ETV Bharat / bharat

ପିତୃପକ୍ଷର ଆଜି ହେଉଛି ସପ୍ତମ ଦିନ, ଜାଣନ୍ତୁ ମହତ୍ତ୍ବ

ମୋକ୍ଷପ୍ରାପ୍ତିର ସହର ହେଉଛି ଗୟା । ତେବେ ଏହି ସହରର ମହତ୍ତ୍ବ ପିତୃପକ୍ଷ ତିଥି ଆରମ୍ଭ ହୋଇଗଲେ ବଢିଯାଇଥାଏ । ଆଜି ହେଉଛି ପିତୃପକ୍ଷର ସପ୍ତମ ଦିନ । ଆଜିର ଦିନରେ ମଧ୍ୟ ଏହି ସହରକୁ ନେଇ ଅନେକ ପୌରାଣିକ କଥାବସ୍ତୁ ରହିଥିବା ବେଳେ ବିଶ୍ବାସ ମଧ୍ୟ ଏହା ସହ ଯୋଡ଼ି ହୋଇ ରହିଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Sep 19, 2019, 4:45 PM IST

ନୂଆଦିଲ୍ଲୀ: ମୋକ୍ଷ ନଗରୀ ଗୟାରେ ଚାଲିଛି ପିତୃପକ୍ଷ । ଏହି ପିତୃପକ୍ଷର ଆଜି ହେଉଛି ସପ୍ତମ ଦିନ । ତେବେ ଏହି ପିତୃପକ୍ଷର ପ୍ରତ୍ୟେକ ଦିନ ଓ ତିଥି ଗୁରୁତ୍ବ ବହନ କରିଥାଏ । ଏପରିକି ଏଠାରେ ଥିବା ପିଣ୍ଡ ବେଦୀକୁ ନେଇ ମଧ୍ୟ ଅନେକ ପୌରାଣିକ କଥାବସ୍ତୁ ରହି ଆସିଛି ।

ତେବେ ଆଜି ହେଉଛି ପିତୃପକ୍ଷର 7ମ ଦିନ । ଆଜିର ଦିନରେ ବିଷ୍ଣୁପଦ ମନ୍ଦିର ନିକଟରେ ଥିବା 16ଟି ବେଦୀରେ ପିଣ୍ଡଦାନର ମହତ୍ତ୍ବ ପୁରାଣରେ ବର୍ଣ୍ଣିତ ଅଛି । ପିତୃପକ୍ଷର ଷଷ୍ଠ ଦିନରୁ ଅଷ୍ଟମ ଦିନ ପର୍ଯ୍ୟନ୍ତ ଏଠାରେ ପିଣ୍ଡଦାନ ହୋଇଥାଏ । ଏହି 16ଟି ବେଦୀରେ ପିଣ୍ଡଦାନ ସମୟରେ ଭିନ୍ନ ଭିନ୍ନ ଦେବତାଙ୍କ ପୂଜା ମଧ୍ୟ କରାଯାଇଥାଏ । ଏହି ଦେବତା ମାନେ ଏହି ବେଦୀରେ ସ୍ତମ୍ଭ ଭାବରେ ରହି ଆସିଛନ୍ତି ।

ସେହିଭଳି ଏଠାରେ ପାଞ୍ଚିଟି ପଦରେ ମଧ୍ୟ ପିଣ୍ଡଦାନର ପରମ୍ପରା ରହି ଆସିଛି । ଏହି ପାଞ୍ଚଟି ପଦ ହେଉଛି ଯୋଗିନୀ ପଦ, ଆହ୍ବାଗନୀ ପଦ, ସ୍ମାୟଗନୀ ପଦ, ଆଓ୍ବସଧ୍ୟାଗିନ ପଦ, ଇନ୍ଦ୍ର ପଦ । ଏହି ପଦରେ ଶ୍ରଦ୍ଧାଳୁମାନେ ପିଣ୍ଡଦାନ କରିବାର ପରମ୍ପରା ରହିଛି । ଏହିପଦରେ ପିଣ୍ଡଦାନ କଲେ ପିତୃପୁରୁଷଙ୍କ ଆତ୍ମା ମୋକ୍ଷ ଲାଭ କରିଥାଏ ବୋଲି ବିଶ୍ବାସ ରହିଛି ।

ତେବେ ଏହି ପଦରେ ସନ୍ୟାସୀ ଏବାଂ ମହାତ୍ମାମାନେ ପିଣ୍ଡଦାନ କରିପାରିବେ ନାହିଁ । କାରଣ ସେମାନଙ୍କୁ ପିଣ୍ଡଦାନର ଅଧିକାର ନଥାଏ । ବିଷ୍ଣୁପଦ ମନ୍ଦିରରେ ଦଣ୍ଡ ବା ବେଦୀର ଦର୍ଶନ କରିବା ମାତ୍ରେ ସନ୍ୟାସୀମାନଙ୍କ ପିତୃ ପୁରୁଷ ମୋକ୍ଷ ଲାଭ କରିଥାନ୍ତି ବୋଲି ବିଶ୍ବାସ ରହିଛି । ସେପଟେ ଏଠାରେ ଶ୍ରାଦ୍ଧ ଦେବା ଦ୍ବାରା ଶହେ ପିତୃପୁରୁଷଙ୍କ ଆତ୍ମା ମୋକ୍ଷ ଲାଭ କରିଥାଏ । ଏଠାରୁ ପିଣ୍ଡଦାନ କରି ଯିବା ପରେ ଅଶ୍ବମେଧ ଯଜ୍ଞର ଫଳ ହାସଲ କରିଥାଏ ଶ୍ରଦ୍ଧାଳୁ।

ଗୟାରେ ପିଣ୍ଡଦାନ ପାଇଁ ଚାରୁ, ଅଟା, ଚାଉଳ, ଫଳମୂଳ, କଳ୍କ, ଘିଅ, ଦହି ବ୍ୟବହାର କରାଯାଇଥାଏ । ତେବେ ଏହି ସବୁ ଦ୍ରବ୍ୟରେ ପିଣ୍ଡଦାନ କଲେ ପିତୃପୁରୁଷମାନେ ମୋକ୍ଷ ପ୍ରାପ୍ତି ହୋଇଥାନ୍ତି ବୋଲି ଏଠାକାର ପଣ୍ଡିତମାନେ କହିଛନ୍ତି । ସେହିଭଳି ଦାନ ହେବାକୁ ଥିବା ପିଣ୍ଡର ଆକାର ସବୁବେଳେ ଦାନ ଦେଉଥିବା ଶ୍ରଦ୍ଧାଳୁଙ୍କ ମୁଠା ସହ ସମାନ ଓ ଗୋଲାକାର ହେବାର ଆବଶ୍ୟକତା ରହିଛି ।

Intro:Body:

PRABHU

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.