ETV Bharat / bharat

କେଟିଆର: ଟ୍ବିଟରରେ ଆଶ୍ବାସନା, ତ୍ବରିତ କାର୍ଯ୍ୟାନୁଷ୍ଠାନ - ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ

ସୂଚନା ଓ ପ୍ରଯୁକ୍ତି ବିଦ୍ୟା ସହ ବାଣିଜ୍ୟ ଭଳି ବିଭାଗର ଦାୟିତ୍ବ ସତ୍ତ୍ବେ କେଟିଆର ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ଥାଆନ୍ତି । ଟିଆରଏସ ଦଳର ସଭାପତି ଭାବେ କର୍ମୀଙ୍କ ଅତ୍ୟନ୍ତ ପ୍ରିୟ କେଟିଆର । ଅଧିକ ପଢନ୍ତୁ...

କେଟିଆର: ଟ୍ବିଟରରେ ଆଶ୍ବାସନା, ତ୍ବରିତ କାର୍ଯ୍ୟାନୁଷ୍ଠାନ

author img

By

Published : Apr 15, 2020, 4:44 PM IST

ହାଇଦ୍ରାବାଦ: ଦେଶ ହେଉ ଅବା ବିଦେଶ । ରାଜ୍ୟ ଭିତରେ ହେଉ ଅବା ବାହାରେ । ଲୋକଙ୍କ ସମସ୍ୟା ପାଇଁ ସବୁବେଳେ ଆକ୍ଟିଭ । ଅନ ଦି ସ୍ପଟ ଆକ୍ସନ । ଅନୁରୋଧ, ଅଭିଯୋଗ, ଅସୁବିଧା କହିଲା ମାତ୍ରେ ଆରମ୍ଭ ହୋଇଯାଏ କାର୍ଯ୍ୟାନୁଷ୍ଠାନ । ପ୍ରଥମେ ଆଶ୍ବାସନା । ପରେ ତ୍ବରିତ ପଦକ୍ଷେପ । ଏହା ହେଉଛି ସୋସିଆଲ ମିଡିଆର ପାୱାର ।

ଆଜିର ଯୁଗରେ ସୋସିଆଲ ମିଡିଆ ସବୁକିଛି । ପୋଲିସ, ଆମ୍ବୁଲାନ୍ସ ଠାରୁ ଏହା ଶିଘ୍ର କାମ କରେ । ଆଉ ଏହାର ସଦୁପଯୋଗ କିପରି ହେବ ତାହା ଶିଖାଇଛନ୍ତି ଜଣେ ଯୁବ ନେତା ତଥା ମନ୍ତ୍ରୀ । ଅଭିଯୋଗ ଆସିବା ମାତ୍ରେ ପ୍ରଥମେ ଆଶ୍ବାସନା ଦେଇ ଆରମ୍ଭ ହୋଇଯାଏ ପରବର୍ତ୍ତୀ ପଦକ୍ଷେପ । ସେ ହେଉଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ପୁତ୍ର କେ ଟି ରାମା ରାଓ(କେଟିଆର) । ରାଜ୍ୟ କ୍ୟାବିନେଟରେ ସେ ଆଇଟି ମନ୍ତ୍ରୀ ଅଛନ୍ତି । ଲକଡାଉନରେ ରାଜ୍ୟରେ ଯଦି କିଏ ସବୁଠାରୁ ସକ୍ରିୟ ଅଛି ତାହା ହେଉଛି କେଟିଆରଙ୍କ ଅଫିସ ଓ ଏହାର ଅଫିସିଆଲ ଟ୍ବିଟର ଆକାଉଣ୍ଟ ।

ଦେଶରୁ ବିଦେଶ ଯାଏଁ ଯିଏ ବି ତାଙ୍କୁ ଟ୍ବିଟ କରୁଛି ପ୍ରଥମେ ଏକ ରେସପନ୍ସ ଆସୁଛି ‘ୱି ୱିଲ ଟେକ କେୟାର@କେଟିଆରଅଫିସ ଦୟାକରି ଯୋଗାଯୋଗ କରି ସାହାଯ୍ୟ କରନ୍ତୁ’ । ଆଉ କିଛି ସମୟ ମଧ୍ୟରେ ସଙ୍ଗେ ସଙ୍ଗେ ପଦକ୍ଷେପ ନିଆଯାଉଛି । ଲକଡାଉନବେଳେ କେଟିଆର ଲୋକଙ୍କ ପାଇଁ ବିପଦର ବନ୍ଧୁ ପାଲଟିଛନ୍ତି । ଅନେକ ଲୋକ ତାଙ୍କୁ ଏହି ସମୟରେ ଟ୍ବିଟ କରି ସାହାଯ୍ୟ ମାଗିଛନ୍ତି । ସବୁଠୁ ବଡ କଥା ସେ କାହାକୁ ନିରାଶ କରିନାହାନ୍ତି । ପ୍ରାୟ ସମସ୍ତ ଅଭିଯୋଗ ଓ ସମସ୍ୟାର ସମାଧାର କରିଛି କେଟିଆର ଅଫିସ । କେବଳ ରାଜ୍ୟ ଭିତରୁ ନୁହେଁ ବିଦେଶରୁ ମଧ୍ୟ ଲୋକମାନେ ତାଙ୍କୁ ଟ୍ବିଟ କରି ନିଜ ଅସୁବିଧା ଜଣାଇଛନ୍ତି ।

ନିକଟରେ ନ୍ୟୁଜିଲାଣ୍ଡରୁ ଜଣେ ଲୋକ ଟ୍ବିଟ କରି ତାଙ୍କ ମାଆଙ୍କ ବାଏପାସ ସର୍ଜରୀ ପାଇଁ ସାହାଯ୍ୟ ମାଗିଥିଲେ । ତାଙ୍କ ପରିବାର ଏଠାରେ ଥିବାବେଳେ ଲକଡାଉନ ଯୋଗୁଁ ସେମାନେ ବିଜୟୱାଡାରୁ ହାଇଦ୍ରାବାଦ ଆସିପାରୁନଥିଲେ । ଏନଓସି ଦେବା ପାଇଁ ସେ ଟ୍ବିଟରେ ଅନୁରୋଧ କରିଥିଲେ । ସଙ୍ଗେ ସଙ୍ଗେ କେଟିଆର ଅଫିସ ପକ୍ଷରୁ ତାଙ୍କୁ ଟ୍ବିଟରରେ ଆଶ୍ବାସନା ଦିଆଯିବା ସହ ସମସ୍ତ ବନ୍ଦୋବସ୍ତ କରାଯାଇଥିଲା । ସେହିପରି ଜଣେ ଗର୍ଭବତୀ ମହିଳା, ଦୁର୍ଗମ ଗାଁରେ ଫସିଥିବା ଜଣେ ଲୋକ, ପଡୋଶୀ ଆନ୍ଧ୍ର ପ୍ରଦେଶରେ ଥିବା ପ୍ରବାସୀ ଲୋକ, ବିଦେଶରେ ଥିବା ଲୋକଙ୍କ ନିଜ ପରିବାର ଚିନ୍ତା ଏମାନେ ସମସ୍ତେ ଟ୍ବିଟ କରି ନିଜ ଅସୁବିଧା ଜଣାଇବା ପରେ ତ୍ବରିତ ସାହାଯ୍ୟ ପାଇଥିଲେ । ପ୍ରତିଦିନ କେଟିଆର ଟ୍ବିଟରଠାରୁ ଆରମ୍ଭ କରି ସମସ୍ତ ସୋସିଆଲ ମିଡିଆ ଆକାଉଣ୍ଟରେ ହଜାର ହଜାର ସମସ୍ୟା ସମ୍ପର୍କରେ ଆସନ୍ତି ।

ତେବେ ଅଭିଯୋଗର ଗୁରୁତ୍ବ ଦେଖି ଗୋଟିଏ ପରେ ଗୋଟିଏର ସମାଧାନ କରନ୍ତି କେଟିଆର ଏବଂ ତାଙ୍କ ଅଫିସ କର୍ମଚାରୀ । ଦିନ ମଜୁରିଆଠାରୁ ପ୍ରବାସୀ ସମସ୍ତଙ୍କ ଅଭିଯୋଗର ଶୁଣାଣି ପରେ ସମାଧାନ କରିଛି କେଟିଆର ଅଫିସ । ଏପରିକି ବାହାର ରାଜ୍ୟରେ ଫସିଥିବା ଅନେକ ଲୋକଙ୍କୁ ତେଲେଙ୍ଗାନା ଫେରାଇ ଆଣିଛନ୍ତି କେଟିଆର । ଲୋକଙ୍କ ଅଭିଯୋଗ ପରେ ପୋଲିସକୁ ନିର୍ଦ୍ଦେଶ ଦେବା ସହ ତ୍ବରିତ କାର୍ଯ୍ୟାନୁଷ୍ଠାନ ପାଇଁ ସମସ୍ତ ବ୍ୟବସ୍ଥା କରିଥିଲା ତାଙ୍କ ଅଫିସ । କେଟିଆରଙ୍କ ଅଫିସର ସମସ୍ତ ଦାୟିତ୍ବ ନେଇଛନ୍ତି ଜଣେ ବ୍ୟକ୍ତିଗତ ସେକ୍ରେଟାରୀ ଓ 2 ଜଣ ସ୍ବତନ୍ତ୍ର ଅଫିସର । 100, 104, 108 ଭଳି ହେଲପ ଲାଇନ ନମ୍ବରରେ ଲୋକଙ୍କୁ ସାହାଯ୍ୟ ପ୍ରଦାନ କରାଯାଉଛି ।

ସୂଚନା ଓ ପ୍ରଯୁକ୍ତି ବିଦ୍ୟା ସହ ବାଣିଜ୍ୟ ଭଳି ବିଭାଗର ଦାୟିତ୍ବ ସତ୍ତ୍ବେ କେଟିଆର ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ଥାଆନ୍ତି । ଟିଆରଏସ ଦଳର ସଭାପତି ଭାବେ କର୍ମୀଙ୍କ ଅତ୍ୟନ୍ତ ପ୍ରିୟ କେଟିଆର । ସେହିପରି ଲୋକଙ୍କ ଅଭିଯୋଗ ଓ ସମସ୍ୟା ଶୁଣି ସମାଧାନ କରିବାରେ ମଧ୍ୟ ସେ ଅବହେଳା କରନ୍ତି ନାହିଁ । ବର୍ତ୍ତମାନ ପରିସ୍ଥିତିରେ ସେ ଲୋକଙ୍କ ପାଇଁ ଦେବଦୂତ ପାଲଟିଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.