ETV Bharat / bharat

ଲକଡାଉନରେ ଜାଣନ୍ତୁ ପାର୍ଟନରଙ୍କ ପ୍ରଫେସନାଲ ପର୍ସନାଲିଟି

ଘରେ ରହି ଅଫିସ କାମ କରିବା ଦ୍ବାରା ଆପଣ ନିଜ ପାର୍ଟନରଙ୍କ ଏକ ନୂଆ ରୂପ ଦେଖିପାରିବେ । ତାଙ୍କ ଅଫିସ ପର୍ସନାଲିଟି କେମିତି ତାହା ଏବେ ଆପଣ ଦେଖିପାରିବେ । ଅଧିକ ପଢନ୍ତୁ...

author img

By

Published : Apr 22, 2020, 6:51 AM IST

ଲକଡାଉନରେ ଜାଣନ୍ତୁ ପାର୍ଟନରଙ୍କ ପ୍ରଫେସନାଲ ପର୍ସନାଲିଟି
ଲକଡାଉନରେ ଜାଣନ୍ତୁ ପାର୍ଟନରଙ୍କ ପ୍ରଫେସନାଲ ପର୍ସନାଲିଟି

ହାଇଦ୍ରାବାଦ: କୋଭିଡ-19 ମହାମାରୀ ଯୋଗୁଁ ଏବେ ସମସ୍ତେ ଘରେ ଏକପ୍ରକାର ବନ୍ଦୀ । କୌଣସି ପରିସ୍ଥିତିରେ ମଧ୍ୟ ବାହାରକୁ ଯିବାର ନାହିଁ । ସ୍କୁଲ, କଲେଜ, ଅଫିସ ସବୁ ବନ୍ଦ । ବର୍ତ୍ତମାନ ସମସ୍ତେ ୱାର୍କ ଫ୍ରମ ହୋମ କରୁଛନ୍ତି । ପରିବାର ସହ ସମୟ ବିତାଉଛନ୍ତି ।

ତେବେ ଘରେ ରହି ଅଫିସ କାମ କରିବା ଦ୍ବାରା ଆପଣ ନିଜ ପାର୍ଟନରଙ୍କ ଏକ ନୂଆ ରୂପ ଦେଖିପାରିବେ । ବର୍ତ୍ତମାନ ସମସ୍ତେ ଏକାଠି ସମୟ କାଟିବା ଫଳରେ ପରସ୍ପରର ବିଭିନ୍ନ ଗୁଣ ବିଷୟରେ ଜାଣିବାକୁ ପାଇବେ । ସ୍ବାମୀ, ସ୍ତ୍ରୀ ହୁଅନ୍ତୁ ଅବା ପ୍ରେମିକ, ପ୍ରେମିକା । ପ୍ରାୟ ସମସ୍ତ ଲୋକ ଅଫିସ ଓ ଘରେ ପୁରା ଅଲଗା ହୋଇଯାଆନ୍ତି । ପର୍ସନାଲ ଓ ପ୍ରଫେସନାଲ ଲାଇଫରେ ସମସ୍ତଙ୍କର ଭିନ୍ନ ପର୍ସନାଲିଟି ଥାଏ । ଅଫିସ ବୟ ଘରକୁ ଆସିଲେ ପୁରା ହୋମ ବୟ ପାଲଟିଯାଆନ୍ତି ।

ବିଶେଷ କରି ଯେଉଁମାନେ ବସ କିମ୍ବା ଉପରିସ୍ଥ ଅଧିକାରୀ ଥାଆନ୍ତି ସେମାନେ ଘରେ ଅଲଗା ରୂପରେ ନଜର ଆସନ୍ତି । ଆଜି ଆମେ ଆପଣଙ୍କୁ ବତାଇବୁ ଘରୁ କାମ କରିବାବେଳେ ଆପଣଙ୍କ ପାର୍ଟନରର କେଉଁ ଗୁଣକୁ ଆପଣ ଜାଣିପାରିବେ । ତାଙ୍କ ଅଫିସ ପର୍ସନାଲିଟି କେମିତି ତାହା ଏବେ ଆପଣ ଦେଖିପାରିବେ । ପାର୍ଟନରଙ୍କ ସହ କାମ କରିବାବେଳେ ଆପଣ ଜାଣିପାରିବେ ଅନେକ କାମ କରିବାରେ ସେ କେତେ ସିଦ୍ଧହସ୍ତ । କିପରି ସେ ମଲ୍ଟିଟାସ୍କ କରିପାରୁଛନ୍ତି ଏହା ସମ୍ପର୍କରେ ଆପଣଙ୍କୁ ସୁରାକ ମିଳିଯିବ । ବିଭିନ୍ନ କାମ ଏକାସାଙ୍ଗରେ ସ୍ମାର୍ଟ ଭାବେ କିପରି ସେ ସମ୍ପୂର୍ଣ୍ଣ କରୁଛନ୍ତି ଏହା ଆପଣ ଜାଣିବାକୁ ପାଇବେ ।

ଏହାସହ କାମ କରିବାବେଳେ ତାଙ୍କର କିଛି ଅଭ୍ୟାସ ଆପଣ ଜାଣିବାକୁ ପାଇବେ । ସେ କେତେଥର ବ୍ରେକ ନେବା ପସନ୍ଦ କରନ୍ତି । ଚାହା ଅବା କଫି ପିଇବାକୁ କିମ୍ବା ସ୍ମୋକ୍ କରିବାକୁ ସେ କେତେଥର ଉଠୁଛନ୍ତି ତାହା ଆପଣ ଜାଣିପାରିବେ । କେତେ ସମୟ ସେ ଲଗାତାର ବସିରହୁଛନ୍ତି । ଚୌକିରୁ କେତେଥର ଉଠି ଚଲାବୁଲା କରୁଛନ୍ତି । ଏସମସ୍ତ ଖବରରୁ ଆପଣ ଜାଣିପାରିବେ ପାର୍ଟନର ଅଫିସରେ କେତେ ଆକ୍ଟିଭ ଓ ୱାର୍କ ଆଡିକ୍ଟ ଥାଆନ୍ତି । ଆଉ ଗୋଟିଏ କଥା ଆପଣ ଦେଖିପାରିବେ ତାଙ୍କର ଅନ୍ୟ ସହକର୍ମୀଙ୍କ ସହ ବ୍ୟବହାର । ଫୋନରେ କଥା ହେବା ବେଳେ ଜୁନିୟରଙ୍କ ପ୍ରତି ବ୍ୟବହାର, ବିରକ୍ତ ଭଳି ଗୁଣ ଦେଖିପାରିବେ । ଅର୍ଥାତ ସେ ଅଫିସରେ ଜଣେ ବସ ଅବା କର୍ମଚାରୀ ଭାବେ କିପରି ବ୍ୟକ୍ତିତ୍ବ ତାହା ଖୋଦ ଆପଣ ନିଜେ ଜାଣିପାରିବେ ।

ପାର୍ଟନରଙ୍କ ସହ କାମ କରିବାବେଳେ ସେ କାମ ପ୍ରତି କେତେ ମାତ୍ରାରେ ଉତ୍ସର୍ଗୀକୃତ ଅଛନ୍ତି ତାହା ଆପଣ ଜାଣିପାରିବେ । କାମକୁ ନେଇ ସେ କେତେ ଖୁସି ବା ସନ୍ତୋଷଜନକ ତାହା ଆପଣ ଦେଖିପାରିବେ । ଅଫିସରେ ତାଙ୍କର କର୍ମନିଷ୍ଠା ଘରେ ଆପଣ ଦେଖିପାରିବେ । କାମର ଚାପ ସମ୍ଭାଳିବାରେ ତାଙ୍କ ନିପୁଣତା ଜାଣିପାରିବେ । ଏହାସହ ବ୍ରେକ କେତେବେଳେ କିପରି ନିଅନ୍ତି ଏବଂ ଅଧିକ କାମର ଚାପବେଳେ ନିଜକୁ କିପରି ମୋଟିଭେଟ କରନ୍ତି । ଏସବୁ ଆପଣ ତାଙ୍କ ସହ କାମ କରିବାବେଳେ ଶିଖିପାରିବେ । ସମସ୍ତଙ୍କର କାମ କରିବାର ଅନ୍ଦାଜ ଅଲଗା । କାମ କରିବାବେଳେ ସମସ୍ତଙ୍କ ଭଏସ ମଧ୍ୟ ପ୍ରାୟ ଅଲଗା ଥାଏ । ଆପଣ ଏହା ଜାଣିପାରିବେ ଯେ ଆପଣଙ୍କ ପାର୍ଟନରଙ୍କ କାମ କରିବା ସମୟର ଭଏସ କାହା ପ୍ରତି କିପରି ଥାଏ ।

ତେବେ ପାର୍ଟନରଙ୍କ ସହ କାମ କରିବାବେଳେ ଏସବୁ ବିଷୟରେ ଆପଣ ଜାଣିପାରିବେ । ଆପଣଙ୍କ ପାଇଁ ସବୁଠାରୁ ବଡ ଉପଲବ୍ଧି ହେବ ପାର୍ଟନରଙ୍କ ମୁଡ କେତେବେଳେ କିପରି ରହିଥାଏ ଏବଂ କେବେ ଏହା କେମିତି ବଦଳିଯାଏ ତାହା ଆପଣ ଜାଣିନେବେ । ଫଳରେ ଯେବେ ପରିସ୍ଥିତି ସୁଧାର ଆସିବ ଏବଂ ସେ ଅଫିସ ଯିବା ଆରମ୍ଭ କରିବେ ସେତେବେଳେ ଅଫିସରୁ ଫେରିବା ପରବର୍ତ୍ତୀ ସମସ୍ତ ସମୟକୁ ଆପଣ ସଠିକ ଭାବେ ହ୍ୟାଣ୍ଡେଲ କରିପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.