ETV Bharat / bharat

କାହିଁକି ବିଜେପି ପ୍ରତି ଅସନ୍ତୁଷ୍ଟ ଥିଲେ ଏକନାଥ ଖଡ଼ସେ? ପଢ଼ନ୍ତୁ - controversy with khadse

ମହାରାଷ୍ଟ୍ରରେ ବରିଷ୍ଠ ବିଜେପି ନେତା ଏକନାଥ ଖଡ଼ସେ ଦଳରୁ ଇସ୍ତଫା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଶାୟୀ ହୋଇ ରହିଥିଲେ ଖଡ଼ସେ। ତେବେ ଫଡ଼ନବିସଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ବ ଦିଆଯିବାରୁ ସେ ଦଳ ପ୍ରତି ଅସନ୍ତୁଷ୍ଟ ଥିଲେ। ଅଧିକ ପଢ଼ନ୍ତୁ...

କାହିଁକି ବିଜେପି ପ୍ରତି ଅସନ୍ତୁଷ୍ଟ ଥିଲେ ଏକନାଥ ଖଡ଼ସେ

author img

By

Published : Oct 21, 2020, 5:45 PM IST

ମୁମ୍ବାଇ: ମହାରାଷ୍ଟ୍ର ବିଜେପି ଦଳରେ ରାଜନୈତିକ ହଲଚଲ ଦେଖା ଦେଇଛି। ବିଜେପିର ବରିଷ୍ଠ ନେତା ଏକନାଥ ଖଡ଼ସେ ଦଳରୁ ଇସ୍ତଫା ଦେଇଛନ୍ତି। ଫଳରେ ମହାରାଷ୍ଟ୍ର ବିଜେପିରେ ଗୋଷ୍ଠୀ କନ୍ଦୋଳ ଥିବା ସ୍ପଷ୍ଟ ବାରି ହୋଇ ପଡ଼ୁଛି। ଗତ କଛିଦିନ ହେଲା ମହାରାଷ୍ଟ୍ର ରାଜନୀତିରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ ଏକନାଥ ଖଡ଼଼ସେ। ଦଳରେ ତାଙ୍କ ପ୍ରତି ଅନ୍ୟାୟ ହେଉଥିବା ଅଭିଯୋଗ ଆଣିଥିଲେ ଏକନାଥ ଖଡ଼ସେ। ତେବେ ସମସ୍ତ ଚର୍ଚ୍ଚାର ଅନ୍ତ ଘଟାଇ ଶେଷରେ ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି।

ବିଜେପିରୁ ଇସ୍ତଫା ଦେବାପରେ ସେ ଏନସିପିରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଛି। ତେବେ ଏନେଇ ମହାରାଷ୍ଟ୍ର ଏନସିପି ସଭାପତି ଜୟନ୍ତ ପାଟିଲ ଆଜି(ବୁଧବାର) ସୂଚନା ଦେଇଛନ୍ତି। ଶୁକ୍ରବାର ବିଧିବଦ୍ଧ ଭାବେ ସେ ଏନସିପିରେ ସାମିଲ ହେବେ। ଗତ 5 ବର୍ଷ ହେଲା ବିଜେପି ପ୍ରତି ଅସନ୍ତୋଷ ରହିଥିଲେ ଖଡ଼ସେ। ଦେବେନ୍ଦ୍ର ଫଡ଼ନବିସଙ୍କ ଛଡ଼ା ମୁଖ୍ୟମନ୍ତ୍ରୀ ପଦ ପାଇଁ ଏକନାଥ ଖଡ଼ସେ ଆଶାୟୀ ରହିଥିଲେ ବୋଲି ଚର୍ଚ୍ଚା ହେଉଥିଲା। ତେବେ ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରାଯାଇନଥିବାରୁ ସେ ଦଳ ପ୍ରତି ଖପା ଥିଲେ ବୋଲି ଚର୍ଚ୍ଚା ହେଉଛି।

କାହିଁକି ବିଜେପି ପ୍ରତି ଅସନ୍ତୁଷ୍ଟ ଥିଲେ ଏକନାଥ ଖଡ଼ସେ
କାହିଁକି ବିଜେପି ପ୍ରତି ଅସନ୍ତୁଷ୍ଟ ଥିଲେ ଏକନାଥ ଖଡ଼ସେ

କାହିଁକି ଖପା ହେଲେ ଖଡ଼ସେ?

40 ବର୍ଷଧରି ରାଜନୀତିରେ ସକ୍ରିୟ ରହିଛନ୍ତି ଏକନାଥ ଖଡ଼ସେ। ନିଜ ରାଜନୈତିକ କ୍ୟାରିୟରେ ସୋ ମୋଟ 12ଟି ବିଭାଗର ମନ୍ତ୍ରୀପଦ ଦାୟିତ୍ବ ନେଇ ସାରିଛନ୍ତି। 2014 ମସିହାରେ ମହାରାଷ୍ଟ୍ରରେ ଭାରି ବହୁମତ ସହ ବିଜେପି ସରକାର ଗଢ଼ିଥିଲା। ଦେବେନ୍ଦ୍ର ଫଡ଼ନବିସ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ। ଏହିଠାରୁ ଆରମ୍ଭ ହୋଇଥିଲା ବିଜେପିରେ ଝଡ଼। ଦେବେନ୍ଦ୍ର ଫଡ଼ନବିସଙ୍କ ବଦଳରେ ଏକନାଥ ଖଡ଼ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଥିଲେ। ତେବେ ପାର୍ଟିରେ ତାଙ୍କ କଥାଙ୍କୁ ଗୁରୁତ୍ବ ଦିଆଗଲା ନାହିଁ ବୋଲି ଅଭିଯୋଗ ହୋଇଥିଲା।

ଦେବେନ୍ଦ୍ର ଫଡ଼ନବିସଙ୍କୁ ଖୋଲାଖୋଲି ଭାବେ ସମର୍ଥନ କରୁନଥିଲେ ଏକନାଥ ଖଡ଼ସେ। ବିଭିନ୍ନ ସମୟରେ ଫଡ଼ନବିସଙ୍କ ବିରୋଧରେ ଟିପ୍ପଣୀ କରି ଚର୍ଚ୍ଚାକୁ ଆସିଥିଲେ ଖଡ଼ସେ। ଏହାସହ ମହାରାଷ୍ଟ୍ରରେ ହୋଇଥିବା ଲୋକସଭା ଓ ବିଧାନସଭା ନିର୍ବାଚନରେ ଟିକଟ ଆଶାୟୀ ହୋଇ ରହିଥିଲେ ଖଡ଼ସେ। ତେବେ ଏଥିରେ ମଧ୍ୟ ସେ ଅସଫଳ ହୋଇଥିଲେ। ନାନା କସରତ କରିବା ପରେ ମଧ୍ୟା ତାଙ୍କୁ ଦଳ ପକ୍ଷରୁ ଟିକଟ ଦିଆଯାଇନଥିଲା। ଏଥିପାଇଁ ପ୍ରାୟ 4 ବର୍ଷରୁ ଉର୍ଦ୍ଧ୍ବ ସମୟ ହେବ ବିଜେପି ପାଇଁ ଏତେଟା ସକ୍ରିୟ ରହୁନଥିଲେ ଖଡ଼ସେ। ଏହାପରେ ସେ ବିଜେପି ଦଳରୁ ଇସ୍ତଫା ଦେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା।

ବିବାଦରେ ଏକନାଥ ଖଡ଼ସେ

ବଡ଼ ରାଜନୈତିକ କ୍ୟାରିୟର ସହ ବଡ଼ ବଡ଼ ବିବାଦରେ ମଧ୍ୟ ଛନ୍ଦି ହୋଇଯାଇଥିଲେ ଏକନାଥ ଖଡ଼ସେ। ଅର୍ଥମନ୍ତ୍ରୀ ଦାୟିତ୍ବରେ ଥିବା ବେଳେ ଅଣ୍ଡରୱାର୍ଲଡ ଡନ ଦାଉଦ ଇବ୍ରାହିମର ସ୍ତ୍ରୀ କଥାବାର୍ତ୍ତା ହେଉଥିବା ନେଇ ଅଭିଯୋଗ ହୋଇଥିଲା। ଖାଲି ସେତିକି ନୁହେଁ ଏକ ଜମି ଦୁର୍ନିତୀରେ ମଧ୍ୟରେ ସେ ସମ୍ପୃକ୍ତ ଥିବା ନେଇ ଅଭିଯୋଗ ହୋଇଥିଲା। ଫଳରେ ଖଡ଼ସେଙ୍କୁ ତାଙ୍କ ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା।

ଏତେ ସବୁ ବିବାଦରେ ଛନ୍ଦି ହେବାପରେ ସେ କ୍ୟାବିନେଟକୁ ପୁଣି ଫେରିବା ନେଇ ଆଶା ରଖିଥିଲେ। ତେବେ ଠିକ ସେହି ସମୟରେ ତାଙ୍କ ଆସିଷ୍ଟାଣ୍ଟ ଏକ ଲାଞ୍ଚ ନେବା ଅଭିଯୋଗରେ ଫସି ଯାଇଥିଲେ। ଫଳରେ ଏକନାଥ ଖଡ଼ସେଙ୍କ କ୍ୟାବିନେଟକୁ ଫେରିବା ଆଶା, ଆଶାରେ ହିଁ ରହିଯାଇଥିଲା। ଫଳରେ ବିଜେପି ଉପରେ ସେ ଆହୁରି କ୍ଷୁବ୍ଧ ହୋଇଯାଇଥିଲେ। ଏହାସହ ବିଜେପିରେ ଦଳୀୟ କନ୍ଦୋଳ ଥିବା ନେଇ ସେ ବୟାନ ଦେଇଥିଲେ। ଏହାପରେ ତାଙ୍କୁ ଦଳର କେତେକ ନେତା ବିରୋଧ କରିବା ଆରମ୍ଭ କରି ଦେଇଥିଲେ।

ଖଡ଼ସେଙ୍କ ବିନା ବିଜେପି

ଏକନାଥ ଖଡ଼ସେଙ୍କ ସହ ବହୁ ବିଜେପି କର୍ମୀ ଏନସିପିରେ ସାମିଲ ହେବାନେଇ ଚର୍ଚ୍ଚା ହେଉଛି। ତାଙ୍କ ସହ ସଂଖ୍ୟା ଲଘୁ ସମ୍ପ୍ରଦାୟର କିଛି ନେତା ମଧ୍ୟ ଏନସିପିରେ ସାମିଲ ହେବାକୁ ଯାଉଛନ୍ତି। ଏକନାଥ ଖଡ଼ସେ ଜାଲାଗାଁଓ ଜିଲ୍ଲାରୁ ପ୍ରତିନିଧିତ୍ବ କରିଥିଲେ। ତେବେ ତାଙ୍କ ପରେ ବିଜେପି ଏହି ଜିଲ୍ଲାରେ ଦୁର୍ବଳ ହୋଇ ଯିବାନେଇ ଆଶଙ୍କା ଦେଖା ଦେଇଛି। ବର୍ତ୍ତମାନ ମହାରାଷ୍ଟ୍ରରେ କଂଗ୍ରେସ, ଶିବସେନା ଓ ଏନସିପିର ସରକାର ରହିଛି। ବିରୋଧି ଦଳ ହେଉଛି ବିଜେପି। ଏକନାଥ ଖଡ଼ସେଙ୍କ ଭଳି ଟାଣୁଆ ନେତାଙ୍କ ପରେ ଆଗକୁ ବିଜେପି କିଭଳି ଏହି 3 ରାଜନୈତିକ ଦଳର ମୁକାବିଲା କରିବ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ବଜେପିରେ ବର୍ତ୍ତମାନ ବିନେଦ ତାୱଡ଼େ ଓ ପଙ୍କଜ ମୁଣ୍ଡେଙ୍କ ଭଳି ନେତା ରହିଛନ୍ତି। ତେବେ ଖଡ଼ସେଙ୍କ ମୁକାବିଲାରେ ଏହି ଦୁଇ ନେତା ଏତେଟା ଟାଣୁଆ ନୁହଁନ୍ତି। ଖଡ଼ସେଙ୍କ ପରେ ଏବେ ବିଜେପି ନିଶ୍ଚିତ ଭାବରେ ଏକ ବଡ଼ କ୍ଷତି ସହିବାକୁ ପଡ଼ିଛି।

ସେପଟେ ଏନସିପିରେ ଖଡ଼ସେ ଯୋଗ ଦେବାପରେ ଦଳ ଆହୁରି ମଝବୁତ ହେବ। ଜଲାଗାଁଓ ଜିଲ୍ଲାରେ ଏନସିପିର ସ୍ଥିତି ସେତେଟା ଭଲ ନାହିଁ। ଏହି ଜିଲ୍ଲାରେ ଏନସିପିର ମାତ୍ର ଗୋଟିଏ ବିଧାୟକ ରହିଛନ୍ତି। ଖଡ଼ସେଙ୍କ ସହ ଏନସିପି ଏହି ଜିଲ୍ଲାରେ ବାଜିମାତ କରିପାରେ ବୋଲି ଚର୍ଚ୍ଚା ହେଉଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.