ETV Bharat / bharat

ଭାରତ-ଚୀନ ବିବାଦ, କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀଙ୍କୁ ଭେଟିଲେ ଲଦାଖ ଉପରାଜ୍ୟପାଳ

author img

By

Published : Aug 31, 2020, 5:02 PM IST

ଭାରତୀୟ ଏବଂ ଚୀନ ସୈନିକଙ୍କ ମଧ୍ୟରେ ଜାରି ତିକ୍ତତା ମଧ୍ୟରେ ସୋମବାର ଲଦାଖର ଉପ-ରାଜ୍ୟପାଳ ଆର କେ ମାଥୁର କେନ୍ଦ୍ର ଗୃହରାଜ୍ୟମନ୍ତ୍ରୀ ଜି କିଶନ ରେଡ୍ଡୀଙ୍କୁ ଭେଟିଛନ୍ତି।

ଭାରତ-ଚୀନ ବିବାଦ, କେନ୍ଦ୍ର ଗୃହରାଜ୍ୟମନ୍ତ୍ରୀଙ୍କୁ ଭେଟିଲେ ଲଦାଖ ଉପ-ରାଜ୍ୟପାଳ

ନୂଆଦିଲ୍ଲୀ: ଭାରତୀୟ ଏବଂ ଚୀନ ସୈନିକଙ୍କ ମଧ୍ୟରେ ଜାରି ତିକ୍ତତା ମଧ୍ୟରେ ସୋମବାର ଲଦାଖର ଉପରାଜ୍ୟପାଳ ଆର କେ ମାଥୁର କେନ୍ଦ୍ର ଗୃହରାଜ୍ୟମନ୍ତ୍ରୀ ଜି କିଶନ ରେଡ୍ଡୀଙ୍କୁ ଭେଟିଛନ୍ତି। ତେବେ ସେମାନଙ୍କ ମଧ୍ୟରେ ପ୍ରକୃତ ନିୟନ୍ତ୍ରଣ ରେଖାର ବର୍ତ୍ତମାନ ସ୍ଥିତିକୁ ନେଇ ଆଲୋଚନା ହୋଇଥିବା ସୂତ୍ରରୁ ପ୍ରକାଶ ପାଇଛି ।

ସୂଚନାଯୋଗ୍ୟ ଯେ, ଅଗଷ୍ଟ ୨୯-୩୦ ରାତିରେ ଚୀନ ସୈନ୍ୟ ପୂର୍ବ ଲଦାଖ ଗତିରୋଧ ସ୍ଥଳରେ ସ୍ଥିତି ଅବସ୍ଥା ବଦଳାଇବାକୁ ଉଦ୍ୟମ କରିଥିଲେ। ପେଙ୍ଗଙ୍ଗ ହ୍ରଦ ନିକଟରେ ପୁଣିଥରେ ଚୀନ ସେନାର ଗତିବିଧି ବଢିଯାଇଥିଲା । ସେମାନେ ଭାରତୀୟ କ୍ଷେତ୍ରରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । ହେଲେ ସତର୍କ ଥିବା ଭାରତୀୟ ଯବାନ ଚୀନ ସୈନିକଙ୍କୁ ଉଚିତ୍ ଜବାବ ଦେଇ ପଛକୁ ଘଉଡାଇ ଦେଇଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.