ETV Bharat / bharat

'ଆର୍ଥିକ ସ୍ଥିତି ସ୍ବଚ୍ଛଳ ପାଇଁ ଶ୍ରମିକଙ୍କୁ ଶୋଷଣ କରିଯିବା ଉଚିତ୍ ନୁହେଁ'

author img

By

Published : May 12, 2020, 12:15 AM IST

କୋରୋନା ଲକଡାଉନ ସମୟରେ ଅନେକ ରାଜ୍ୟ ନିଜର ଆର୍ଥିକ ସ୍ଥିତିକୁ ସ୍ବଚ୍ଛଳ କରିବାକୁ ଶ୍ରମ ଆଇନରେ ପରିବର୍ତ୍ତନ କରିଛନ୍ତି । ଯାହାକୁ ବିରୋଧ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଅଧିକ ପଢନ୍ତୁ...

Labourers cannot be subjected to exploitation: Rahul Gandhi
'ଆର୍ଥିକ ସ୍ଥିତି ସ୍ବଚ୍ଛଳ ପାଇଁ ଶ୍ରମିକଙ୍କ ଶୋଷଣ କରିଯିବା ଉଚିତ୍ ନୁହେଁ'

ନୂଆଦିଲ୍ଲୀ: କୋରୋନା ମୁକାବିଲା ପାଇଁ ଲକଡାଉନରେ ସାରା ଦେଶ । ତାଲାବନ୍ଦ କାରଣରୁ ଦେଢ ମାସରୁ ଊର୍ଦ୍ଧ୍ବ ସମୟ ଧରି ଦେଶର ଶିଳ୍ପ କାରବାର ଗୁଡିକ ବନ୍ଦ ରହିଛି । ଯେଉଁ କାରଣରୁ ଦେଶର ଆର୍ଥିକ ସ୍ଥିତି ମଧ୍ୟ ସଙ୍କଟ ଘେରକୁ ଚାଲିଆସିଛି । ଏମିତିରେ ଅନେକ ରାଜ୍ୟ ନିଜର ଆର୍ଥିକ ସ୍ଥିତିକୁ ପୁନଶ୍ଚ ସ୍ବଚ୍ଛଳ କରିବା ପାଇଁ ଶ୍ରମ ଆଇନରେ ବଡ ପରିବର୍ତ୍ତନ କରୁଛନ୍ତି । ଯାହାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ସେ ଟ୍ବିଟ୍ କରି କହିଛନ୍ତି ଯେ, ଅନେକ ରାଜ୍ୟ ଦ୍ୱାରା ଶ୍ରମ ଆଇନରେ ସଂଶୋଧନ କରାଯାଉଛି । ଆମେ କୋରୋନା ବିରୁଦ୍ଧରେ ଏକାଠି ହୋଇ ଲଢେଇ କରୁଛୁ, କିନ୍ତୁ ଏହି ପରିବର୍ତ୍ତନ ମାନବାଧିକାରକୁ ଅପମାନିତ କରିବା, ଅସୁରକ୍ଷିତ କର୍ମକ୍ଷେତ୍ରକୁ ଅନୁମତି ଦେବା, ଶ୍ରମିକଙ୍କୁ ଶୋଷଣ କରିବା ଏବଂ ସେମାନଙ୍କ ସ୍ୱରକୁ ଦବେଇବା ପାଇଁ ଏକ ବାହାନା ହୋଇପାରିବ ନାହିଁ । ଏହି ମୌଳିକ ନୀତିଗୁଡିକ ଉପରେ କୌଣସି ଚୁକ୍ତି ହୋଇପାରିବ ନାହିଁ ।

ପ୍ରକାଶ ଥାଉ କି, ଅନେକ ରାଜ୍ୟ ନିଜ ନିଜ ରାଜ୍ୟର ଶ୍ରମିକଙ୍କ କାର୍ଯ୍ୟ ସମୟକୁ 8 ଘଣ୍ଟାରୁ 12 ଘଣ୍ଟାକୁ ବୃଦ୍ଧି କରିଛନ୍ତି । ତେବେ ଶ୍ରମ ଆଇନରେ ଏହି ପରିବର୍ତ୍ତନକୁ ଗତ କିଛି ଦିନ ଧରି କଂଗ୍ରେସ ନେତାମାନେ ବିରୋଧ କରି ଆସୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.