ନୂଆଦିଲ୍ଲୀ: କୋରୋନା ଭାଇରସ ବିପଦ ଦିନକୁ ଦିନ ବଢିବାରେ ଲାଗିଛି । ଏଭଳି ପରିସ୍ଥିତିରେ ସମସ୍ତେ ପରସ୍ପର ସହ ଯୋଡି ରହିବା ପାଇଁ ଚାହାଁନ୍ତି କିନ୍ତୁ ଅନେକ ଲୋକ ଟଙ୍କା କାରବାର ସମୟରେ ଅନେକ ସମସ୍ୟା ଭୋଗୁଛନ୍ତି ।
ଉଲ୍ଲେଖଥାଉ କି, ଆଜି କାଲି ଡିଜିଟାଲ ପେମେଣ୍ଟ ସେବା ଗୁଗୁଲ ପେ, ଫୋନପେ ଇତ୍ୟାଦିର ବହୁତ ଚାହିଦା ରହିଛି । ମାତ୍ର ଏଥିପାଇଁ ଆମକୁ ଆପ୍ ଡାଉନଲୋଡ୍ କରିବାକୁ ପଡୁଛି । ଯାହା ସମସ୍ତେ ପସନ୍ଦ କରୁନାହାଁନ୍ତି । ଯଦି ଆପଣ ମଧ୍ୟ ଏହି ସମସ୍ୟା ନେଇ ଚିନ୍ତିତ ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ରହିଛି । କାରଣ ଆପଣଙ୍କ ଫୋନରେ ଥିବା ହ୍ବାଟ୍ସଆପ୍ ଏହାର ଏକ ବିକଳ୍ପ ହୋଇପାରେ | କାରଣ ହ୍ବାଟ୍ସଆପ୍ ପେମେଣ୍ଟ (UPI) ଉପରେ ଆଧାରିତ | ଏହାପାଇଁ କମ୍ପାନୀ ଦେଶର ବଡ ବ୍ୟାଙ୍କ ଯେପରିକି ଆଇସିଆଇସିଆଇ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ଆକ୍ସିସ ବ୍ୟାଙ୍କ, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଇତ୍ୟାଦି ସହ ସହଭାଗୀ ହୋଇଛି । ଯଦି ଆପଣ ଏପର୍ଯ୍ୟନ୍ତ ହ୍ବାଟ୍ସଆପ୍ ବ୍ୟବହାର କରିନାହାଁନ୍ତି, ତେବେ ଆପଣ ଏହାକୁ କିପରି ବ୍ୟବହାର କରିପାରିବେ ଆମେ ଆପଣଙ୍କୁ କହିବୁ...
ସର୍ବପ୍ରଥମେ, ସ୍ମାର୍ଟଫୋନରେ ଆପଣଙ୍କର ହ୍ବାଟ୍ସଆପ ଆକାଉଣ୍ଟ ଖୋଲନ୍ତୁ । ତା’ପରେ ଉପର ଡାହାଣରେ ଆପଣଙ୍କୁ ତିନୋଟି ବିନ୍ଦୁ ଦେଖାଯିବ, ଏଥିରେ କ୍ଲିକ୍ କରିବା ପରେ ସେଟିଂକୁ ଯାଆନ୍ତୁ | ବର୍ତ୍ତମାନ ପେମେଣ୍ଟ ଅପ୍ସନ୍ ଉପରେ ଟ୍ୟାପ୍ କରିବା ପରେ, ଆପଣଙ୍କୁ 'ପେମେଣ୍ଟ ଆଡ୍ ଅପସନ ଆସିବ । ପରେ ଆପଣଙ୍କୁ ଅପ୍ସନ୍ ଉପରେ ଟ୍ୟାପ୍ କରିବାକୁ ପଡିବ । ଶେଷରେ ଆପଣଙ୍କ ଆକାଉଣ୍ଟ ଯେଉଁଠି ଅଛି ସେହି ବ୍ୟାଙ୍କକୁ ବାଛନ୍ତୁ | ଧ୍ୟାନ ଦିଅନ୍ତୁ ଆପଣଙ୍କ ମୋବାଇଲ୍ ନମ୍ବର ସେହି ଆକାଉଣ୍ଟ ସହିତ ଲିଙ୍କ୍ ହୋଇଥିବା ଆବଶ୍ୟକ ।
ଏହାପରେ, ଆପଣଙ୍କୁ ସେହି ନମ୍ବରରେ ଏକ ଓଟିପି ଯିବ । ପରେ ଆପଣ ନିଜ ବ୍ୟାଙ୍କର ଏକ ତାଲିକା ଦେଖିବେ । ଯାହା ଆପଣଙ୍କର ଫୋନ୍ ନମ୍ବର ସହିତ ଲିଙ୍କ୍ ହୋଇଛି । ଏବେ ଆପଣ ବ୍ୟବହାର କରିବାକୁ ଚାହୁଁଥିବା ଖାତା ଚୟନ କରନ୍ତୁ | ଏହା ପରେ, ଡନ୍ ଉପରେ ଟ୍ୟାପ୍ କରନ୍ତୁ । ବର୍ତ୍ତମାନ ଆକାଉଣ୍ଟ୍ ସେଟିଙ୍ଗ୍ ପ୍ରକ୍ରିୟା ଶେଷ ହେବ ।
ଟଙ୍କା ପଠାଯିବାର ପ୍ରକ୍ରିୟା
ଆପଣ ଟଙ୍କା ପଠାଇବାକୁ ଚାହୁଁଥିବା ହ୍ବାଟ୍ସଆପ କଣ୍ଟାକ୍ଟ ଚାଟ୍ ଖୋଲନ୍ତୁ । ଯଦି ଆପଣ ଜଣେ ଆଣ୍ଡ୍ରଏଡ୍ ୟୁଜର୍ ତେବେ ସେହି ବଟନ୍ ବ୍ୟବହାର କରନ୍ତୁ | ଯଦି ଆପଣ ଜଣେ ଆଇଫୋନ୍ ବ୍ୟବହାରକାରୀ, ତେବେ ପ୍ଲସ୍ ବଟନ୍ ଉପରେ ଟ୍ୟାପ୍ କରନ୍ତୁ ।
ଟଙ୍କା ପଠାଇବାକୁ, କେବଳ ପେମେଣ୍ଟ ବଟନ୍ ଉପରେ ଟ୍ୟାପ୍ କରନ୍ତୁ, ଏହାପରେ ଆକାଉଣ୍ଟ୍ ଚୟନ କରନ୍ତୁ । ଏହାପରେ ଆପଣ ଟଙ୍କା ପଠାଇ ପାରିବେ । ସେହିପରି ହ୍ବାଟ୍ସଆପ ହିଷ୍ଟ୍ରିରେ ଆପଣ ନିଜର ସମସ୍ତ ବିବରଣୀ ପାଇପାରିବେ ।