ETV Bharat / bharat

ହରିୟାଣାରେ ରାପିଡ୍ ଟେଷ୍ଟିଂ କିଟ୍ ପ୍ରସ୍ତୁତ କରିବ ଦକ୍ଷିଣ କୋରିଆ କମ୍ପାନୀ

କୋରୋନା ମୁକାବିଲା ପାଇଁ ବଢୁଛି ଟେଷ୍ଟିଂ କିଟର ଚାହିଦା । ତେବେ ଏତିକି ବେଳେ ଦକ୍ଷିଣ କୋରିଆରେ ଅବସ୍ଥିତ ଏକ କମ୍ପାନୀ ହରିୟାଣାର ମାନସରରେ କୋରୋନା ଭାଇରସ୍ ପାଇଁ ରାପିଡ୍ ଟେଷ୍ଟିଂ କିଟ୍ ପ୍ରସ୍ତୁତ କରିବ ବୋଲି ଜଣାପଡିଛି ।

author img

By

Published : Apr 22, 2020, 3:21 PM IST

ହରିୟାଣାରରେ ରାପିଡ୍ ଟେଷ୍ଟିଂ କିଟ୍ ପ୍ରସ୍ତୁତ କରିବ ଦକ୍ଷିଣ କୋରିଆ କମ୍ପାନୀ

ଚଣ୍ଡିଗଡ: ଦକ୍ଷିଣ କୋରିଆରେ ଅବସ୍ଥିତ ଏକ କମ୍ପାନୀ ହରିୟାଣାର ମାନସରରେ କୋରୋନା ଭାଇରସ୍ ପାଇଁ ରାପିଡ୍ ଟେଷ୍ଟିଂ କିଟ୍ ପ୍ରସ୍ତୁତ କରିବ ।

ଏନେଇ କମ୍ପାନୀ ଟ୍ବିଟ କରି କହିଛି ଯେ, ଏସଡି ବାୟୋସେନସର୍ ଏକ ବାୟୋ ଡାଇଗ୍ନୋଷ୍ଟିକ୍ କମ୍ପାନୀ ସପ୍ତାହରେ 5,00,000 ଦ୍ରୁତ ପରୀକ୍ଷଣ କିଟ୍ ବାହାର କରିବାର କ୍ଷମତା ସହିତ ମାନସରରୁ ଉତ୍ପାଦନ ଆରମ୍ଭ କରିଛି । ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ମୁକାବିଲା ପାଇଁ ଏହାର ଚାହିଦା ମଧ୍ୟ ବଢୁଛି । ଚାହିଦା ମେଣ୍ଟାଇବା ପାଇଁ ଆସନ୍ତା ସପ୍ତାହରେ ଏହା ଆହୁରି ବୃଦ୍ଧି କରାଯିବ ।

ଫାର୍ମର ଚେୟାରମ୍ୟାନ୍ ୟଙ୍ଗ-ଶିଖ ଚୋ ମଧ୍ୟ ଭାରତୀୟ ରାଷ୍ଟ୍ରଦୂତ ଶ୍ରୀପ୍ରିୟା ରଙ୍ଗନାଥନଙ୍କ ସହ ଆଲୋଚନା କରିଛନ୍ତି ବୋଲି ଅନ୍ୟ ଏକ ଟ୍ୱିଟରେ କୁହାଯାଇଛି । ଏସଡି ବାୟୋସେନ୍ସର ଉତ୍ପାଦନ ସୁବିଧାକୁ ରାଷ୍ଟ୍ରଦୂତଙ୍କ ଗସ୍ତ ବିଷୟରେ ଟ୍ବିଟ ମଧ୍ୟ କରାଯାଇଥିଲା । ଛତିଶଗଡର ମନ୍ତ୍ରୀ ଟି.ଏସ୍ ସିଂ ଦେଓ କୋରିଆର ଏକ ଫାର୍ମରୁ ରାପିଡ୍ ଟେଷ୍ଟିଂ କିଟ୍ କ୍ରୟ କରିବାର ନିଷ୍ପତ୍ତି ସମ୍ପର୍କରେ ଟ୍ୱିଟ୍ କରିବା ପରେ ଏବିଷୟରେ ଟ୍ବିଟ ୱାର ଦେଖାଦେଇଛି ।

ଦୂତାବାସ ଟ୍ୱିଟ୍ କରି କହିଛନ୍ତି ଯେ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚକୁ 500,000 ପରୀକ୍ଷା ଯୋଗାଣ ପାଇଁ ଦକ୍ଷିଣ କୋରିଆର ଫାର୍ମ ଏମ୍ / ହମାସିସ୍ ଲିମିଟେଡ୍ ସହିତ ଭାରତ ମଧ୍ୟ ଏକ ଚୁକ୍ତି କରିଛି । ମାହାମାରୀ ଭାରତରେ ଏବେ ସୁଦ୍ଧା 18,000ରୁ ଅଧିକ ଲୋକଙ୍କୁ ସଂକ୍ରମିତ କରିସାରିଲାଣି । ବିଶ୍ବବ୍ୟାପୀ, 24 ଲକ୍ଷରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇଥିବା ବେଳେ ପ୍ରାୟ 170,000 ଲୋକଙ୍କର ମୃତ୍ୟୁ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.