ପାଟନା: ଉତ୍ତର ବିହାର, କାଶି ଏବଂ ହିମାଚଳର ଜିଲ୍ଲାର ବିଭିନ୍ନ ଗାଁ ଏବଂ ସହର ଜଳବନ୍ଦୀ। ତେବେ ଏହି ବନ୍ୟାରେ ଶତାଧିକ ଲୋକେ ପ୍ରଭାବିତ ହୋଇଛନ୍ତି । ଏହାସହ ଅନେକଙ୍କର ମୃତ୍ୟୁ ମଧ୍ୟ ଘଟିଛି ।
ମିଳିଥିବା ସୂଚନା ଅନୁସାରେ, ରବିବାର ସକାଳେ ମଧୁବନି ଏବଂ ଦରଭଙ୍ଗା ଚର୍ତୁପାର୍ଶ୍ବରେ ନଦୀବନ୍ଧ ଭାଙ୍ଗି ଯାଇଥିଲା । ଯାହାଦ୍ବାରା ସମୁର୍ଣ୍ଣ ଗାଁ ହୋଇଥିଲା ଜଳମୟ ।
ଯେଉଁ କାରଣରୁ ବିଭିନ୍ନ ସ୍ଥାନରେ 23 ଜଣଙ୍କ ବୁଡିଯିବାରୁ ମୃ୍ତ୍ୟୁ ହୋଇଥିଲା । ଏହା ମଧ୍ୟରୁ ଉତ୍ତର ବିହାରର 19 ଏବଂ ସୀମାଞ୍ଚଳରେ 4 ଜଣଙ୍କର ମୃତ୍ୟୁର ଖବର ଆସିଛି ।ଏଠାରେ ସୂଚନାଯୋଗ୍ୟ, ବର୍ତ୍ତମାନ ଆସାମ, ତ୍ରୀପୁରା ମଧ୍ୟ ଜଳ ଘେରରେ ରହିଛି ।