ETV Bharat / bharat

ଏଣିକି ଗୁଗୁଲ ପେ’ରେ ଯୋଡି ହେବ ଏକାଧିକ ବ୍ୟାଙ୍କ ଆକାଉଣ୍ଟ - ଲାଟେଷ୍ଟ ଆପ୍‌ ଅପଡେଟ

ଏଣିକି ଆପଣ ବି ନିଜ ସୁବିଧା ମୁତାବକ ଗୁଗୁଲ ପେ’ରେ ଯୋଡି ପାରିବେ ଏକାଧିକ ବ୍ୟାଙ୍କ ଆକାଉଣ୍ଟ । ଏଥିପାଇଁ ଆପଣଙ୍କୁ ଫଲୋ କରିବାକୁ ହେବ କିଛି ସହଜ ଷ୍ଟେପ୍ସ । ଅଧିକ ପଢନ୍ତୁ...

google pay news, technology news, latest app update, ଗୁଗୁଲ ପେ, ଲାଟେଷ୍ଟ ଆପ୍‌ ଅପଡେଟ, ଟେକ୍ନୋଲୋଜି ନ୍ୟୁଜ୍‌
ଏଣିକି ଗୁଗୁଲ ପେ’ରେ ଯୋଡି ହେବ ଏକାଧିକ ବ୍ୟାଙ୍କ ଆକାଉଣ୍ଟ
author img

By

Published : Dec 9, 2019, 3:28 PM IST

ହାଇଦ୍ରାବାଦ: ଡିଜିଟାଲ ଯୁଗର ମଡର୍ଣ୍ଣ ୱାଲେଟ ସାଜିଛି ଗୁଗୁଲ ପେ’ । ଅଧିକାଂଶ ଲୋକଙ୍କ ବର୍ତ୍ତମାନ ପ୍ରଥମ ପସନ୍ଦ ଏହି ଆପ୍‌ । ଏହା ସାହାଯ୍ୟରେ ବିନା କୌଣସି ସମୟ ବିନିମୟରେ ଅତି ସହଜରେ ହୋଇପାରୁଛି ଟଙ୍କା ନେଣଦେଣ । ଆଉ ଏଥିପାଇଁ ଆକର୍ଷଣୀୟ ସ୍କ୍ରାଚ କାର୍ଡ ଓ ପର୍ବ ପର୍ବାଣୀ ଅଫର ସହ ୟୁଜର୍ସଙ୍କୁ ମିଳୁଛି ଭରପୂର ଲାଭ । ତେବେ ପୂର୍ବରୁ ଏଥିରେ କେବଳ ଗୋଟିଏ ବ୍ୟାଙ୍କ ଆକାଉଣ୍ଟର ବ୍ୟବହାର ହେବାର ବ୍ୟବସ୍ଥା ଥିବା ବେଳେ ଏବେ ଆସିଛି ସାମାନ୍ୟ ପରିବର୍ତ୍ତନ ।

ଏଣିକି ଆପଣ ବି ନିଜ ସୁବିଧା ମୁତାବକ ଗୁଗୁଲ ପେ’ରେ ଯୋଡି ପାରିବେ ଏକାଧିକ ବ୍ୟାଙ୍କ ଆକାଉଣ୍ଟ । ଏଥିପାଇଁ ଆପଣଙ୍କୁ ଫଲୋ କରିବାକୁ ହେବ କିଛି ସହଜ ଷ୍ଟେପ୍ସ । ଜାଣନ୍ତୁ କ’ଣ ରହିଛି ଏହାର ପ୍ରକ୍ରିୟା :

  • ଗୁଗୁଲ ପେ’ ଖୋଲି ପ୍ରଥମେ ଏହାର ଡାହାଣ ପାର୍ଶ୍ବ ଉପରେ ଥିବା ‘ଟ୍ୟାପ୍‌ ଅନ୍‌ ମୋର’ (ତିନି ଲାଇନ)ଆଇକନ ଉପରେ ଟ୍ୟାପ କରନ୍ତୁ ।
  • ସେଟିଙ୍ଗ ଅପ୍ସନକୁ ଯାଇ ସେଠାରେ ପେମେଣ୍ଟ ମେଠଡ ଉପରେ କ୍ଲିକ କରନ୍ତୁ ।
  • ପେମେଣ୍ଟ ମେଥଡରେ ବ୍ୟାଙ୍କ ଆକାଉଣ୍ଟ ଅପ୍ସନରେ କ୍ଲିକ କରନ୍ତୁ ।
  • ବର୍ତ୍ତମାନ ଲିଷ୍ଟରେ ନିଜ ବ୍ୟାଙ୍କ ନାମ ସିଲେକ୍ଟ କରନ୍ତୁ ଓ ବ୍ୟାଙ୍କର କାର୍ଡ ଡିଟେଲ୍ସ ଭର୍ତ୍ତି କରନ୍ତୁ ।
  • ଏବେ ଆପ୍‌କୁ ଆପଣଙ୍କ ବ୍ୟାଙ୍କ ଡିଟେଲ୍ସ ଭେରିଫାଏ କରିବାକୁ କିଛି ସମୟ ଦିଅନ୍ତୁ ।
  • ଏସଏମଏସରେ ଆସିଥିବା କୋଡ ଦ୍ବାରା ବ୍ୟାଙ୍କ ଡିଟେଲ୍ସ ଭେରିଫାଏ କରାନ୍ତୁ । ଏହାପରେ ‘କ୍ରିଏଟ ୟୁପିଆଇ ପିନ୍‌’ ଅପ୍ସନରେ କ୍ଲିକ କରନ୍ତୁ ।
  • ଏବେ ନିଜର ନୂଆ ୟୁପିଆଇ ପିନ୍‌ ଇନସର୍ଟ କରନ୍ତୁ ଓ ଏହାକୁ କନଫର୍ମ କରାନ୍ତୁ ।

ଏହାଛଡା ଆପଣ ପ୍ରାଇମେରୀ ବ୍ୟାଙ୍କ ଆକାଉଣ୍ଟ ସେଟିଙ୍ଗ ଅପ୍ସନରେ ବି ଗୁଗୁଲ ପେ’ରେ ଏକାଧିକ ବ୍ୟାଙ୍କ ଆକାଉଣ୍ଟ ଯୋଡିପାରିବେ ।

  • ପ୍ରଥମେ ସେଟିଙ୍ଗକୁ ଯାଆନ୍ତୁ ।
  • ଏଠାରେ ‘ଗୋ ଟୁ ପେମେଣ୍ଟ ମେଥଡ’ ଅପ୍ସନକୁ ଯାଆନ୍ତୁ ।
  • ଏଠାରେ ନିଜ ପ୍ରାଥମିକତା ହିସାବରେ ବ୍ୟାଙ୍କ ଆକାଉଣ୍ଟ ସିଲେକ୍ଟ କରନ୍ତୁ ।
  • ଏହାପରେ ‘ସିଲେକ୍ଟ ଆଜ୍‌ ପ୍ରାଇମେରୀ ଆକାଉଣ୍ଟ’ ଅପ୍ସନରେ କ୍ଲିକ କରି ଆକାଉଣ୍ଟ ଯୋଡନ୍ତୁ ।

Intro:Body:

testing

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.