ETV Bharat / bharat

ଆମ୍ବେଦକରଙ୍କ 128ତମ ଜନ୍ମଜୟନ୍ତୀ: ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ - birthday

ଭାରତ ରତ୍ନ ଡଃ ବି ଆର ଆମ୍ବେଦକରଙ୍କର ଆଜି ହେଉଛି 128ତମ ଜନ୍ମଜୟନ୍ତୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ସମ୍ବିଧାନ ପ୍ରଣେତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ନାଗପୁରରେ ଆୟୋଜନ ହୋଇଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ।

ଫାଇଲ ଫଟୋ
author img

By

Published : Apr 14, 2019, 12:07 PM IST

ନୂଆଦିଲ୍ଲୀ: ଭାରତ ରତ୍ନ ଡଃ ବି ଆର ଆମ୍ବେଦକରଙ୍କର ଆଜି ହେଉଛି 128ତମ ଜନ୍ମଜୟନ୍ତୀ। ସମ୍ବିଧାନ ପ୍ରଣେତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶତକୋଟି ପ୍ରଣାମ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏହି ଅବସରରେ ଦିକ୍ଷା ଭୂମି ନାଗପୁରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ରହିଛି। ପଢନ୍ତୁ ତାଙ୍କ ଜୀବନ ସହ ଜଡିତ କିଛି ଖବର....

ଦଳିତ ହେବା କାରଣରୁ ଆମ୍ବେଦକରଙ୍କୁ ଅବହେଳା କରାଯାଉଥିଲା। ସେ ରହୁଥିବା ଅଞ୍ଚଳରରେ ଜଣେ ହିଁ ମାତ୍ର ପରୀକ୍ଷାରେ ପାସ କରି ହାଇସ୍କୁଲରେ ପହଞ୍ଚିଥିଲେ। ଦଳିତ ହେବା କାରଣରୁ ଆମ୍ବେଦକର ଅବହେଳିତ ହେଉଥିଲେ। ସ୍କୁଲରେ ପଢୁଥିବା ସମୟରେ ତାଙ୍କୁ କୌଣସି ବାସନକୁସନ ଛୁଇଁବାକୁ ଅନୁମତି ଦିଆଯାଉ ନଥିଲା। ଯେଉଁଥିରେ ଅଲଗା ଛାତ୍ରଛାତ୍ରୀ ପାଣି ପିଉଥିବେ।

  • संविधान निर्माता और सामाजिक न्याय के प्रणेता बाबासाहेब डॉ. भीमराव अम्बेडकर को उनकी जयंती पर सादर नमन। जय भीम! pic.twitter.com/KIZVJC725r

    — Chowkidar Narendra Modi (@narendramodi) April 14, 2019 " class="align-text-top noRightClick twitterSection" data=" ">

ସେ 15 ବର୍ଷର ହେବା ସମୟରେ ତାଙ୍କୁ ଏକ 9 ବର୍ଷର ଝିଅ ସହ ବିବାହ କରି ଦିଆଯାଇଥିଲା। ଏହାପରେ 1913 ମସିହାରେ ଆମ୍ବେଦକର ବମ୍ବେ ୟୁନିଭରସିଟିରୁ ଅର୍ଥଶାସ୍ତ୍ର ଓ ରାଜନୀତି ଶାସ୍ତ୍ରରେ ଡିଗ୍ରୀ ହାସଲ କରିଥିଲେ। ପରେ କଲମ୍ବିଆ ୟୁନିଭରସିଟିରୁ ପୋଷ୍ଟଗ୍ରାଜୁଏଟ କରିବା ପାଇଁ ଆମେରିକା ଯାଇଥିଲେ।

ଭାରତ ସ୍ବାଧୀନ ହେବା ପରେ 1947ରେ ଆମ୍ବେଦକର ଦେଶର ପ୍ରଥମ ଆଇନମନ୍ତ୍ରୀ ହେବାର ପ୍ରସ୍ତାବ ଗ୍ରହଣ କରିଥିଲେ। ଜାତିପ୍ରଥା ଉପରେ ଦୁଃଖ ପ୍ରକାଶ କରି ଆମ୍ବେଦକର କହିଛନ୍ତି ଯେ ଦେଶର ଭାଗ୍ୟ ସେବେ ବଦଳିବ ଯେବେ ହିନ୍ଦୁ-ମୁସଲିମ ଉଚ୍ଚ ଜାତିର ରାଜନୀତିରୁ ମୁକ୍ତି ପାଇବେ।

ତେବେ ସମ୍ବିଧାନ ଲେଖିବା ପରେ ଆମ୍ବେଦକର ନିଜ ଭାଷଣରେ କହିଥିଲେ ଯେ ଆମେ ସବୁଠାରୁ ଭଲ ସମ୍ବିଧାନ ଲେଖିପାରିବୁ କିନ୍ତୁ ଏହାର ସଫଳ ପ୍ରଣୟନ ତାହା ଉପରେ ନିର୍ଭର କରୁଛି ଯିଏ ଦେଶକୁ ଶାସନ କରିବ ।

Intro:Body:

gfgffg

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.