ହାଇଦ୍ରାବାଦ: ବ୍ୟସ୍ତ ବହୁଳ ଜୀବନରେ ନିଦ୍ରାର ରହିଛି ଗୁରୁତ୍ବପୂର୍ଣ୍ଣ ଭୂମିକା । ଦିନ ସାରାର ତମାମ କାର୍ଯ୍ୟ ପରେ ରାତିରେ 7ରୁ 8 ଘଣ୍ଟା ନିଦ ନିହାତି ଆବଶ୍ୟକ । ଏହା ନା ଯେ କେବଳ ଶରୀରକୁ ଆରାମ ଦିଏ ବରଂ ମସ୍ତିଷ୍କକୁ ଶାନ୍ତ କରିବାରେ ସାହାଯ୍ୟ କରେ । ସାଉଣ୍ଡ ସ୍ଲିପ ବା ଆରାମଦାୟକ ନିଦ୍ରାର ମାନସିକ ସ୍ତରରେ ଶାନ୍ତି ଦେବା ସହ ମାନସିକ ସନ୍ତୁଳନ ମଧ୍ୟ ବଜାୟ ରଖେ । ହେଲେ ବେଳେ ବେଳେ ଛୁଟି ଦିନରେ ଅଧିକ ସମୟ ଶୋଇବାର ରହିଛି କିଛିଟା ନକାରାତ୍ମକ ପ୍ରଭାବ । ଜାଣନ୍ତୁ କ’ଣ ଏହି ସବୁ ପ୍ରଭାବ ...
ବୈଜ୍ଞାନିକମାନଙ୍କ ମତାନୁଯାୟୀ ଆପଣ ଯେତେ ଅଧିକ ସମୟ ଶୋଇବେ ଆପଣଙ୍କ ସ୍ବପ୍ନ ସେତିକି ବିଚିତ୍ର ବା ଅବାସ୍ତବ ହେବ । ଦେଶ ବିଦେଶରୁ ମୋଟ 846ଜଣ ବ୍ୟକ୍ତିଙ୍କୁ ନେଇ କରାଯାଇଥିବା ଏକ ପରୀକ୍ଷାରୁ ଏହା ସ୍ପଷ୍ଟ ହୋଇଥିଲା । ଏହି ପରୀକ୍ଷାରେ ଏହା ଲକ୍ଷ୍ୟ କରାଯାଇଥିଲା କି ପ୍ରତି 20 ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ସପ୍ତାହରେ ଥରେ ଖରାପ ସ୍ବପ୍ନ ଦେଖେ । ଅନ୍ୟପଟେ ମାନସିକ ରୂପେ ବିଷାଦଗ୍ରସ୍ତ ଲୋକମାନଙ୍କ ପାଖରେ ଏହି ମାତ୍ରା ଅଧିକ ହୋଇଥିବା ଦେଖାଯାଇଛି ।
ରାତିରେ 9 ଘଣ୍ଟାରୁ ଅଧିକ ସମୟ ଶୋଉଥିବା ବ୍ୟକ୍ତିଙ୍କ ପାଖରେ ଖରାପ ସ୍ବପ୍ନ ଦେଖିବାର ଅଧିକ ସମ୍ଭାବନା ଥିବା ଜଣାପଡିଛି । ଏହାଛଡା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ମାଦକ ଦ୍ରବ୍ୟ ଗ୍ରହଣର ମଧ୍ୟ ନିଦ ଓ ସ୍ବପ୍ନ ଉପରେ ପ୍ରଭାବ ରହିଛି । ଯଦି ଆପଣ ରାତିରେ ଶୋଇବା ଆଗରୁ ମଦ୍ୟପାନ କରନ୍ତି ତେବେ ସମ୍ଭାବନା ଅଛି କି ଆପଣଙ୍କୁ ବିଲକୁଲ ସ୍ବପ୍ନ ନଆସିବ । ତେଣୁ ଦୈନିକ 7ରୁ 8 ଘଣ୍ଟା ଶୋଇବା ସବୁଠାରୁ ଭଲ । ଏହାଠାରୁ ଅଧିକ ଶୋଇବା ଆପଣଙ୍କ ମାନସିକ ସନ୍ତୁଳନକୁ ବିଗାଡିପାରେ ।