ETV Bharat / bharat

କୁମ୍ବମେଳାକୁ ନିଆଁ ଭୟ, ଜଳିଗଲା ରାଜ୍ୟପାଳଙ୍କ ଶିବିର

ଆଜି ପୁଣି ଥରେ କୁମ୍ଭମେଳାରେ ଘଟିଛି ଅଗ୍ନିକାଣ୍ଡ । ଏଥର ବିହାରର ରାଜ୍ୟପାଳ ଲାଲଜି ଟଣ୍ଡନଙ୍କ ଶିବିରରେ ଲାଗିଛି ନିଆଁ ।

author img

By

Published : Feb 13, 2019, 3:57 PM IST

Updated : Feb 13, 2019, 4:11 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଲକ୍ଷ୍ନୌ: କୁମ୍ଭମେଳା ବାରମ୍ବାର ବିଭିନ୍ନ ପ୍ରକାର ଅଘଟଣକୁ ନେଇ ବର୍ତ୍ତମାନ ବେଶ ଚର୍ଚ୍ଚାରେ ରହିଛି । ନିକଟରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ଆଜି ପୁଣି ଥରେ ମେଳାରେ ଏଭଳି ଆଉ ଏକ ଅଘଟଣ ଘଟିଛି । ତେବେ ଏଥର ବିହାରର ରାଜ୍ୟପାଳ ଲାଲଜି ଟଣ୍ଡନଙ୍କ ଶିବିରରେ ଅଗ୍ନିକାଣ୍ଡ ଘଟିଛି ।

ସୂଚନା ଅନୁଯାୟୀ, କୁମ୍ଭ ନିକଟରେ ନୈନିସ୍ଥିତ ଭିଭିଆଇପି ଶିବିରରେ ମଙ୍ଗଳବାର ରାତି ପ୍ରାୟ ସାଢେ 2ଟା ସମୟରେ ଅଗ୍ନିକାଣ୍ଡ ଘଟିଥିଲା । ଆଖି ପିଛୁଳାକେ ତାହା 3 ଟି ଶିବିରକୁ ବ୍ୟାପି ଯାଇଥିଲା । ଅଗ୍ନିକାଣ୍ଡ ସମୟରେ ଲାଲଜି ଟଣ୍ଡନ ନିଜ ଶିବିରରେ ଥିଲେ । ତେବେ ସୁରକ୍ଷା କର୍ମୀମାନେ ତାଙ୍କୁ ଶିବିରରୁ ବାହାରକୁ ନେଇ ଆସିଥିଲେ । ଘଟଣାରେ ବିଶେଷ କିଛି କ୍ଷୟକ୍ଷତି ହୋଇନଥିଲେ ବି ଲାଲଜିଙ୍କ ମୋବାଇଲ ଏବଂ ଅନ୍ୟାନ୍ୟ ଜିନିଷ ଜଳିଯାଇଥିବା ସୂଚନା ମିଳିଛି ।

ସୂଚନା ଯୋଗ୍ୟ ଯେ, କୁମ୍ଭମେଳାରେ ଏହା ପୂର୍ବରୁ ମଧ୍ୟ ଜାନୁଆରୀ 19 ଏବଂ ଜାନୁଆରୀ 15 ରେ ହଠାତ୍ ଅଗ୍ନିକାଣ୍ଡ ଘଟିଥିଲା ।

ଫେକ୍ସ ,ବ୍ୟାନର ନିଷେଧ ଓ ସାମାଜିକ ନିରାପତ୍ତା ଦାବି ରେ ରଙ୍ଗତୁଳୀ କଳାକାରଙ୍କ ଆଜି ଆରମ୍ଭ ହେଲା ବିଧାନସଭା ଅଭିଯାନ।

ଆଗକୁ ଆସୁଛି ରାଜ୍ୟ ନିର୍ବାଚନ ଓ ସେଥିପାଇଁ ଏବେ ଠାରୁ ନିଜ ନଜି ପାର୍ଟି ଓ ବିଭିନ୍ନ ବିଜ୍ଞାପନ ପାଇଁ ପ୍ରିଣ୍ଟ ଦୋକାନରେ ଫେକ୍ସ ,ବ୍ୟାନର ସବୁ ତିଆରି ହେବା। ଆଉ ସେହି ଫେକ୍ସ ,ବ୍ୟାନର ରେ ଲାଗିବ ଅନେକ ରାସାୟନିକ ରଙ୍ଗ। ଆଉ ବର୍ତ୍ତମାନ ଯୁଗ ରେ ମେସିନ ରେ ତିଆରି ଫେକ୍ସ ,ବ୍ୟାନର ର ଚାହିଦା ବଢୁଛି,କାରଣ କମ ସମୟ ରେ ବହୁତ ବ୍ୟାନର ଆଦି ତିଆରି ହାଉଛି, ଯାହାର ପ୍ରଭାଵ  ସିଧା ସଳଖ ଭାବରେ ତୁଳୀ କାରିଗର ବା ପେଣ୍ଟର ମାନଙ୍କ ଜୀବିକା ଉପରେ ପଡୁଛି।ଏହା ବ୍ୟତିତ ମେସିନ ରେ ତିଆରି ଫେକ୍ସ ,ବ୍ୟାନର ରେ ବ୍ୟବହାର ହଉଥିବା ରଙ୍ଗ ସବୁ ରାସାୟନିକ ହଉଥିବା ରୁ ଶରୀର ତଥା ପରିବେଶ ଉପରେ କୁପ୍ରଭାବ ପଡୁଛି। 
ଯଦି ଆଗାମୀ ନିର୍ବାଚନ ରେ ମେସିନ ତିଆରି ଫେକ୍ସ ,ବ୍ୟାନର ନିଷେଧ ନ କରନ୍ତି,ଶ୍ରମିକ ସାମାଜିକ ନିରାପତ୍ତା ବୋର୍ଡ ଅଧିନ ରେ ପଞ୍ଜିକରଣ କରି ପରିଚୟ ପତ୍ର ନ ଦିଅନ୍ତି ଓ ସ୍କୟର ଫୁଟ ହିସାବ ରେ ସର୍ବ ନିମ୍ନ ମଜୁରୀ ନ ପ୍ରଦାନ କରନ୍ତି ଆଗାମୀ ଦିନ ରେ ନିଖିଳଓଡ଼ିଶା ଚିତ୍ରକାର ଓ ବିଜ୍ଞାପନ ପ୍ରସାର ଶ୍ରମିକ ସଂଘ ଭେଟ ବର୍ଜନ କରିବ ବୋଲି ଆଜି ରାଜରାସ୍ତା କହିଛି।
Last Updated : Feb 13, 2019, 4:11 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.