ଗୌହାଟୀ: ଇଂଲଣ୍ଡର ପୂର୍ବତନ ଅଧିନାୟକ କେଭନ ପିଟରସନ କାଜିରଙ୍ଗା ଜାତୀୟ ଉଦ୍ୟାନରେ ପୃଥିବୀ ପ୍ରସିଦ୍ଧ ସିଙ୍ଗା ଗଣ୍ଡାଙ୍କ ଉପରେ ଏକ ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର ସୁଟିଂ କରିଛନ୍ତି । ଏହି ଅବସରରେ ସେ ଅଷ୍ଟ୍ରେଲିଆରୁ ଆସିଥିବା ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦ୍ଦେଶକଙ୍କ ସହ ଆସାମ ପରିବେଶ ଓ ଜଙ୍ଗଲ ବିଭାଗ ମନ୍ତ୍ରୀ ପରିମଲ ଶୁକ୍ଳବୈଦ୍ୟଙ୍କୁ ଭେଟିଛନ୍ତି ।
ପିଟରସନ କାଜିରଙ୍ଗା ସହ ମାନସ ଜାତୀୟ ଉଦ୍ୟାନ ଓ ପୋବିତୋରା ବନ୍ୟଜୀବ ଅଭୟାରଣ୍ୟ ପରିଦର୍ଶନ କରିବେ । ସେହିପରି ମାର୍ଚ୍ଚ 11ରେ ଅନୁଷ୍ଠିତ ହେବାକୁ ଥିବା କାଜିରଙ୍ଗା ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସେ କାଜିରଙ୍ଗାରେ ଆସନ୍ତା 7 ତାରିଖ ପର୍ଯ୍ୟନ୍ତ ରହିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ