ETV Bharat / bharat

ଲୋକସଭା ବାଚସ୍ପତି ହେବେ ଓମ୍ ବିର୍ଲା! - loksabha speaker

ଚଳିତ ସପ୍ତଦଶ ଲୋକସଭାର ବାଚସ୍ପତି ଭାବେ ଶାସକ ଏନଡିଏ ମେଣ୍ଟରୁ ରାଜସ୍ଥାନ କୋଟା ଲୋକସଭା ଆସନର ସାଂସଦ ଓମ ବିର୍ଲାଙ୍କ ନାଁ ଚର୍ଚ୍ଚାରେ ରହିଛି। ଏ ପ୍ରସଙ୍ଗରେ ଏନଡିଏ ପକ୍ଷରୁ ଔପଚାରିକ ଭାବେ କୌଣସି ଘୋଷଣା କରାଯାଇନାହିଁ।

ଫଟୋ ସୌଜନ୍ୟ: ଟ୍ୱିଟର@ombirlakota
author img

By

Published : Jun 18, 2019, 10:37 AM IST

ନୂଆଦିଲ୍ଲୀ: ଚଳିତ ସପ୍ତଦଶ ଲୋକସଭାର ବାଚସ୍ପତି ଭାବେ କାର୍ଯ୍ୟଭାର ଗ୍ରହଣ କରିପାରନ୍ତି ଓମ୍ ବିର୍ଲା। ଯିଏକି ରାଜସ୍ଥାନର କୋଟା ସଂସଦୀୟ ଆସନରୁ କ୍ରମାଗତ ଭାବେ ଦ୍ୱିତୀୟ ଥର ପାଇଁ ସଂସଦକୁ ନିର୍ବାଚିତ ହୋଇଛନ୍ତି। ପ୍ରଥମେ ସେ 2014ରେ ଅନୁଷ୍ଠିତ ହୋଇଥିବା ଷୋଡଶ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରି ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।

ଲୋକସଭାକୁ ଛାଡି ବିଧାନସଭାକୁ ମଧ୍ୟ ନିର୍ବାଚିତ ହୋଇଛନ୍ତି। 2003, 2008 ଏବଂ 2013ରେ ଅନୁଷ୍ଠିତ ହୋଇଥିବା ରାଜସ୍ଥାନ ବିଧାନସଭା ନିର୍ବାଚନରେ ଏହି ରାଜ୍ୟର ଦକ୍ଷିଣ କୋଟା ଆସନରୁ ଲଗାତାର 3ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ବର୍ତ୍ତମାନ ମଧ୍ୟପ୍ରଦେଶର ଟିକମଗଡ ଲୋକସଭା ଆସନର ସାଂସଦ ଥିବା ବୀରେନ୍ଦ୍ର ଖଟୀକଙ୍କୁ ଲୋକସଭାର ପ୍ରୋଟେମ୍ ସ୍ପିକର ଭାବେ ନିଯୁକ୍ତ କରାଯାଇଛି।

ଲୋକସଭାର ବାଚସ୍ପତି ଭାବେ ମନୋନୀତ କରାଯିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ଜଣେ ସାଧାରଣ କାର୍ଯ୍ୟକର୍ତ୍ତା ଭାବେ ମୁଁ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ସାକ୍ଷତ କରିବା ପାଇଁ ଆସିଥିଲି। ବାଚସ୍ପତି ଭାବେ ଏନଡିଏ ମେଣ୍ଟରୁ ମୋତେ ମନୋନୀତ କରାଯିବା ପ୍ରସଙ୍ଗରେ ମୋ ପାଖରେ କୌଣସି ଖବର ନାହିଁ।

||ବରଗଡ ||
 ଲଗାତାର ତିନି ଦିନ ହେଲା ନିମ୍ବଗଛରେ ଅବିରତ କ୍ଷୀର ଝରୁଥିବା ଘଟଣା କୁନେଇ ଲୋକଙ୍କ ମଧ୍ୟରେ ଦେଖାଦେଇଛି ଭକ୍ତି ଭାବ ଏବଂ ଏହାକୁ ଦେଖିବାକୁ ଶତାଧିକ ଭକ୍ତଙ୍କ ସୁଅଁ ଛୁଟୁଛି  | ବରଗଡ ଜିଲ୍ଳା ଗାଇସିଲେଟ ବ୍ଲକ ଅନ୍ତର୍ଗତ ବାଇଗଣଖାରି ଗ୍ରାମରେ ଦେଖାଯାଇଥିବା ଏହି ଅଲୌକିକ ଘଟଣାକୁ ଦେଖିବାକୁ  ଦୂରଦୂରାନ୍ତରୁ ଆସୁଛନ୍ତି ଲୋକେ |
ଗାଁର ଏକ ନିମ୍ବ ଗଛରୁ ଗତ ୩ ଦିନ ହେଲା ଅବିରତ ଭାବେ ଧଳା କ୍ଷୀର ଭଳି ରସ ନିର୍ଗତ ହେଉଥିବା ଦେଖିବାକୁ ମିଳିଛି ।ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ନାନା କଳ୍ପନା ଜଳ୍ପନା ଲାଗିରହି ଥିବା ବେଳେ କିଏ ଏହି ନିମ୍ବ ଗଛରେ ଭଗବାନ ବାସକରୁଥିବା କଥା କହୁଛି ତ ଆଉକିଏ ଗଛମୂଳେ ଶିବଲିଙ୍ଗ ରହିଥିବାରୁ ଗଚରୁ ଆପେ ଆପେ କ୍ଷୀର ଝରିପଡ଼ି ସୂଚନା ଦିଆଯାଉଛି ବୋଲି କହୁଛନ୍ତି |  ତେବେ ଏହି ଖବର ଚାରିଆଡେ  ପ୍ରଚାର ହେବାପରେ ଘଟଣାସ୍ଥଳକୁ ଶତାଧିକ ଭକ୍ତଙ୍କ ସୁଅ ଛୁଟୁ ଥିବା ବେଳେ ଲୋକେ ଏଠାରେ ପୂଜା କରିବସିଛନ୍ତି  ଓ ଧୂପ,ଦୀପ,ନୈବେଦ୍ୟ ରେ ସାରା ଅଞ୍ଚଳ ମହକି ଉଠୁଛି । ଅନ୍ୟପକ୍ଷରେ ପରିବେଶବିତଙ୍କ ମତରେ ନିମ୍ବ ଗଛରେ ରସ ଝରିବା ସ୍ୱଭାବିକ ଏବଂ  ଅନେକାଂଶରେ ନିମ୍ବଗଛରୁ ହଳଦିଆ ରସ ମଧ୍ୟ  ନିର୍ଗତ ହୋଇଥାଏ ବୋଲି କହିଛନ୍ତି | 
 
ଭିଡିଓ FTP ରେ ଯାଇଛି | 
slug - odbgh_tree_7203682
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.