ETV Bharat / bharat

ନେଲପଲିସ କିଣି ଫସିଲେ ମହିଳା, ଆକାଉଣ୍ଚରୁ ଗାଏବ 92,446 - pune news

ନେଲପଲିସ କିଣି ଫସିଲେ ମହିଳା । ମାତ୍ର 388 ଟଙ୍କାର ନେଲପଲିସ ପାଇଁ ମହିଳା ହରାଇଛନ୍ତି 92,446 ଟଙ୍କା । ଅଧିକ ପଢନ୍ତୁ...

lady software engineer looses money
ପ୍ରତିକାତ୍ମକ ଫଟୋ
author img

By

Published : Feb 18, 2020, 2:59 AM IST

ପୁଣେ: ବର୍ତ୍ତମାନ ଅନଲାଇନ ଠକେଇ କିଛି ନୂଆ ହୋଇ ନାହିଁ । କେବେ ମୋବାଇଲଫୋନ ସ୍ଥାନରେ କେବଳ ଖାଲି ପ୍ୟାକେଟ ଆସୁଥିବା ଦେଖାଯାଇଛି ତ କେବେ ପୋଷାକ ସ୍ଥାନରେ ପୁରୁଣା ପୋଷାକ ଆସୁଛି । ପୂର୍ବରୁ ଏଭଳି ଅଭିଯୋଗ ଆପଣ ନିଶ୍ଚୟ ଶୁଣିଥିବେ । ଅନଲାଇନରୁ ଜଣେ ମହିଳା 388 ଟଙ୍କାର ନେଲପଲିସ କିଣି 92,446 ଟଙ୍କା ସାଇବର୍‌ ଠକେଇର ଶିକାର ହୋଇଥିବା କେବେ ଶୁଣିନଥିବେ । କିନ୍ତୁ ଘଟଣାଟି ସମ୍ପୂର୍ଣ୍ଣ ସତ । ଏଭଳି ଘଟଣା ଘଟିଛି ପୁଣେ ରେ ।

ଜଣେ 25 ବର୍ଷୀୟା ମହିଳା ସପ୍ଟୱେୟାର ଇଞ୍ଜିନିୟର ଅନଲାଇନରୁ କିଣିଥିଲେ ଏହି ନେଲପଲିସ । ଠକେଇ ନେଇ ମହିଳା ଜଣକ ପୋଲିସର ମଧ୍ୟ ଅଭିଯୋଗ କରିଛନ୍ତି । ପୋଲିସର ସୂଚନା ଅନୁସାରେ, ପ୍ରଥମେ ମହିଳା ଜଣକ ଡିସେମ୍ୱର ୧୭ ତାରିଖରେ ଅନଲାଇନ ପେମେଣ୍ଟ କରି ଗୋଟିଏ ନେଲପଲିସ ଅର୍ଡର କରିଥିଲେ। କିନ୍ତୁ ଏହା ନିର୍ଦ୍ଧାରିତ ସମୟରେ ଡେଲିଭରି ହୋଇନଥିଲା । ଫଳରେ ସେ ଅନଲାଇନ ସାଇଟରେ ଥିବା କଷ୍ଟମର କେୟାର ନମ୍ୱରକୁ ଫୋନ କରିଥିଲେ।

ବ୍ୟକ୍ତିଜଣକ ତାଙ୍କର ଆକାଉଣ୍ଟ ଲିଙ୍କ ଥିବା ଫୋନ ନମ୍ବର ମାଗିବା ସହ ଆପଣଙ୍କର ପେମେଣ୍ଟ ହୋଇନଥିବା କହିଥିଲେ । ଏହାର କିଛି ମିନିଟ ପରେ ମହିଳାଙ୍କ ଆକାଉଣ୍ଟରୁ ପ୍ରଥମେ 90,946 ଟଙ୍କା ଗାଏବ ହୋଇଯାଇଥିଲା। ଏହା ପରେ ତାଙ୍କ ବ୍ୟାଙ୍କରୁ 1500 ଟଙ୍କା ଗୋଟିଏ ପବ୍ଲିକ୍‌ ସେକ୍ଟର ବ୍ୟାଙ୍କକୁ ଡେବିଟ ହୋଇଥିଲା।

ଏସବୁକୁ ମିଶାଇ ତାଙ୍କ ଆକାଉଣ୍ଟରୁ ସର୍ବମୋଟ 92,446 ଟଙ୍କା ଗାଏବ ହୋଇଥିବା ମହିଳା ଅଭିଯୋଗରେ ଲେଖିଛନ୍ତି । ମହିଳା ଜଣକ ତାଙ୍କର ବ୍ୟାଙ୍କ ଡିଟେଲ କାହାକୁ ଦେଇ ନଥିବା ପୋଲିସ ନିକଟରେ କହିଛନ୍ତି । ଘଟଣାରେ ପୋଲିସ ବର୍ତ୍ତମାନ ସୁଦ୍ଧା 2 ଜଣକୁ ଅଟକ ରଖି ପଚରାଉଚରା କରିବା ସହ ଅଧିକ ତଦନ୍ତ କରୁଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.