ETV Bharat / bharat

ଲାଲୁ ଯାଦବ ଅସୁସ୍ଥ, ଆଜି ଆସିପାରେ କୋରୋନା ରିପୋର୍ଟ - report

ଜେଲ ଦଣ୍ଡ କାଟୁଥିବା ଆରଜେଡି ମୁଖ୍ୟ ତଥା ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ରବିବାର କୋରୋନା ରିପୋର୍ଟ ଆସିବାର ଆଶଙ୍କା ରହିଛି ।

lalu yadav
ଅସୁସ୍ଥ ଲାଲୁ ଯାଦବ
author img

By

Published : Jul 26, 2020, 12:23 PM IST

ପାଟନା: ଆଜି ଆସିପାରେ ଲାଲୁ ପ୍ରସାଦ ଯାଦବଙ୍କ କୋରୋନା ରିପୋର୍ଟ । ଜେଲ ଦଣ୍ଡ କାଟୁଥିବା ଆରଜେଡି ମୁଖ୍ୟ ତଥା ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ରବିବାର କୋରୋନା ରିପୋର୍ଟ ଆସିବାର ଆଶଙ୍କା ରହିଛି ।

ସୂଚନା ଅନୁଯାୟୀ, ନିକଟରେ ଲାଲୁ ପ୍ରସାଦ ଯାଦବଙ୍କର ସ୍ବାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ରାଜେନ୍ଦ୍ର ଇଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ତାଙ୍କ ରକ୍ତ ନମୁନା ସତର୍କତାମୂଳକ କୋରୋନା ପରୀକ୍ଷା ପାଇଁ ନିଆଯାଇଛି ।

ଗତ ଶନିବାର ଲାଲୁଙ୍କର କୋରୋନା ପରୀକ୍ଷା କରାଯାଇଛି । ତାଙ୍କ ରକ୍ତ ନମୁନାକୁ ରାଞ୍ଚି ମେଡିକାଲରେ ହସ୍ତାନ୍ତର କରାଯାଇଛି । ରବିବାର ତାଙ୍କ କୋରୋନା ରିପୋର୍ଟ ଆସିବାର ଆଶଙ୍କା ରହିଛି ବୋଲି ଜଣେ ବରିଷ୍ଠ ଡାକ୍ତର କହିଛନ୍ତି ।

ପ୍ରକାଶ ଥାଉକି, ଚାରା ଦୁର୍ନୀତି ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଜେଲ ଦଣ୍ଡ ଭୋଗୁଛନ୍ତି । ସ୍ବାସ୍ଥ୍ୟବସ୍ଥା ଖରାପ ହେତୁ ସେ ଏବେ ରିମ୍ସ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.