ଅନେକ ସମୟ ଆବଶ୍ୟକ ହେବ । ଯଦି ଏହାକୁ ପ୍ରଶାସନିକ ସ୍ତରରେ ଗମ୍ଭୀରତାର ସହ ବିଚାର କରାଯାଏ, ତେବେ କେତେକାଂଶରେ ଏହା ସମ୍ଭବ ହୋଇପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.