ETV Bharat / bharat

କୁଳଭୂଷଣ ଯାଦବଙ୍କୁ ଦ୍ବିତୀୟ କନସୁଲାର ଆକସେସ ପ୍ରଦାନ କଲା ପାକିସ୍ତାନ

author img

By

Published : Jul 16, 2020, 4:32 PM IST

ଗୁରୁବାର ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କୁ ଦ୍ବିତୀୟ କନସୁଲାର ଆକସେସ ପ୍ରଦାନ କରିଛି ପାକିସ୍ତାନ । ଏହା ପୂର୍ବରୁ ଗୁରୁବାର ସକାଳୁ ଭାରତ କୁଳଭୂଷଣ ଯାଦବଙ୍କୁ ନିଃସର୍ତ୍ତ କନସୁଲାର ଆକସେସ ପ୍ରଦାନ କରିବାକୁ ପାକିସ୍ତାନ ନିକଟରେ ଦାବି କରିଥିଲା ।

କୁଳଭୂଷଣ ଯାଦବ
କୁଳଭୂଷଣ ଯାଦବ

ଇସଲାମାବାଦ: ଗୁରୁବାର ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କୁ ଦ୍ବିତୀୟ କନସୁଲାର ଆକସେସ ପ୍ରଦାନ କରିଛି ପାକିସ୍ତାନ । ଏନେଇ ପାକିସ୍ତାନୀ ଗଣମାଧ୍ୟମ ପକ୍ଷରୁ ସୂଚନା ମିଳିଛି । ଏନେଇ ବର୍ତ୍ତମାନ ଭାରତର 2ଜଣ ଅଧିକାରୀ ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟରେ ଥିବା ଜଣାପଡିଛି ।

ଏହା ପୂର୍ବରୁ ଗୁରୁବାର ସକାଳୁ ଭାରତ କୁଳଭୂଷଣ ଯାଦବଙ୍କୁ ନିଃସର୍ତ୍ତ କନସୁଲାର ଆକସେସ ପ୍ରଦାନ କରିବାକୁ ପାକିସ୍ତାନ ନିକଟରେ ଦାବି କରିଥିଲା । ଯାଦବଙ୍କ ରିଭ୍ୟୁ ପିଟିସନ ଦାଖଲ କରିବାର ଶେଷ ତାରିଖ ଜୁଲାଇ 20 ପର୍ଯ୍ୟନ୍ତ ରହିଛି । ତେଣୁ ଏହା ପୂର୍ବରୁ ତାଙ୍କ ସହ ଦେଖା କରିବାକୁ ଭାରତୀୟ କନସୁଲାରଙ୍କୁ ନିଃସର୍ତ୍ତ ଅନୁମତି ପ୍ରଦାନ କରିବାକୁ ପାକିସ୍ତାନକୁ କୁହାଯାଇଥିଲା ।

ସେପଟେ ଏନେଇ କୁଲଭୂଷଣ ଯାଦବଙ୍କ ପିଲାଦିନର ବନ୍ଧୁ ଅରବିନ୍ଦ ସିଂ କହିଥିଲେ, ଗତ ଥର ପାକିସ୍ତାନ ଯାହା କରିଥିଲା ତାହା କୁଳଭୂଷଣଙ୍କ ମା, ବାପା ଏବଂ ପତ୍ନୀଙ୍କୁ ଅପମାନିତ କରିବା ସହ ସମଗ୍ର ଭାରତକୁ ଅପମାନିତ କରିଥିଲା। ତେଣୁ ବର୍ତ୍ତମାନର କନସୁଲାର ଆକସେସ ନିଃସର୍ତ୍ତ ହେବା ଉଚିତ ବୋଲି ସେ କହିଛନ୍ତି ।

କୁଳଭୂଷଣ ଯାଦବ ପାକିସ୍ତାନର ସାମରିକ ଅଦାଲତରେ ରିଭ୍ୟୁ ପିଟିସନ ଦାଖଲ କରିବାକୁ ମନା କରିଦେଇଥିବା ପାକିସ୍ତାନ କିଛିଦିନ ତଳେ ଦାବି କରିଥିଲା । 17 ଜୁନ୍ 2020 ରେ କୁଳଭୂଷଣ ଯାଦବଙ୍କୁ ତାଙ୍କ ଦଣ୍ଡର ସମୀକ୍ଷା ଏବଂ ପୁନର୍ବିଚାର ପାଇଁ ଆବେଦନ କରିବାକୁ ନିମନ୍ତ୍ରଣ କରାଯାଇଥିଲା। କିନ୍ତୁ ସେ ନିଜର ଆଇନଗତ ଅଧିକାରକୁ ବ୍ୟବହାର କରି ଦଣ୍ଡବିଧାନର ପୁନର୍ବିଚାର ପାଇଁ ଆବେଦନ କରିବାକୁ ମନା କରିଦେଇଥିବା ପାକିସ୍ତାନ କହିଥିଲା । ତେବେ ଭାରତ ଏହାକୁ ଖଣ୍ଡନ କରିଥିଲା । କୁଳଭୂଷଣଙ୍କୁ ଏଭଳି କରିବାକୁ ବାଧ୍ୟ କରାଯାଇଥିବା ଭାରତ କହିଥିଲା ଏବଂ ଯାଦବଙ୍କୁ ଦ୍ବିତୀୟ କନସୁଲାର ଆକସେସ ପ୍ରଦାନ କରିବାକୁ ଦାବି କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.