ETV Bharat / bharat

କୁସଂସ୍କାର ବିରୋଧିରେ ଲଢୁଛନ୍ତି ‘ସାଇକେଲ ଦିଦି’ - ସାଇକେଲ ଦିଦି

କୁସଂସ୍କାର ବିରୋଧରେ ଲଢି ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ‘ସାଇକେଲ ଦିଦି’ ଓରଫ ଇସରତ ଖାତୁନ । ସ୍ବଳ୍ପ ବୟସରେ ନିଜ ପିତାଙ୍କୁ ହରାଇ ଥିବା ଇସରତ ସମସ୍ୟା ସହିତ ଢେର ଲଢିଛନ୍ତି । ନିଜେ ସ୍ବାବଲମ୍ବୀ ହେବା ସହିତ ସମାଜରେ କୁସଂସ୍କାର ବିରୋଧରେ ଲଢେଇ ଆରମ୍ଭ କରିଥିଲେ । ଖାଲି ସେତିକି ନୁହେଁ, ଗାଁର ଅନେକ ଗରିବ ଝିଅଙ୍କୁ ସ୍ବାବଲମ୍ବୀ କରିପାରିଛନ୍ତି । ଅଧିକ ପଢନ୍ତୁ...

cycle didi
author img

By

Published : Oct 4, 2019, 9:02 PM IST

ପାଟନା: ପଥପ୍ରାନ୍ତ ନାଟକରୁ ପ୍ରେରଣା ପାଇଥିଲେ ସେ । ପ୍ରେରଣା ପାଇବା ପରଠାରୁ ସମାଜରେ ପ୍ରଚଳିତ କୁସଂସ୍କାର ବିରୋଧରେ ଲଢିବା ପାଇଁ ଜିଦ କରିଥିଲେ । ଆଉ ସାଇକେଲରେ ଏ ଗାଁରୁ ସେ ଗାଁ ବୁଲି ଲୋକମାନଙ୍କୁ କୁସଂସ୍କାର ବିରୋଧରେ ବୁଝାଇବାକୁ ଚେଷ୍ଟା କରିଥିଲେ । କିଛି ସଫଳତା ମଧ୍ୟ ପାଇଥିଲେ । ଆଉ ନିଜ ନାଁ ବଦଳରେ ପରିଚୟ ପାଇଥିଲେ ‘ସାଇକେଲ ଦିଦି’ ।

bihar
ସାଇକେଲ ଦିଦି

ସାଇକେଲ ଦିଦି କହିଲେ ବିହାରର ନକ୍ସଲ ପ୍ରଭାବିତ ଅଞ୍ଚଳର ଏକ ଜଣାଶୁଣା ନାଁ । ନାଁ ଇସରତ ଖାତୁନ । ଯେଉଁ ନାମରେ କିନ୍ତୁ ଖୁବ କମ ଲୋକ ଜାଣିଥାନ୍ତି । କିନ୍ତୁ ସାଇକେଲ ଦିଦି ପରିଚୟରେ ବେଶ ଭଲଭାବରେ ପରିଚିତ ହୋଇଥାନ୍ତି । ପଞ୍ଚମ ଶ୍ରେଣୀ ପାସ କରିଛନ୍ତି ଇସରତ । ଶିକ୍ଷାଗତ ଓ ଆର୍ଥିକ କ୍ଷେତ୍ରରେ ଦୁର୍ବଳ ରହିଥିଲେ ମଧ୍ୟ ଲୋକମାନଙ୍କୁ ବିଭିନ୍ନ ପ୍ରକାର ସଚେତନ କରିବାରେ ତାଙ୍କୁ ପ୍ରଥମେ ଖୋଜା ପଡ଼େ ।

bihar
ସାଇକେଲ ଦିଦି

କେବଳ ସେ ସଚେତନ କରିନାହାଁନ୍ତି, ବରଂ ସେ ତାଙ୍କ ଭଳି ଅନେକ ସ୍ବଳ୍ପ ଶିକ୍ଷିତ, ଗରୀବ ଝିଅମାନଙ୍କୁ ସ୍ବାବଲମ୍ବୀ କରାଇ ପାରିଛନ୍ତି । ଗରିବୀ କଣ ସେ ବୁଝିଛନ୍ତି । ଆଉ ସେଥିପାଇଁ ବୋଧହୁଏ ଏହାର ସମାଧାନ ପାଇଁ ସେ ଏକ ସିଲାଇ କେନ୍ଦ୍ର ଖୋଲି ସେଠାରେ ଡ୍ରେସ ପ୍ରସ୍ତୁତ କରି ତାହାକୁ ବିକ୍ରି କରିବା ସହିତ ଗରିବ ଝିଅମାନଙ୍କୁ ନିଜ ଗୋଡ଼ରେ ଛିଡା ହେବା ପାଇଁ ପ୍ରୟାସ ମଧ୍ୟ କରି ଆସୁଛନ୍ତି ।

ଏନେଇ ଇସରତ କୁହନ୍ତି, ବାପାଙ୍କ ମୃତ୍ୟୁ ପରେ ପରିବାର ଚଳିବା ଏକ ପ୍ରକାର କଷ୍ଟସାଧ୍ୟ ହୋଇ ପଡ଼ିଥିଲା । ମା' ଘରେ ବାହାରେ କାର୍ଯ୍ୟ କରି ଘର ଚଳାଇଥାନ୍ତି । ତେବେ ଆର୍ଥିକ ସମସ୍ୟା କାରଣରୁ ତାଙ୍କ ବହି ବସ୍ତାନୀରେ ଡୋରି ବନ୍ଧା ହୋଇଥିଲା । ପରେ ସେ ମଧ୍ୟ ଘର ଚଳାଇବାରେ ମା’ଙ୍କୁ ସହାୟତା କରିଥିଲେ । ସେହି ସମୟରେ କିଛି ସାମାଜିକ ଅନୁଷ୍ଠାନ ସହାୟତାରେ ସିଲାଇ ଶିକ୍ଷା ଗ୍ରହଣ କରିଥିଲେ । ଶିକ୍ଷା ଗ୍ରହଣ ପରେ ଆଜି ସେ ନିଜ ଗୋଡ଼ରେ ଛିଡ଼ା ହେବା ସହିତ ଅନେକ ଝିଅ ମାନଙ୍କ ପାଇଁ ରୋଲ ମଡେଲ ପାଲଟିଛନ୍ତି ।

ତେବେ ନିଜ ସମସ୍ୟା ଓ ସାମାଜିକ କୁସଂସ୍କାର ବିରୋଧରେ ଲଢିବା ପାଇଁ ସେ ଗ୍ରାମବାସୀଙ୍କ ଠାରୁ ବେଶ ପ୍ରେରଣା ପାଇଥିଲେ । ଏନେଇ ଗ୍ରାମବାସୀମାନେ କୁହନ୍ତି ଇସରତ ଗ୍ରାମର ଅନେକ ଗରିବ ଝିଅମାନଙ୍କୁ ସାହାଯ୍ୟ କରିଆସୁଛନ୍ତି । ଏପରିକି ଅନେକ ବାଲ୍ୟବିବାହକୁ ମଧ୍ୟ ରୋକିବାରେ ସମର୍ଥ ହୋଇଥିଲେ ଇସରତ । ଫଳରେ ଗ୍ରାମରେ ଅନେକ ପରିବର୍ତ୍ତନ ଆଣିବାରେ ସେ ମୂଖ୍ୟ ଭୁମିକା ତୁଲାଇଛନ୍ତି ବୋଲି ଗ୍ରାମବାସୀମାନେ କହିଛନ୍ତି ।

Intro:Body:

मिलिए जमुई की 'साइकिल-दीदी' से, विपरित परिस्थितियों से लड़ते हुए समाज में पेश कर रही मिसाल

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.