କୋଲକାତା: ରାସ୍ତା ମଝିରେ ଦଉଡିରେ ବାନ୍ଧି ଘୋଷାଡି ଘୋଷାଡି ନେଉଛନ୍ତି ଲୋକେ। ତା ସହ କେଶ ଭିଡି ମାରୁଛନ୍ତି ନିର୍ଧୁମ ମାଡ । ତେବେ କେଉଁ ଚୋର କିମ୍ବା ଡକାୟତକୁ ନୁହେଁ ବରଂ ଜଣେ ଶିକ୍ଷୟିତ୍ରୀଙ୍କୁ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ପଶ୍ଚିମବଙ୍ଗର ଦକ୍ଷିଣ ଦିନାଜପୁର ଅଞ୍ଚଳରେ ।
ଏଭଳି ନିର୍ଯାତନା ପଛର କାରଣ ହେଲା ଗୁରୁଗ୍ରାମପୁରରେ ଏହି ଶିକ୍ଷୟିତ୍ରୀ ନିଜେ କିଣିଥିବା ଜମି ନିକଟରେ ରାସ୍ତା ସମ୍ପ୍ରସାରଣ ପାଇଁ ରାଜି ନଥିଲେ । ଫଳରେ ସ୍ଥାନୀୟ ବାସିନ୍ଦାଙ୍କ ସମେତ ଜଣେ ଟିଏମସି ନେତା ତାଙ୍କ ସହ କରିଥିଲେ ଏଭଳି ଅମାନବୀୟ ଅତ୍ୟାଚାର ।
ତେବେ ଏନେଇ ଥାନାରେ ଅଭିଯୋଗ କରିଛନ୍ତି ଶିକ୍ଷୟିତ୍ରୀ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ଗ୍ରାମବାସୀଙ୍କୁ ପଚରାଉଚରା ଜାରି ରଖିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ