ETV Bharat / bharat

କାର ପାଇଁ କିଣିଲେ ଦାମୀ ନମ୍ବର, ଦାମ ଜାଣିଲେ ଉଡିଯିବ ହୋସ୍‌

ସେ ତାଙ୍କ ନୀଳରଙ୍ଗରେ Porsche 718 Boxster miami ଗାଡି ପାଇଁ ଯେଉଁ ନମ୍ବର ଆଣିଛନ୍ତି ତାହାର ଦାମ୍‌ ଶୁଣି ଆଶ୍ଚର୍ଯ୍ୟ ଲାଗୁଛି । ତାଙ୍କ ଗାଡିର ରେଜିଷ୍ଟ୍ରେସନ ନମ୍ବର ହେଉଛି KL-01-CK-1 । ଆଉ ଏଥିପାଇଁ ସେ ଖର୍ଚ୍ଚ କରିଛନ୍ତି  ୩୧ ଲକ୍ଷ ଟଙ୍କା।

author img

By

Published : Feb 6, 2019, 9:23 AM IST

ଥିରୁଭାନନ୍ତପୁରମ: କୋଟି କୋଟି ଟଙ୍କାରେ କାର କିଣିଥିବା କଥା ସମସ୍ତେ ଜାଣିଥିବେ । ହେଲେ ଏବେ ଏମିତି ଏକ ନମ୍ବର ପ୍ଲେଟର ଚର୍ଚ୍ଚା ଚାଲିଛି ଯାହାର ଦାମ୍‌ ଶୁଣିଲେ ଯେ କେହି ବି ତାଜୁବ ହୋଇଯିବେ । ଅମିରପଣିଆ ଦେଖାଇବାକୁ ହେଉ ଅବା ସଉକରେ ଲୋକେ ଏମିତି କିଛି କରିଥାନ୍ତି ଯାହା ଆପଣଙ୍କୁ ଭାବିବା ପାଇଁ ବାରମ୍ବାର ବାଧ୍ୟ କରିବ । ଏହାସହ ଆପଣ କିଛି ସମୟ ପାଇଁ ବିସ୍ମିତ ହୋଇଯିବେ କାର ନମ୍ବର କିଣିବା ପାଇଁ ଖର୍ଚ୍ଚ କରଯାଇଥିବା ରକମ ଶୁଣି । କେବଳ ସଉକିଆ ସ୍ପେଶାଲ ଫ୍ୟାନ୍ସି ନମ୍ବର ପାଇଁ ପାଖାପାଖି 31 ଲକ୍ଷ ଟଙ୍କା ଖର୍ଚ୍ଚ କରିଦେଇଛନ୍ତି ଜଣେ ବ୍ୟବସାୟୀ ।

ଜଣାଯାଇଛି ଯେ ଦେବୀ ଫାର୍ମାର ପରିଚାଳନା ନିର୍ଦ୍ଦେଶକ କେ. ଏସ୍‌. ବାଲାଗୋପାଳ । କେରଳର ସବୁଠାରୁ ଦାମୀ ନମ୍ବର କିଣି ଚର୍ଚ୍ଚା ପରିସରକୁ ଆସିଛନ୍ତି । ସେ ତାଙ୍କ ନୀଳରଙ୍ଗରେ Porsche 718 Boxster miami ଗାଡି ପାଇଁ ଯେଉଁ ନମ୍ବର ଆଣିଛନ୍ତି ତାହାର ଦାମ୍‌ ଶୁଣି ଆଶ୍ଚର୍ଯ୍ୟ ଲାଗୁଛି । ତାଙ୍କ ଗାଡିର ରେଜିଷ୍ଟ୍ରେସନ ନମ୍ବର ହେଉଛି KL-01-CK-1 । ଆଉ ଏଥିପାଇଁ ସେ ଖର୍ଚ୍ଚ କରିଛନ୍ତି ୩୧ ଲକ୍ଷ ଟଙ୍କା। ଏହା ଏବେ କେବଳ କେରଳ ନୁହେଁ, ଭାରତର ମଧ୍ୟ ସବୁଠାରୁ ଦାମୀ ନମ୍ବର ବୋଲି କୁହାଯାଉଛି।

କେରଳ ଆରଟିଓ ନିକଟ ଅତୀତରେ ଏକ ସ୍ବତନ୍ତ୍ର ସିରିଜ ନମ୍ବର ସଂଖ୍ୟା ଲୋକମାନଙ୍କର ଚାହିଦାକୁ ଆଖି ଆଗରେ ରଖି ନିଲାମ ପ୍ରକ୍ରିୟାରେ ସାମିଲ କରିଥିଲା । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା ଯେ ଏହି ନମ୍ବର କିଣିବା ପାଇଁ 500ଟଙ୍କାରୁ ବିଡ୍‌ ଆରମ୍ଭ କରାଯାଇଥିଲା । ପରେ ପରେ ଏହାର ଦାମ ବଢିବାରେ ଲାଗିଥିଲା । ଶେଷରେ ବାଲାଗୋପାଲ ଏନଆରଆଇ ୟୁସୁଫଙ୍କୁ 25ଲକ୍ଷ ଟଙ୍କାକୁ ପଛରେ ପକାଇ 30ଲକ୍ଷରେ ଏହି ଦାମୀ ନମ୍ବରକୁ ହାସଲ କରିଛନ୍ତି । ଏହାପୂର୍ବରୁ ବାଲାଗୋପାଲ 1ଲକ୍ଷ ଟଙ୍କା ଦେଇ ନିଲାମ ପ୍ରକ୍ରିୟାରେ ଭାଗ ନେଇଥିଲେ ।

undefined

ତେବେ ଏହି ଫ୍ୟାନ୍ସି ନମ୍ବର ପାଇଁ ଅନ୍ୟ ଦୁଇ ଜଣ ମଧ୍ୟ ଆବେଦନ କରିଥିଲେ । କେରଳର ସାଇନ ୟୁସେଫ 25 ଲକ୍ଷ ଟଙ୍କା ଓ ଆରକେ ଆନନ୍ଦ ଗଣେଶ 10 ଲକ୍ଷ ଟଙ୍କା ଦେବାକୁ ପ୍ରସ୍ତୁତ ରହିଥିଲେ । ମାତ୍ର ତାଙ୍କୁ ମାତ ଦେଇ ବାଲାଗୋପାଲ ନାୟର 30 ଲକ୍ଷ ଟଙ୍କାରେ ଏହି ଫ୍ୟାନ୍ସି ନମ୍ବରକୁ କିଣିଥିଲେ ।

Intro:Body:

କାର ପାଇଁ ଦାମୀ ନମ୍ବର, ଦାମ ଜାଣିଲେ ଉଡିଯିବ ହୋସ୍‌

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.