ETV Bharat / bharat

ସ୍ବାଧୀନତା ଦିବସରେ ଖୁସିରେ ଲୋକଙ୍କ ସହ ନୃତ୍ୟ କରୁଛନ୍ତି ସାଂସଦ ଜାମୟାଙ୍ଗ - new delhi

ପ୍ରଥନ ସ୍ବାଧୀନତା ଦିବସ ପାଳ କରୁଛି ନବଗଠିତ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖ । ଏହି ଅବସରରେ ସ୍ଥାନୀୟ ସାଂସଦ ଜାମୟାଙ୍ଗ ସେରିଙ୍ଗ ନାମଗ୍ୟାଲ ଲୋକଙ୍କ ସହ ନାଚି ମନାଉଛନ୍ତି ଉତ୍ସବ।

ଫଟୋ ସୌଜନ୍ୟ: @MPLadakh
author img

By

Published : Aug 15, 2019, 12:51 PM IST

Updated : Aug 15, 2019, 1:47 PM IST

ନୂଆଦିଲ୍ଲୀ: ଭାରତ ପାଳୁଛି 73 ତମ ସ୍ବାଧୀନତା ଦିବସ । ଏନେଇ ଉତ୍ସବ ମୁଖର ପୁରା ଦେଶ । ତେବେ ଅଞ୍ଚଳ ଲଦାଖ ପାଇଁ ଏହି ଦିବସ ବେଶ ମହତ୍ତ୍ବପୂର୍ଣ୍ଣ ଅଟେ । ଜମ୍ମୁ କଶ୍ମୀରରୁ ଅନୁଚ୍ଛେଦ 370 ହଟିବା ପରେ ଏହାକୁ ଏକ ସ୍ବତନ୍ତ୍ର କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଅନ୍ୟପଟେ ପ୍ରଥମ ସ୍ବାଧୀନତା ଦିବସ ପାଳୁଛନ୍ତି ଲଦାଖବାସୀ ।

ଏହି ଅବସରରେ ଲଦାଖ ସାଂସଦ ଜାମୟାଙ୍ଗ ସେରିଙ୍ଗ ନାମଗ୍ୟାଲ ଲୋକଙ୍କ ସହ ନାଚି ଏହି ଉତ୍ସବ ମନାଉଛନ୍ତି । ଯାହାକୁ ନେଇ ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଲେହ ବିମାନ ବନ୍ଦର ବାହାରେ ସାଂସଦ ଲୋକଙ୍କ ସହ ନାଚୁଥିବାର ନଜର ଆସୁଛନ୍ତି । ସେ ନିଜ ଟ୍ବିଟର ଆକାଉଣ୍ଟରେ ମଧ୍ୟ କିଛି ଫଟୋ ସେୟାର କରିଛନ୍ତି। 73ତମ ସ୍ବାଧିନତା ଅବସରରେ ସ୍ଥାନୀୟ ସାଂସଦ ସ୍ବାଧୀନତା ସଂଗ୍ରାମୀ ଏବଂ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ସାଂସଦ ଜାମୟାଙ୍ଗ ଲୋକସଭାରେ କଶ୍ମୀରରେ ଅନୁଚ୍ଛେଦ 370 ହଟିବା ନେଇ ସରାକରଙ୍କ ନିଷ୍ପତ୍ତିକୁ ସ୍ବାଗତ କରିଥିଲେ। ଏ ପ୍ରସଙ୍ଗରେ ନିଜ ମତାମତ ରଖି କହିଥିଲେ ଯେ, ଶେଷରେ ଲଦାଖବାସୀଙ୍କ ଦୁଃଖ ବୁଝିଲେ ସରକାର। ଲୋକସଭାରେ ସେ ଏ ସମ୍ପର୍କରେ ଦେଇଥିବା 17 ମିନିଟର ଭାଷଣ ଦେଶବାସୀଙ୍କ ହୃଦୟ ଜିତିଥିଲା ।

ଭିଡିଓ ସୌଜନ୍ୟ:ଟ୍ବିଟର@ANI

12 ଅଗଷ୍ଟରେ ସେ ତାଙ୍କ ଟ୍ବିଟର ଆକାଉଣ୍ଟରେ ଏକ ଫଟୋ ସେୟାର କରିଥିଲେ ଯେଉଁଥିରେ ଅନୁଚ୍ଛେଦ 370 ହଟିବା ପରେ ସେ ଲେହ ପହଞ୍ଚିଥିଲେ । ଆଉ ତାଙ୍କୁ ସ୍ଥାନୀୟ ଅଧିବାସୀ ସ୍ବାଗତ କରିଥିଲେ । ଆଉ ଜମ୍ମୁ-କଶ୍ମୀର ଠାରୁ ଅଲଗା କରି ଲଦାଖକୁ ସ୍ବତନ୍ତ୍ର କେନ୍ଦ୍ରଶାସିତ ପ୍ରଦେଶରେ ଗଠନ କରିବାର ନିଷ୍ପତ୍ତିରେ ଲୋକେ ଖୁସି ହୋଇ ନାଚିଥିଲେ । ସାଂସଦ ମଧ୍ୟ ହାତରେ ତ୍ରିରଙ୍ଗା ଧରି ତାଙ୍କ ସହ ନାଚି ଖୁସି ବାଣ୍ଟିଥିଲେ।

Intro:Body:

ଭୁବନେଶ୍ବର: ଆଜି ପୁରା ଦେଶ ପାଳୁଛି 73 ତମ ସ୍ବାଧୀନତା ଦିବସ । ସବୁଆଡେ ଫରଫର ହୋଇ ଉଡୁଛି ତ୍ରିରଙ୍ଗା । ତେବେ ରାଜଧାନୀର ପ୍ରଦର୍ଶନୀ ପଡିଆରେ 73 ତମ ସ୍ବାଧୀନତା ଦିବସ ପାଳିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଉତ୍ତୋଳନ କରିବା ସହ ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ ।

ତେବେ ଏହି ଅବସରରେ ମହାତ୍ମା ଗାନ୍ଧୀଙ୍କ ସ୍ମୃତିରେ ଏକ ପ୍ରଦର୍ଶନୀ କାର୍ଯ୍ୟକ୍ରମ ରଖାଯାଇଥିଲା । ଏଥିରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଏହି ପ୍ରଦର୍ଶନୀ ତିନିଦିନ ଧରି ଚାଲିବ । ଏଠାରେ ଜାତିର ପିତା ମହାତ୍ମା ଗାନ୍ଧୀ ବ୍ୟବହାର କରିଥିବା ସାମଗ୍ରୀ, ସମସ୍ତ ଅଭିଯାନର ଫଟୋକୁ ସାଇତା ରଖାଯାଇ ଏହି ପ୍ରଦର୍ଶନୀ ମେଳା କରାଯାଇଛି।

ଅନ୍ୟପଟେ ଏହାକୁ ଦେଖିବାକୁ ଆସିଥିବା ଦର୍ଶକ ମହାତ୍ମା ଗାନ୍ଧୀଙ୍କ ବିଷୟରେ ଜାଣିବା ସହ ନିଜର ଖୁସି ଜାହିର କରିଛନ୍ତି । ଏହାକୁ ନେଇ ରାଜ୍ୟ ସରକାର ଓ ଯେଉଁ ତିନୋଟି ବିଭାଗ ଏହି ଦାୟିତ୍ବ ନେଇଛନ୍ତି ତାଙ୍କୁ ସମସ୍ତେ ଧନ୍ୟବାଦ ଜ୍ଞାପନ କରିଛନ୍ତି।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Conclusion:
Last Updated : Aug 15, 2019, 1:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.