ETV Bharat / bharat

‘ଚନ୍ଦ୍ରଯାନ-2’କୁ ଲାଇଭ ଦେଖିବା ପାଇଁ ଇସ୍ରୋ ଜାରି କଲା ରେଜିଷ୍ଟ୍ରେସନ ୱେବସାଇଟ - live launching of mission chandrayan-2

ସୋମବାର ଭୋର 2.51 ମିନିଟ ସମୟରେ ଆନ୍ଧ୍ରପ୍ରଦେଶ, ଶ୍ରୀହରିକୋଟାରେ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ମିସନ ‘ଚନ୍ଦ୍ରଯାନ-2’ ର ଉତକ୍ଷେପଣ ହେବ । ଏହାକୁ ଲାଇଭ ଦେଖିବା ପାଇଁ ଇସ୍ରୋ ଏକ ୱେବସାଇଟ ଲଞ୍ଚ କରିଛି । ସେଥିରେ ନିଜ ନାମ ରେଜିଷ୍ଟ୍ରେସନ କରିବାକୁ ପଡିବ ।

ଫଟୋ ସୌଜନ୍ୟ: ଇସ୍ରୋ
author img

By

Published : Jul 14, 2019, 10:38 AM IST

ନୂଆଦିଲ୍ଲୀ: ଭାରତ ଆଉ ଏକ ଇତିହାସ ରଚିବାକୁ ଯାଉଛି । ଆସନ୍ତାକାଲି (ଜୁଲାଇ 15) ଭାରତ ମିଶନ ‘ଚନ୍ଦ୍ରଯାନ-2’ ର ଉତକ୍ଷେପଣ କରିବାକୁ ଯାଉଛି । ସୋମବାର ଭୋର 2.51 ମିନିଟ ସମୟରେ ଆନ୍ଧ୍ରପ୍ରଦେଶ, ଶ୍ରୀହରିକୋଟାରେ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଏହାର ଦ୍ବିତୀୟ ମାନବବିହୀନ ମିଶନ ‘ଚନ୍ଦ୍ରଯାନ-2’ ର ଉତକ୍ଷେପଣ କରିବ ।

‘ଚନ୍ଦ୍ରଯାନ-2’ ର ଲଞ୍ଚିଂ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ରହିଛି । ଏହାକୁ ଲାଇଭ ଦେଖିବା ପାଇଁ ଇସ୍ରୋ ଏକ ୱେବସାଇଟ ଲଞ୍ଚ କରିଛି । ସେଥିରେ ନିଜ ନାମ ରେଜିଷ୍ଟ୍ରେସନ କରିବାକୁ ପଡିବ । ଏହାକୁ ଲାଇଭ ଦେଖିବା ପାଇଁ ଏପର୍ଯ୍ୟନ୍ତ 7,134 ଲୋକେ ଅନଲାଇନ ରେଜିଷ୍ଟ୍ରେସନ କରିସାରିଛନ୍ତି । ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ (ଇସ୍ରୋ) ଲୋକଙ୍କ ପାଇଁ ରକେଟ ଲଞ୍ଚିଂ ପ୍ରକ୍ରିୟାକୁ ଲାଇଭ ଦେଖାଇବା ପାଇଁ ତାର ପ୍ରକ୍ରିୟା ଆରମ୍ଭ କରିଦେଇଛି । ଗ୍ୟାଲେରୀରେ ବସି ଲାଇଭ ଦେଖିପାରିବେ । ଏଥିରେ ମୋଟ 10ଜଣ ଲୋକ ହିଁ ବସିପାରିବେ । ଏଥିଲାଗି ରେଜିଷ୍ଟ୍ରେନ କରିବା ପାଇଁ https://liveregister.isro.gov.in/LRC/ ରେ ଯିବାକୁ ପଡିବ ।

‘ଚନ୍ଦ୍ରଯାନ-2’ ମହାକାଶ ଯାନର ଓଜନ 3.8 ଟନ୍ । ମହାକାଶ ଯାନ ପାଇଁ 603 କୋଟି ଏବଂ ‘ଜିଏସଏଲଭି ଏମକେ-3’ ରକେଟ ପାଇଁ 375 କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଅର୍ଥାତ ସମୁଦାୟ 978 କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଗୋଟିଏ ଅର୍ବିଟର, ଗୋଟିଏ ଲ୍ୟାଣ୍ଡର ଯାହାର ନାଁ ‘ବିକ୍ରମ’ ରଖାଯାଇଛି, ଗୋଟିଏ ରୋଭର (ପ୍ରଜ୍ଞା)କୁ ନେଇ ଗଠିତ ହୋଇଛି ‘ଚନ୍ଦ୍ରଯାନ-2’ । ଏହା ଆସନ୍ତା ସେପ୍ଟେମ୍ବର 6 କିମ୍ବା 7 ତାରିଖ ମଧ୍ୟରେ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଅବତରଣ କରିବ । ଏହାପରେ ରୋଭର ଲ୍ୟାଣ୍ଡଠାରୁ ଅଲଗା ହୋଇ ଚନ୍ଦ୍ରପୃଷ୍ଠରେ 14 ଦିନ ପର୍ଯ୍ୟନ୍ତ ଅନୁଧ୍ୟାନ ଜାରି ରଖିବ । ‘ଚନ୍ଦ୍ରଯାନ-2’ ସମୁଦାୟ 13 ଭାରତୀୟ ବୈଜ୍ଞାନିକଙ୍କ ଉପକରଣକୁ ନିଜ ସାଙ୍ଗରେ ଧରିଯିବ ।

Intro:Body:

BLANK

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.