ETV Bharat / bharat

ଚିନ୍ତାରେ ଲାଲୁ, ପରାଜୟ ପରେ ବର୍ଜନ କଲେ ଭୋଜନ

ଲୋକସଭା ନିର୍ବାଚନର ଫଳାଫଳ ପରଠାରୁ ଲାଲୁଙ୍କୁ ଆଉ ନିଦ ନାହିଁ । ଏପରିକି ସେ ସକାଳର ଜଳଖିଆ କିମ୍ବା ମଧ୍ୟାହ୍ନ ଭୋଜନ ମଧ୍ୟ ଗ୍ରହଣ କରୁନାହାଁନ୍ତି ।

author img

By

Published : May 26, 2019, 3:12 PM IST

ଡିଜାଇନ ଫଟୋ

ପାଟନା: ବିହାରରେ ମହାମେଣ୍ଟର ନେତୃତ୍ବ କରୁଥିବା ରାଷ୍ଟ୍ରୀୟ ଜନତା ଦଳକୁ ମହଙ୍ଗା ପଡିଲା ଦଳ ପ୍ରମୁଖ ଲାଲୁ ପ୍ରସାଦଙ୍କ ଅନୁପସ୍ଥିତି । ଯାହା ଫଳରେ ଲୋକସଭା ନିର୍ବାଚରେ ଦଳକୁ ଭାରିମାତ୍ରାରେ କ୍ଷତି ସହିବାକୁ ପଡିଛି । ଅନେକ ଚେଷ୍ଟା ସତ୍ତ୍ବେ ବିହାରରେ ଆରଜେଡିର ମୂଳପୋଛ ହୋଇଛି । ତେବେ ଦଳର ଶୋଚନୀୟ ପରାସ୍ତରେ ଭାଙ୍ଗି ପଡିଛନ୍ତି ଲାଲୁ । ନିଜ ଖାଦ୍ୟପେୟ ବର୍ଜନ କରିଛନ୍ତି ସେ । ଏପରିକି ଚିନ୍ତାରେ ଠିକ୍‌ରେ ଶୋଉନାହାନ୍ତି ମଧ୍ୟ ।

ଲାଲୁଙ୍କ ଚିକିତ୍ସା ଦାୟିତ୍ୱରେ ଥିବା ଚିକିତ୍ସକ ପ୍ରଫେସର ଡାକ୍ତର ଉମେଶ ପ୍ରସାଦ ଏନେଇ ସୂଚନା ଦେଇଛନ୍ତି । ଲୋକସଭା ନିର୍ବାଚନର ଫଳାଫଳ ପରଠାରୁ ଲାଲୁ ଶୋଉ ନାହାନ୍ତି । ଏପରିକି ସକାଳର ଜଳଖିଆ କିମ୍ବା ମଧ୍ୟାହ୍ନ ଭୋଜନ ମଧ୍ୟ ଗ୍ରହଣ କରୁ ନାହାନ୍ତି । ଫଳରେ ତାଙ୍କୁ ଇନ୍‌ସୁଲିନ୍‌ ଦିଆଯିବାପରେ ବାଧା ଉପୁଜିଛି। ମାନସିକ ଚାପ ଯୋଗୁଁ ସେ ଏଭଳି କରୁଥିବା ଡାକ୍ତର କହିଛନ୍ତି ।

ସୂଚନା ଯୋଗ୍ୟ ଯେ, ବିହାରର 40 ଲୋକସଭା ଆସନ ମଧ୍ୟରୁ ବିଜେପି ଏବଂ ଜେଡିୟୁର ମେଣ୍ଟ 39 ଆସନକୁ କବଜା କରିଥିଲେ । କଂଗ୍ରେସ ହାତରେ କେବଳ ଗୋଟିଏ ଆସନ ଲାଗିଥିବା ବେଳେ ଆରଜେଡି ଗୋଟିଏ ଆସନ ମଧ୍ୟ ନିଜ ଅଧିନକୁ କରିପାରିନଥିଲା ।

Intro:Body:

dfg

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.