ETV Bharat / bharat

ଲେଡି ସିଙ୍ଘମ ତହସିଲଦାର, ମସଜିଦରେ ପଶି କଲେ ଟ୍ୟୁସନ

author img

By

Published : May 2, 2020, 1:28 PM IST

କର୍ଣ୍ଣାଟକର କୋଲାରରେ କୋରୋନା ଲକଡାଉନ ନିୟମ ଉଲ୍ଲଂଘନ କରି ନମାଜ ପାଠ କରୁଥିବା ମୁସଲିମ ସଂପ୍ରଦାୟର ଲୋକଙ୍କୁ କଡା ତାଗିଦ କରିଛନ୍ତି ସ୍ଥାନୀୟ ତହସିଲଦାର ଶୋଭିତା । ମସଜିଦରେ ହଠାତ ପ୍ରବେଶ କରି ଲୋକଙ୍କୁ ତାଗିଦ କରୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଅଧିକ ପଢନ୍ତୁ...

kolar-lady-singham-entered-the-mosque-warned-the-people
କୋଲାରର ଲେଡି ସିଙ୍ଘମ ତହସିଲଦାର, ମସଜିଦରେ ପଶି ଦେଲେ ଚେତାବନୀ

ବେଙ୍ଗାଲୁରୁ: କର୍ଣ୍ଣାଟକର କୋଲାରରେ କୋରୋନା ଲକଡାଉନ ନିୟମ ଉଲ୍ଲଂଘନ କରି ନମାଜ ପାଠ କରୁଥିବା ମୁସଲିମ ସଂପ୍ରଦାୟର ଲୋକଙ୍କୁ କଡା ତାଗିଦ କରିଛନ୍ତି ସ୍ଥାନୀୟ ତହସିଲଦାର ଶୋଭିତା । ମସଜିଦରେ ହଠାତ ପ୍ରବେଶ କରି ଲୋକଙ୍କୁ ତାଗିଦ କରୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

କୋରୋନା ସଂକ୍ରମଣ ରୋକିବାକୁ ଦେଶବ୍ୟାପୀ ଲକଡାଉନ ଘୋଷଣା ହୋଇଛି । ଏଥିପାଇଁ ଲୋକମାନଙ୍କୁ ଧାର୍ମିକ ସ୍ଥାନ ପରିଦର୍ଶନରୁ ବାରଣ କରାଯାଇଛି । କୋଲାର ଜିଲ୍ଲାରେ ସାମାଜିକ ଦୂରତା ବଜାୟ ରଖିବାକୁ ମନ୍ଦିର, ମସଜିଦ, ଗୁରୁଦ୍ବାର ଆଦିରେ ପ୍ରାର୍ଥନାକୁ ସଂପୂର୍ଣ୍ଣ ବନ୍ଦ ରଖାଯାଇଛି । ଏପରି ସ୍ଥିତିରେ କର୍ଣ୍ଣାଟକର କୋଲାରରେ 11 ଜଣ ଲୋକ ଏକ ମସଜିଦରେ ନମାଜ ପାଠ କରୁଥିଲେ । ତେବେ କୋଲାର ସେଠାରେ ପହଞ୍ଚି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଏହି ଭିଡିଓ ସୋସିଆଲ ମିଡିଆରେ ଏବେ ଘୂରି ବୁଲୁଛି । କେତେକ ତହସିଲଦାର ଶୋଭିତାଙ୍କୁ ଲେଡି ସିଂଘମର ଆଖ୍ୟା ଦେଇଥିବା ଦେଖିବାକୁ ମିଳିଛି ।

ମସଜିଦ ଭିତରେ ମହିଳାମାନଙ୍କୁ ପ୍ରବେଶ ଅନୁମତି ଦିଆଯାଇନଥାଏ । ତେବେ କୋରୋନା ମହାମାରୀ ବିରୋଧରେ ଲଢେଇ ପାଇଁ ପ୍ରଶାସନିକ ଦାୟିତ୍ବକୁ ତୁଲାଇବାକୁ ଯାଇ ସେ ଏହି ନିୟମକୁ ଭାଙ୍ଗିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.