ETV Bharat / bharat

ସ୍ବାଧୀନତା-ସାଧାରଣତନ୍ତ୍ର ଦିବସରେ କେମିତି ଉଡେ ପତାକା ? ଜାଣନ୍ତୁ ପାର୍ଥକ୍ୟ...

author img

By

Published : Aug 15, 2019, 5:55 PM IST

ଅଗଷ୍ଟ 15ରେ ପ୍ରଧାନମନ୍ତ୍ରୀ ପତାକା ଉତ୍ତୋଳନ କରୁଥିବାବେଳେ ଜାନୁଆରୀ 26ରେ ରାଷ୍ଟ୍ରପତି ଜାତୀୟ ପତାକା ଉତ୍ତୋଳନ କରିଥାନ୍ତି ।

ଫଟୋ ସୌଜନ୍ୟ:ସୋସିଆଲ ମିଡିଆ

ନୂଆଦିଲ୍ଲୀ: କାଶ୍ମୀର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ସମଗ୍ର ଭାରତ ପାଳୁଛି ସ୍ବାଧୀନତା ଦିବସ । 73 ତମ ସ୍ବାଧୀନତା ଦିବସରେ ବିଭିନ୍ନ ସ୍ଥାନରେ ଅନେକ ପ୍ରସ୍ତୁତି କରାଯାଇଛି । ଦେଶର ରାଷ୍ଟ୍ରୀୟ ପର୍ବରେ ତ୍ରିରଙ୍ଗା ପତାକା ଉଡାଇବାର ନିୟମ ରହିଛି । ଆଉ ସମ୍ବିଧାନର ନିୟମାନୁସାରେ, ଦେଶରେ କୌଣସି ବ୍ୟକ୍ତି ଯେକୌଣସି ସ୍ଥାନରେ ବିନା ପ୍ରତିବନ୍ଧକରେ ରାଷ୍ଟ୍ରୀୟ ଧ୍ବଜାକୁ ଉଡାଇ ପାରିବ । କିନ୍ତୁ ଅଗଷ୍ଟ 15 ଓ ଜାନୁଆରୀ 26ରେ ଏହି ଝଣ୍ଡାକୁ ଉଡାଇବାର କିଛି ନିୟମ ରହିଛି ।

ଅଗଷ୍ଟ 15 ଆଉ ଜାନୁଆରୀ 26ରେ ପତାକା ଉତ୍ତୋଳନରେ କ'ଣ ରହିଛି ପାର୍ଥକ୍ୟ

ଅଗଷ୍ଟ 15 ବା ସ୍ବାଧାୀନତା ଦିବସରେ ଜାତୀୟ ପତାକାକୁ ତଳୁ ଏକ ରଶି ସାହାଯ୍ୟରେ ଭିଡାଯାଇ ଉପରକୁ ନିଆଯାଇଥାଏ । ଏହାପରେ ରଶିକୁ ଖୋଲି ଦିଆଯାଇଥାଏ ଯାହାକୁ 'ଧ୍ବଜାରୋହଣ' କୁହାଯାଏ । ଯାହାକୁ ଇଂରାଜୀ ଭାଷାରେ flag hoisting କୁହାଯାଏ । କିନ୍ତୁ ଜାନୁଆରୀ 26 ବା ଗଣତନ୍ତ୍ରଦିବସରେ ଜାତୀୟ ପତାକା ଉପରେ ହିଁ ବନ୍ଧାହୋଇଥାଏ । ଆଉ ରସିକି ଭିଡିଦେଲାପରେ ଏହା ଖୋଲି ଦିଆଯାଇଥାଏ । ଏହାକୁ କୁହନ୍ତି ପତାକା ଉଡାଇବା । ଯାହାକୁ ଇଂରାଜୀ ଭାଷାରେ flag unfurling କୁହାଯାଇଥାଏ ।

ସ୍ବାଧୀନତା ଦିବସରେ ପିଏମ କରନ୍ତି ପତାକା ଉତ୍ତୋଳନ

ସ୍ବାଧୀନତା ଦିବସରେ ବା ଅଗଷ୍ଟ 15 ଦିନ ପ୍ରଧାନମନ୍ତ୍ରୀ ଏହି ମୁଖ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଥାନ୍ତି । ସେ ଭାରତର ରାଜଧାନୀ ଦିଲ୍ଲୀର ଲାଲ କିଲ୍ଲା ଠାରେ ଧ୍ବଜାଆହୋରଣ ବା ଜାତୀୟ ପତାକା ଉତ୍ତୋଳନ କରିଥାନ୍ତି । ଆଉ ଜାନୁଆରୀ 26ରେ ସାଧାରଣତନ୍ତ୍ର ଦିବସରେ ସମ୍ବିଧାନର ପ୍ରମୁଖ ଭାବେ ରାଷ୍ଟ୍ରପତି ଜାତୀୟ ପତାକା ଉତ୍ତୋଳନ କରିଥାନ୍ତି ।

ସ୍ବାଧାୀନତା ଦିବସରେ ରାଜଧାନୀ ଦିଲ୍ଲୀର ଲାଲକିଲ୍ଲା ଠାରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରିଥାନ୍ତି । ସାଧାରଣତନ୍ତ୍ର ଦିବସରେ ମଧ୍ୟ ଅଗଷ୍ଟ ୧୫ ଭଳି ଦିଲ୍ଲୀର ଲାଲକିଲ୍ଲାଠାରେ ରାଷ୍ଟ୍ରପତି ଦେଶବାସୀଙ୍କୁ ସମ୍ବୋଧିତ କରିଥାନ୍ତି । ପୂର୍ବରୁ ପ୍ରସ୍ତୁତ ହୋଇରହିଥିବା ବିଭିନ୍ନ ପ୍ୟାରେଡ ଟ୍ରୁପ ପ୍ୟାରେଡ କରିଥାନ୍ତି ଆଉ ବିଭିନ୍ନ ପ୍ରଦେଶରୁ ଆସିଥିବା କାର୍ଯ୍ୟକ୍ରମ ମାନ ପ୍ରଦର୍ଶିତ କରାଯାଇଥାଏ । ଯାହା ଏହି ଦିବସର ମୁଖ୍ୟ ଆକର୍ଷଣ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.