ETV Bharat / bharat

ଯୁବତୀଙ୍କ ଯୌନାଙ୍ଗରୁ ସ୍ବାବ ନମୂନା ସଂଗ୍ରହ, ଗିରଫ ହେଲା ଅଭିଯୁକ୍ତ

author img

By

Published : Jul 31, 2020, 6:19 AM IST

କୋରୋନା ସଂକ୍ରମଣର ଭୟ ଏତେ ଅଧିକ ମାତ୍ରାରେ ସମସ୍ତଙ୍କୁପ ଗ୍ରାସ କରିଛି କି ସଂକ୍ରମଣ ନାଁ ଶୁଣିଲେ ଠିକ୍‌ ଭୁଲ ବିଚାର କରିବାର କ୍ଷମତା ହରାଉଛି ମଣିଷ । ଏମିତିରେ କୋରୋନା ମହାମାରୀ ପରି ଘଡିସନ୍ଧି ମୁହୂର୍ତ୍ତର ସୁଯୋଗ ନେଇ ଲାଭ ଉଠାଉଛନ୍ତି କିଛି ଯୌନ ପୀପାଷୁ ।

swab collection from vagina, maharastra latest news, swab collection from vagina in amaravati, ଯୌନାଙ୍ଗରୁ ସ୍ବାବ ନମୂନା ସଂଗ୍ରହ, ମହାରାଷ୍ଟ୍ର ଲାଟେଷ୍ଟ ନ୍ୟୁଜ୍‌, ଅମରାବତୀରେ ଯୌନାଙ୍ଗରୁ ସ୍ବାବ ସଂଗ୍ରହ
ଯୁବତୀଙ୍କ ଯୌନାଙ୍ଗରୁ ସ୍ବାବ ନମୂନା ସଂଗ୍ରହ, ଗିରଫ ହେଲା ଅଭିଯୁକ୍ତ

ମୁମ୍ବାଇ: କୋରୋନା ସଂକ୍ରମଣର ଭୟ ଏତେ ଅଧିକ ମାତ୍ରାରେ ସମସ୍ତଙ୍କୁ ଗ୍ରାସ କରିଛି କି ସଂକ୍ରମଣ ନାଁ ଶୁଣିଲେ ଠିକ୍‌ ଭୁଲ ବିଚାର କରିବାର କ୍ଷମତା ହରାଉଛି ମଣିଷ । ଏମିତିରେ କୋରୋନା ମହାମାରୀ ପରି ଘଡିସନ୍ଧି ମୁହୂର୍ତ୍ତର ସୁଯୋଗ ନେଇ ଲାଭ ଉଠାଉଛନ୍ତି କିଛି ଯୌନ ପୀପାଷୁ । ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ମହାରାଷ୍ଟ୍ରର ଅମରାବତୀରେ ଥିବା ବେଡନରା ଅଞ୍ଚଳରେ । ଯେଉଁଠାରେ ଜଣେ 24 ବର୍ଷୀ ଯୁବତୀଙ୍କର ଯୌନାଙ୍ଗରୁ ସ୍ବାବ ନମୂନା ସଂଗ୍ରହ କରାଯାଇଥିବା ଦେଖାଯାଇଛି ।

ଘଟଣା ଅନୁଯାୟୀ ସମ୍ପୃକ୍ତ ଯୁବତୀ ଏକ ମଲରେ କାମ କରୁଥିବା ବେଳେ ସେ ଜଣେ କୋରୋନା ସଂକ୍ରମିତଙ୍କ ସଂସ୍ପର୍ଷରେ ଆସିଥିଲେ । ଏହାପରେ କଣ୍ଟାକ୍ଟ ଟ୍ରେସିଂ ଦ୍ବାରା ଯୁବତୀଙ୍କ ସମେତ ମଲର 20 ଜଣଙ୍କର କୋରୋନା ଟେଷ୍ଟ କରାଯାଇଥିଲା । ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଥିବା ବେଳେ ଯୁବତୀଙ୍କ ରିପୋର୍ଟ ପଜିଟିଭ ଥାଇ ତାଙ୍କର ୟୁରିନ ଟେଷ୍ଟ କରିବା ପାଇଁ କୁହାଯାଇଥିଲା । ତେବେ ସମସ୍ତଙ୍କ ଟେଷ୍ଟିଂ ବଡନେରାସ୍ଥିତ ଟ୍ରୋମା କେୟାର କୋରୋନା ଟେଷ୍ଟିଂ ଏକ୍ସପେରିମେଣ୍ଟ ସ୍କୁଲରେ ହେଉଥିବା ବେଳେ ଯୁବତୀଙ୍କ ରିପୋର୍ଟ ପଜିଟିଭ ଆସିଥିବା ଖବର ଦେଇଥିଲେ ସେଠାରେ କାର୍ଯ୍ୟରତ ଟେକ୍ନିସିଆଲ ଅଳ୍ପେଶ ଅଶୋକ ଦେଶମୁଖ(30) ।

ତେବେ ଯୁବତୀ ଜଣଙ୍କୁ ଟେଷ୍ଟିଂ ପାଇଁ ଲ୍ୟାବରେ କୌଣସି ମହିଳା କର୍ମଚାରୀ ନଥିବା ମଧ୍ୟ ଅଳ୍ପେଶ ସୂଚନା ଦେଇଥିଲା । ଏମିତିରେ ଟେଷ୍ଟିଂ ପାଇଁ ପୁଣି ଲ୍ୟାବରେ ଥିବା ସମୟରେ ତାଙ୍କ ଏକ କୋଠରୀକୁ ନେଇ ତାଙ୍କର ଯୌନାଙ୍ଗରୁ ସ୍ବାବ ନେବା ପାଇଁ ଅଳ୍ପେଶ ଚେଷ୍ଟା କରିଥିଲା । ଆଉ ଏହାର କିଛି ସମୟ ମଧ୍ୟରେ ସେ ରିପୋର୍ଟ ନେଗେଟିଭ ଆସିଥିବା ସୂଚନା ଦେଇଥିଲା । ସହରରେ ନିଜର ଭାଇ ସହିତ ରହୁଥିବା ଯୁବତୀ ଜଣଙ୍କ ଏଥିରେ ସନ୍ଦେହ ପ୍ରକାଶ କରି ନିଜ ଭାଇଙ୍କୁ ସବୁ ଜଣାଇଥିଲେ ।

ସବୁକିଛି ଜାଣି ଉଭୟେ ବଡନେରା ଥାନାରେ ଏକ ମାମଲା ରୁଜୁ କରିଥିଲେ । ସେପଟେ ଏ ସମ୍ପର୍କରେ ଖବର ପାଇ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିବା ଜଣା ପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.