ETV Bharat / bharat

ଫାରୁକଙ୍କ ବିରୋଧରେ ଲାଗିଥିବା ପିଏସଏ କଣ? ଜାଣନ୍ତୁ... - jammu and kashmir

ଜମ୍ମୁ ଓ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସର ମୁଖ୍ୟ ଫାରୁକ ଅବଦୁଲ୍ଲାଙ୍କ ବିରୋଧରେ ଲାଗୁ ହୋଇଛି ପବ୍ଲିକ ସେଫ୍ଟି ଆକ୍ଟ(ପିଏସଏ)। ତେବେ ଏହି ଆକ୍ଟ କଣ ଆସନ୍ତୁ ଜାଣିବା।

ଡିଜାଇନ ଫଟୋ
author img

By

Published : Sep 17, 2019, 8:29 AM IST

ଭୁବନେଶ୍ବର: ନ୍ୟାସନାଲ କନଫରେନ୍ସ ଅଧ୍ୟକ୍ଷ ତଥା ଜମ୍ମୁ ଓ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କ ବିରୋଧରେ ଲାଗୁ କରାଯାଇଛି ପବ୍ଲିକ ସେଫ୍ଟି ଆକ୍ଟ(ପିଏସଏ) । ଏହି ଆକ୍ଟ ଲାଗୁ ହୋଇଥିବା ବ୍ୟକ୍ତିଙ୍କ ବିରୋଧରେ କୌଣସି ମାମଲା ନଥିଲେ ମଧ୍ୟ ବିନା ବିଚାରରେ ତାଙ୍କୁ 2 ବର୍ଷ ପର୍ଯ୍ୟନ୍ତ ଅଟକ ରଖାଯାଇପାରିବ।

ତେବେ ଏହି ପିଏସଏ କଣ ? କାହା ବିରୋଧରେ ଏହା ଲାଗୁ କରାଯାଏ ? ଆସନ୍ତୁ ଜାଣିବା...

ପିଏସଏ ତଥା ପବ୍ଲିକ ସେଫ୍ଟି ଆକ୍ଟ ଯାହାକୁ ଜମ୍ମୁ ଓ କଶ୍ମୀର ସରକାର 1978 ମସିହା ଏପ୍ରିଲ 8 ତାରିଖରେ ରାଜ୍ୟରେ ଲାଗୁ କରିଥିଲେ । ସେ ସମୟରେ ଫାରୁକ ଅବଦୁଲ୍ଲାଙ୍କ ପିତା ତଥା ଶେଖ୍‌ ଅବଦୁଲ୍ଲା ମୁଖ୍ୟମନ୍ତ୍ରୀ ଥିଲେ । ଏହି ଆଇନ ବଳରେ ସରକାର 16 ବର୍ଷରୁ ଉର୍ଦ୍ଧ୍ବ ଯେକୌଣସି ବ୍ୟକ୍ତିକୁ 2 ବର୍ଷ ପର୍ଯ୍ୟନ୍ତ ଅଟକ ରଖିପାରିବେ।

ସେତେବେଳେ ଜମ୍ମୁ ଓ କଶ୍ମୀରରେ ଦେଖାଦେଇଥିବା କାଠ ଚୋରିକୁ ରୋକିବାକୁ ଏହି ଆଇନ ପ୍ରଣୟନ କରାଯାଇଥିଲା। ତେବେ ଏହାକୁ 1990 ମସିହା ପରେ ସାଧାରଣତଃ ଆତଙ୍କବାଦୀ, ବିଚ୍ଛିନ୍ନତାବାଦୀ ଓ ପଥର ଫିଙ୍ଗାଳୀଙ୍କ ବିରୋଧରେ ଲାଗୁ କରାଯାଉଛି।

2016 ମସିହାରେ ବୁରାହାନ ୱାନିର ମୃତ୍ୟୁ ପରେ ପାଖାପାଖି 100 ଜଣ ପଥର ଫିଙ୍ଗାଳୀଙ୍କୁ ପିଏସଏ ଲାଗୁ କରାଯାଇ ଅଟକ ରଖାଯାଇଥିଲା। ଏହି ଆଇନ ଅନୁସାରେ ଯେ କୌଣସି ବ୍ୟକ୍ତି ରାଜ୍ୟର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବା ସରକାର ଅନୁଭବ କରିବେ ତାକୁ 2 ବର୍ଷ ପର୍ଯ୍ୟନ୍ତ ଅଟକ ରଖିପାରିବେ।

ତେବେ ଏହି ଆଇନ ବଳରେ 2012 ରୁ 2018 ସୁଦ୍ଧା 200 ମାମଲା ହୋଇଛି । ଏହାସହ 2007ରୁ 2016 ମସିହା ପର୍ଯ୍ୟନ୍ତ 2400 ଜଣଙ୍କ ବିରୋଧରେ ଏହି ଆଇନ ଲାଗୁ ହୋଇଥିବାବେଳେ କୋର୍ଟ 58 ପ୍ରତିଶତ ମାମଲା ଖାରଜ କରିଥିଲେ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.