ହାଇଦ୍ରାବାଦ: ଲକଡାଉନ ସମୟରେ ଘରେ ବସି ବସି ବୋର ହେଉଛନ୍ତି ପିଲାମାନେ । କିଏ ଇଣ୍ଟରନେଟରେ ଗେମ ଖେଳୁଛି ତ କିଏ ୟୁଟ୍ୟୁବରେ ଭିଡିଓ ଦେଖୁଛି । ଏମିତିରେ କେତେ ଜଣ ଅନଲାଇନ ଚାଟିଂ ଜରିଆରେ ସାଙ୍ଗ ସାଥୀଙ୍କ ସହ ଯୋଡି ହେବାକୁ ଚେଷ୍ଟା କରୁଛନ୍ତି । ତେବେ ଅଭିଭାବକମାନେ ଏନେଇ କେତେକ ଦିଗ ପ୍ରତି ବିଶେଷ ଦୃଷ୍ଟି ଦେବା ଦରକାର । ଯେପରି ପିଲାମାନେ ସୁରକ୍ଷିତ ଭାବେ ଇଣ୍ଟରନେଟ ଆକ୍ସେସସ କରିପାରିବେ ।
ତେବେ ଜାଣି ରଖନ୍ତୁ ଲକଡାଉନ ସମୟରେ ପିଲାମାନଙ୍କ ପାଇଁ କିଛି ଜରୁରୀ ଟିପ୍ସ :
- ପିଲାମାନଙ୍କୁ ଅନଲାଇନ ସେଫ୍ଟି ଓ ସିକ୍ୟୁରିଟି ଉପରେ ଭଳ ଭାବେ ଅବଗତ କରାନ୍ତୁ । ଅନଲାଇନ ପ୍ଲାଟଫର୍ମରେ କ’ଣ କରଣୀୟ କ’ଣ ନୁହେଁ ତାହା ମଧ୍ୟ ବୁଝାନ୍ତୁ ।
- ପିଲାମାନଙ୍କୁ ଶିଖାଇବା ସହ ଉତ୍ସାହିତ କରିବା ପାଇଁ ତାଙ୍କ ସହ ସମୟ ବିତାନ୍ତୁ । ସେମାନେ ଅନଲାଇନ କେଉଁଥିରେ ଅଧିକ ସମୟ ବିତାଉଛନ୍ତି ସେଥିରେ ଆପଣ ମଧ୍ୟ ସହଭାଗୀ ହୁଅନ୍ତୁ । ଏନେଇ ଆପଣ ପିଲାମାନଙ୍କ ସହିତ ଅନଲାଇନ ଗେମ ମଧ୍ୟ ଖେଳି ପାରିବେ ।
- ଆବଶ୍ୟକସ୍ଥଳେ ପ୍ୟାରେଣ୍ଟାଲ କଣ୍ଟ୍ରୋଲର ବ୍ୟବହାର କରନ୍ତୁ । ଏହାଦ୍ବାରା ପିଲାମାନଙ୍କୁ କେତେକ ନିର୍ଦ୍ଦିଷ୍ଟ ସାଇଟ, ଆପ୍ ଓ ଫଙ୍କସନ ପ୍ରତି ଆପଣ ବ୍ଲକ କରିପାରିବେ ।
- ପିଲାମାନଙ୍କୁ ଏକା ବ୍ରାଉଜ କରିବାକୁ ଦିଅନ୍ତୁ ନାହିଁ । ସେମାନଙ୍କ ମନରେ ଇଣ୍ଟରନେଟ ଆକ୍ସେସକୁ ନେଇ ସାମାନ୍ୟ ଡର ରହିବା ଆବଶ୍ୟକ ।
- ଅନଲାଇନ ପ୍ଲାଟଫର୍ମରେ କୌଣସି ବ୍ୟକ୍ତିଗତ ତଥ୍ୟ କିପରି ପିଲାମାନେ ଶେୟାର ନକରିବେ ତାହା ସେମାନଙ୍କୁ ଶିଖାନ୍ତୁ ।
- ବିଭିନ୍ନ ସୋସିଆଲ ମିଡିଆରେ ପ୍ରାଇଭେସି ସେଟିଂ ସମ୍ପର୍କରେ ପିଲାମାନଙ୍କୁ ଅବଗତ କରାନ୍ତୁ ।
- ଅଜଣା ବ୍ୟକ୍ତିଙ୍କର ରିକ୍ବେଷ୍ଟ ଗ୍ରହଣ ନକରିବା ପାଇଁ ପିଲାମାନଙ୍କୁ ବୁଝାନ୍ତୁ ।
- ଇଣ୍ଟରନେଟ ବ୍ୟବହାର ପାଇଁ ପିଲାମାନଙ୍କ ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ସେଟ କରନ୍ତୁ ।
- କୌଣସି ଅଜଣା ଲିଙ୍କ ବା ପପ୍-ଅପ୍ ଆଡ ଉପରେ ପିଲାମାନଙ୍କୁ କ୍ଲିକ କରିବାକୁ ମନା କରନ୍ତୁ । ଏଥିସହିତ ପିଲାମାନଙ୍କୁ ସାଇବର କ୍ରାଇମ ଉପରେ ମଧ୍ୟ ଅବଗତ କରାନ୍ତୁ ।