ନୂଆଦିଲ୍ଲୀ: ନିକଟରେ ଭାଇରାଲ ହୋଇଛି ଏକ ଏପରି ଭିଡିଓ ଯାହାକୁ ଆପଣ ଦେଖିଲେ ନିଶ୍ଚୟ ଡରିଯିବେ । ଜଣେ ବ୍ୟକ୍ତି ଏକ ବିରାଟ କୋବ୍ରାଙ୍କୁ 'ଗାଧୋଇ' ଦେଉଛନ୍ତି । ଏଭଳି ଚମତ୍କାର ଦୃଶ୍ୟକୁ କଏଦ କରିଛନ୍ତି ଭାରତୀୟ ବନ ସେବା ଅଧିକାରୀ ସୁଶାନ୍ତ ନନ୍ଦ । ସେ ନିଜ ଟ୍ୱିଟର ପେଜରେ ସେୟାର କରିଥିବା ଭିଡିଓରେ ବ୍ୟକ୍ତି ସାପର ମୁଣ୍ଡରେ ପାଣି ଢାଳୁଥିବାର ଦୃଶ୍ୟ ରହିଛି ।
ଆଶ୍ଚର୍ଯ୍ୟର ବିଷୟ ଯେ, ସାପଟି ବ୍ୟକ୍ତିଙ୍କ ଉପରେ ଆକ୍ରୋଶର ଲକ୍ଷଣ ଦେଖାଉ ନାହିଁ। ଏହି ବ୍ୟକ୍ତି - ସାପକୁ ନିୟନ୍ତ୍ରଣ କରିବାରେ ତାଲିମପ୍ରାପ୍ତ ଥିବା ଭଳି ଲାଗୁଛନ୍ତି । ସତର୍କତାର ସହିତ ବିରାଟ କୋବ୍ରା ମୁଣ୍ଡରେ ବାଲ୍ଟିରେ ପାଣି ଢାଳୁଛନ୍ତି । ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମରେ ଭିଡିଓ ସେୟାର କରିବାବେଳେ ନନ୍ଦ ତାଙ୍କ ଫଲୋୟର୍ସ ମାନଙ୍କୁ ଚେତାବନୀ ଦେଇଛନ୍ତି ଯେ ଘରେ ଏଭଳି ଷ୍ଟଣ୍ଟ ଚେଷ୍ଟା କରନ୍ତୁ ନାହିଁ। ଏହା ବିପଜ୍ଜନକ ହୋଇପାରେ।
ରବିବାର ଦିନ ପୋଷ୍ଟ ହେବା ପରଠାରୁ, 51 ସେକେଣ୍ଡର ଭିଡିଓ ଟୁଇଟରରେ 73,000 ରୁ ଅଧିକ ଭ୍ୟୁ ଏବଂ ସାପ ହ୍ୟାଣ୍ଡେଲରଙ୍କ ସାହସକୁ ପ୍ରଶଂସା କରି ମତ୍କାର କମେଣ୍ଟ ମଧ୍ୟ ଦେଇଛନ୍ତି ୟୁଜର୍ସ ।କିଛି ବ୍ୟକ୍ତି ଏହି ବ୍ୟକ୍ତିଙ୍କୁ ବନ୍ୟଜନ୍ତୁ ସଂରକ୍ଷଣବାଦୀ ତଥା ସାପ ବିଶେଷଜ୍ଞ ସୁରେଶ ବୋଲି ଚିହ୍ନଟ କରିଛନ୍ତି।