ETV Bharat / bharat

ଚାଷୀ ଆନ୍ଦୋଳନକୁ ନେଇ ସାମ୍ନାମାମ୍ନି ଖଟ୍ଟର-ଅମରିନ୍ଦର

କୃଷି ଆଇନ ବିରୋଧରେ ଚାଷୀଙ୍କ ପ୍ରଦର୍ଶନକୁ ନେଇ ଏବେ ସାମ୍ନାସାମ୍ନି ହୋଇଛନ୍ତି ପଞ୍ଜାବ ଓ ହରିୟାଣା ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...

author img

By

Published : Nov 29, 2020, 9:54 PM IST

ଚାଷୀ ଆନ୍ଦୋଳନକୁ ନେଇ ସାମ୍ନାମାମ୍ନି ଖଟ୍ଟର-ଅମରିନ୍ଦର
ଚାଷୀ ଆନ୍ଦୋଳନକୁ ନେଇ ସାମ୍ନାମାମ୍ନି ଖଟ୍ଟର-ଅମରିନ୍ଦର

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଚାଷୀଙ୍କ ପ୍ରଦର୍ଶନକୁ ନେଇ ଏବେ ସାମ୍ନାସାମ୍ନି ହୋଇଛନ୍ତି ପଞ୍ଜାବ ଓ ହରିୟାଣା ମୁଖ୍ୟମନ୍ତ୍ରୀ । ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ଚାଷୀଙ୍କ ବିରୋଧରୁ ହରିୟାଣାରେ କୋରୋନା ବିସ୍ତାର ହେବ ବୋଲି ସେ ଚିନ୍ତିତ ଅଛନ୍ତି । ହେଲେ ମହାମାରୀ ସମ୍ବନ୍ଧରେ ତାଙ୍କର ଟ୍ରାକ୍ ରେକର୍ଡ ଅତ୍ୟନ୍ତ ଖରାପ ରହିଛି । ଯଦି ସେ ଗମ୍ଭୀର, ତେବେ ସେ ରାଜ୍ୟ ଭିତରେ ଚାଷୀଙ୍କୁ ଅଟକାଇବା ଉଚିତ ନୁହେଁ | ସେମାନଙ୍କୁ ତୁରନ୍ତ ଦିଲ୍ଲୀ ଯିବାକୁ ଅନୁମତି ଦିଆଯିବା ଦରକାର ।

ଏହାପୂର୍ବରୁ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଅଭିଯୋଗ କରିଛନ୍ତି ଯେ କେତେକ ରାଜନୈତିକ ଦଳ ଏବଂ ସଂଗଠନ କେନ୍ଦ୍ରର କୃଷି ଆଇନ ବିରୋଧରେ ଚାଷୀ ଆନ୍ଦୋଳନକୁ ଉସକାଇବାରେ ଲାଗିଛନ୍ତି । ଖଟ୍ଟର ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କୁ ଟାର୍ଗେଟ କରି କହିଛନ୍ତି ଏହି ପ୍ରସଙ୍ଗରେ ତାଙ୍କ ସହ କଥାବାର୍ତ୍ତା କରିବାକୁ ଚାହୁଁଛନ୍ତି ଏବଂ ତିନି ଦିନ ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟାଳୟକୁ ଟେଲିଫୋନ କରିଛନ୍ତି କିନ୍ତୁ ସେ ଏହାର ଉତ୍ତର ଦେଇ ନାହାଁନ୍ତି ।

ହେଲେ ଅମରିନ୍ଦର ସିଂ ଖଟ୍ଟରଙ୍କ ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ବାରମ୍ବାର ଚେଷ୍ଟା ସତ୍ତ୍ବେ ସେ ହରିୟାଣାର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବାର ସୁଯୋଗ ପାଇନାହାନ୍ତି । ସିଂ କହିଛନ୍ତି ଯେ ସେ ଦିଲ୍ଲୀ ଯାଉଥିବା ଚାଷୀଙ୍କ ଉପରେ ହୋଇଥିବା ଦମନ ପାଇଁ କ୍ଷମା ନମାଗିବା ପର୍ଯ୍ୟନ୍ତ ସେ ଖଟ୍ଟରଙ୍କ ସହ କଥାବାର୍ତ୍ତା କରିବେ ନାହିଁ ।

ଏହି ଆନ୍ଦୋଳନ ଏକ ଷଡଯନ୍ତ୍ର ବୋଲି ଦାବି କରି ଖଟ୍ଟର ଗୁରୁଗ୍ରାମରେ ଗଣମାଧ୍ୟମକୁ କହିଛନ୍ତି ଯେ ପଞ୍ଜାବର ବିରୋଧୀ ଚାଷୀଙ୍କୁ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନେ ନିର୍ଦ୍ଦେଶ ଦେଉଛନ୍ତି । ସେ କହିଛନ୍ତି ଯେ ପଞ୍ଜାବର କୃଷକମାନେ ଏହି ଆନ୍ଦୋଳନ ଆରମ୍ଭ କରିଛନ୍ତି ଏବଂ କିଛି ରାଜନୈତିକ ଦଳ ତଥା ସଂଗଠନ ଏହାକୁ ପ୍ରାୟୋଜିତ କରୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.