ନୂଆଦିଲ୍ଲୀ: ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଆଜି(ରବିବାର) ଦିଲ୍ଲୀର ନିଗମ ବୋଧ ଘାଟରେ ରାଜକୀୟ ଅନ୍ତ୍ୟେଷ୍ଟି କ୍ରିୟା କରାଯାଇଛି । ପୁଅ ରୋହନ ତାଙ୍କୁ ମୁଖାଗ୍ନି ଦେଇଛନ୍ତି । ଗତ ଏକ ସପ୍ତାହ ଧରି ସ୍ବାସ୍ଥ୍ୟାବସ୍ଥା ଖରାପ ଥିବାରୁ ତାଙ୍କୁ ଦିଲ୍ଲୀ ସ୍ଥିତ ଏମସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଶନିବାର ଏମସ ହସ୍ପିଟାଲରେ 66 ବର୍ଷ ବୟସରେ ତାଙ୍କର ନିଧନ ଘଟିଛି ।
କ'ଣ ଏହି ରାଜକୀୟ ଅନ୍ତେଷ୍ଟି ?
ନିୟମାନୁସାରେ, କେବଳ ବର୍ତ୍ତମାନ ଓ ପୂର୍ବତନ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ବର୍ତ୍ତମାନର କେନ୍ଦ୍ର ମନ୍ତ୍ରୀଙ୍କ ନିଧନ ପରେ ଏହି ସମ୍ମାନରେ ଅନ୍ତ୍ୟେଷ୍ଟି କ୍ରିୟା ସମ୍ପନ୍ନ ହୋଇଥାଏ । କିନ୍ତୁ ଏହି ବିଷୟରେ କେଉଁଠାରେ ଲିଖିତ ଭାବେ କୌଣସି ନିୟମ ନାହିଁ । ଆଉ ସମୟ ସହିତ ଏହାର ପରିବର୍ତ୍ତନ ମଧ୍ୟ ହୋଇଛି । କୌଣସି ବ୍ୟକ୍ତି ପାଇଁ ରାଜକୀୟ ଅନ୍ତିମ ସଂସ୍କାର କରିବା ପାଇଁ ଆଦେଶ ଦେବା ସରକାରଙ୍କର ବିଶେଷ ଅଧିକାର ରହିଛି । ତେବେ ମଦର ଟେରେସା, ସତ୍ୟ ସାଇଁ ବାବା ଓ ଶ୍ରୀଦେବୀ ଭଳି ଅଣରାଜନୈତିକ ବ୍ୟକ୍ତିତ୍ବଙ୍କୁ ମଧ୍ୟ 'ରାଜକୀୟ ଅନ୍ତ୍ୟେଷ୍ଟି' ଦିଆଯାଇଥିଲା । ଭାରତରେ ପ୍ରଥମ 'ରାଜକୀୟ ଅନ୍ତ୍ୟେଷ୍ଟି' ଜାତିର ପିତା ମହାତ୍ମା ଗାନ୍ଧିଙ୍କର ହୋଇଥିଲା ।
କେମିତି ଦିଆଯାଏ ଏହି ଅଧିସୂଚନା ?
କୌଣସି ମହାନ ବ୍ୟକ୍ତିତ୍ବଙ୍କ ମୃତ୍ୟୁପରେ, ସରକାର ତାଙ୍କର ମୃତ୍ୟୁର ଏକ ରାଜପତ୍ର ଜାରି ଘୋଷଣା କରିଥାନ୍ତି । ଏକ କଲା ପଟିରେ ଏହି ସୂଚନା ଜାରି କରାଯାଇଥାଏ । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗ ସମୟରେ, ସରକାରଙ୍କ ଦ୍ବାରା ଗାଜଟ ଅଧିସୂଚନା ଜାରି କରାଯାଇଥିଲା । ସେହିଭଳି ରାଷ୍ଟ୍ରୀୟ ଧ୍ବଜାକୁ ଅର୍ଦ୍ଧ ନିମିତ କରିବା ସହ ରାଜକୀୟ ଶୋକ ମଧ୍ୟ ଘୋଷଣା କରାଯାଇଥିଲା ।
'ରାଜକୀୟ ଅନ୍ତ୍ୟେଷ୍ଟି' ପାଇଁ ଯେତେବେଳେ ଗୃହମନ୍ତ୍ରାଳୟ ରାଜପତ୍ର ଅଧିସୂଚନା ଜାରି କରିଥାଏ ସେହି ସମୟରେ ରକ୍ଷା ମନ୍ତ୍ରାଳୟ ଅନ୍ତିମ ସଂସ୍କାର ପାଇଁ ବ୍ୟବସ୍ତା କରିଥାଏ । ଅଟଳ ବିହାରୀ ବାଜପେୟୀଙ୍କ ମୃତ୍ୟୁ ସମୟରେ ତତ୍କାଳୀନ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ବ୍ୟକ୍ତିଗତ ଭାବେ ଅନ୍ତିମ ସଂସ୍କାରର ସମସ୍ତ ବ୍ୟବସ୍ଥା କରିଥିଲେ ।
କେଉଁଭଳି କରାଯାଇଥାଏ 'ରାଜକୀୟ ଅନ୍ତ୍ୟେଷ୍ଟି'
'ରାଜକୀୟ ଅନ୍ତ୍ୟେଷ୍ଟି' ସହିତ କରାଯାଉଥିବା ଅନ୍ତିମ ସଂସ୍କାରରେ ପାର୍ଥିବ ଶରୀରକୁ ତ୍ରିରଙ୍ଗାରେ ଘୋଡା ଯୋଇଥାଏ । ଦିବଙ୍ଗତ ବ୍ୟକ୍ତିଙ୍କ ସମ୍ମାନରେ ମିଲିଟ୍ରୀ ବ୍ୟାଣ୍ଡ, ଶୋକ ପୂର୍ଣ୍ଣ ସଂଗୀତ ବାଜିଥାଏ ଏହାସହ ରାଷ୍ଟ୍ରୀୟ ସମ୍ମାନ ଦିଆଯାଇଥାଏ ।
ସ୍ବାଧୀନ ଭାରତରେ ରାଜକୀୟ ସମ୍ମାନ ସହିତ ପ୍ରଥମ ଅନ୍ତିମ ସଂସ୍କାର ଜାତିର ପିତା ମହାତ୍ମା ଗାନ୍ଧିଙ୍କର ହୋଇଥିଲା ।