ETV Bharat / bharat

ଶ୍ରମିକଙ୍କ ସମସ୍ୟାର ହେବ ସମାଧାନ, 20ଟି ରାଜ୍ୟରେ ଖୋଲିଲା ହେଲ୍ପଲାଇନ ସେଣ୍ଟର

କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ 20ଟି ରାଜ୍ୟରେ ଶ୍ରମିକ ହେଲ୍ପଲାଇନ ସେଣ୍ଟର ଖୋଲାଯାଇଛି । ଲକ୍ ଡାଉନରେ ଫସିରହିଥିବା ଶ୍ରମିକଙ୍କ ସହାୟତା ପାଇଁ ଏହି ହେଲ୍ପଲାଇନ ସେଣ୍ଟର ଖୋଲାଯାଇଛି ।

author img

By

Published : Apr 18, 2020, 11:33 AM IST

labour ministers santosh gangwar
ଶ୍ରମିକଙ୍କ ସମସ୍ୟାର ହେବ ସମାଧାନ

ନୂଆଦିଲ୍ଲୀ: କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ 20ଟି ରାଜ୍ୟରେ ଶ୍ରମିକ ହେଲ୍ପଲାଇନ ସେଣ୍ଟର ଖୋଲାଯାଇଛି । ଲକଡାଉନରେ ଫସିରହିଥିବା ଶ୍ରମିକଙ୍କ ସହାୟତା ପାଇଁ ଏହି ହେଲ୍ପଲାଇନ ସେଣ୍ଟର ଖୋଲାଯାଇଛି । ସେଠାରେ ସେମାନଙ୍କ ଦରମା ସମ୍ପର୍କିତ ଅଭିଯୋଗ କରିପାରିବେ । ଏହି ହେଲ୍ପଲାଇନ ଜରିଆରେ ରାଜ୍ୟସରକାର ଶ୍ରମିକଙ୍କ ସମସ୍ୟା ଉପରେ ବିଚାର କରିବେ ।

କେନ୍ଦ୍ର ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ଏହି ସୂଚନା ଦେଇଛନ୍ତି । 20ଟି ରାଜ୍ୟରେ ହେଲ୍ପଲାଇନ ଖୋଲାଯାଇଥିବା ବେଳେ 3 ଦିନ ମଧ୍ୟରେ ପ୍ରାୟ 1800 ଜଣ ନିଜ ସମସ୍ୟା ନେଇ ସମ୍ପର୍କ କରିଛନ୍ତି । ଏଥିରେ 1400 ଜଣ ରାଜ୍ୟ ସମ୍ବନ୍ଧିତ ମାମଲା ଥିବା ବେଳେ 400ଟି କେନ୍ଦ୍ର ସମ୍ବନ୍ଧିତ ଅଛି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, କାରଖାନା ଗୁଡିକରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ମାର୍ଚ୍ଚ ଏବଂ ଏପ୍ରିଲ ମାସରେ ଦରମା ପାଇବେ । ଏନେଇ ସମସ୍ତ ରାଜ୍ୟର ଶ୍ରମ ମନ୍ତ୍ରୀଙ୍କୁ ଚିଠି ଲେଖାଯାଇଛି । ପ୍ରକାଶ ଥାଉକି, ଶୁକ୍ରବାର ଗ୍ରାମାଞ୍ଚଳରେ ନିର୍ମାଣ କାର୍ଯ୍ୟକଳାପ ଏବଂ ଜଳ ଯୋଗାଣ, ପରିମଳ, ବିଦ୍ୟୁତ୍, ଅଣ ବ୍ୟାଙ୍କିଙ୍ଗ୍ ଆର୍ଥିକ ପ୍ରତିଷ୍ଠାନ ଏବଂ ସମବାୟ କ୍ରେଡିଟ୍ ସୋସାଇଟିକୁ ସମଗ୍ର ଦେଶରେ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.