ETV Bharat / bharat

କେରଳ ଜନାଦେଶ

author img

By

Published : Dec 17, 2020, 8:05 AM IST

ପୌର ନିର୍ବାଚନରେ କେରଳରେ ଏଲଡିଏଫର ବିପୁଳ ବିଜୟ ଆଗାମୀ ଚାରି ପାଞ୍ଚ ମାସ ମଧ୍ୟରେ ହେଉଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଦଳର ମନୋବଳ ଅନେକାଂଶରେ ବଢାଇଦେଇଛି । ଅଧିକ ପଢନ୍ତୁ...

କେରଳ ଜନାଦେଶ
କେରଳ ଜନାଦେଶ

ଦେଶରେ ନିକଟରେ ଅନୁଷ୍ଠିତ ନିର୍ବାଚନରେ ମତଦାନ ମୁଖ୍ୟତଃ ଜାତି ଓ ଧର୍ମକୁ ଆଧାର କରି ଧ୍ରୁବିକରଣ ହୋଇଥିବା ଦେଖାଯାଇଥିବା ବେଳେ କେରଳ ପୌର ନିର୍ବାଚନରେ ମତଦାନରେ ଏକ ଭଲ ସୂଚନା ମିଳିଛି ଯାହାକି ସ୍ବାଗତଯୋଗ୍ୟ। ବିଜେପି ଦ୍ବାରା ବିଚ୍ଛିନ୍ନତାବାଦୀ କୌଶଳ ଏବଂ ବିଜେପିକୁ ସୁହାଇଲା ଭଳି କଂଗ୍ରେସ ନେତୃତ୍ବାଧୀନ ୟୁନାଇଟେଡ ଡେମୋକ୍ରାଟିକ ଫ୍ରଣ୍ଟ ବା ୟୁଡିଏଫ ଭୂମିକାର କୌଣସି ସୁଫଳ ମିଳିନାହିଁ। ଲୋକେ ସିପିଏମ ନେତୃତ୍ବାଧୀନ ବାମ ସାମ୍ମୁଖ୍ୟ ସରକାରଙ୍କ ଦ୍ବାରା ଚାଲିଥିବା ବିକାଶମୂଳକ କାର୍ଯ୍ୟ ଉପରେ ଭରସା ରଖି ଶାସକ ଦଳକୁ ଭୋଟ ଦେଇଛନ୍ତି। ପୌର ନିର୍ବାଚନରେ କେରଳରେ ଏଲଡିଏଫର ବିପୁଳ ବିଜୟ ଆଗାମୀ ଚାରି ପାଞ୍ଚ ମାସ ମଧ୍ୟରେ ହେଉଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଦଳର ମନୋବଳ ଅନେକାଂଶରେ ବଢାଇଦେଇଛି।

ମୁଖ୍ୟମନ୍ତ୍ରୀ ପି. ବିଜୟନ ଥିଲେ ଏଲଡିଏଫ ପ୍ରଚାର ଅଭିଯାନରେ ମୁଖ୍ୟ ଆକର୍ଷଣ ଏବଂ ଦଳର ସ୍ଲୋଗାନ ଥିଲା ‘ଭୋଟ ଫର ଡେଭଲପମେଣ୍ଟ’। ନିକଟରେ ଏଲଡିଏଫ ସରକାରରେ ନେତାଙ୍କୁ ଯେପରି ବିରୋଧୀ ମିଳିତ ଭାବେ ଆକ୍ରମଣ କରିଥିଲେ ତାହା ପୂର୍ବରୁ ନିକଟ ଅତୀତରେ କେରଳରେ କୌଣସି ସରକାର ସାମ୍ନା କରିନଥିଲେ। ଭୂଲ ସୂଚନା, ଅର୍ଦ୍ଧ ସତ୍ୟ ଉପରେ ଆଧାରିତ ଖବରକୁ ନେଇ ସଂଖ୍ୟାଧିକ ଗଣମାଧ୍ୟମ ସଂସ୍ଥା ସହିତ ବିଜେପି ଏବଂ କଂଗ୍ରେସ ଏଲଡିଏଫ ବିରୁଦ୍ଧରେ ଯେତେବଳେ କୁତ୍ସାରଟନା କରି ପ୍ରଚାର ଚଳାଇଥିଲା, ସେତେବେଳେ ସରକାରଙ୍କୁ ଲୋକଙ୍କ ପାଖରେ ତାଙ୍କର ମତ ରଖିବାକୁ ଅତ୍ୟନ୍ତ କଷ୍ଟ କରିବାକୁ ପଡ଼ିଥିଲା, ବିଶେଷକରି ତିନି ଚରଣରେ ହୋଇଥିବା ନିର୍ବାଚନ ପାଖାପାଖି ସରକାର ବିରୋଧୀଙ୍କ ଆକ୍ରମଣର କଡ଼ା ମୁକାବିଲା କରିଥିଲେ। ତେବେ ସେ ଯାହାହେଉ ଫଳାଫଳ ପ୍ରମାଣ କରିଦେଇଥିଲା ଯେ, ବିରୋଧୀଙ୍କ ସମାଲୋଚନା ବର୍ତ୍ତମାନର ସରକାରଙ୍କ ବିକାଶମୂଳକ କାର୍ଯ୍ୟର ସଫଳତା ଆଗରେ ବିଫଳ ହୋଇଥିଲା। ସାଧାରଣ ଲୋକେ ସେମାନଙ୍କ ନିତିଦିନିଆ ଜୀବନଯାପନର ଆବଶ୍ୟକତା ଉପରେ ମୁଖ୍ୟତଃ ଆଲୋଚନା କରିଥିଲେ। ଛଅଟି ନିଗମ ମଧ୍ୟରୁ ତିନିଟିରେ ସ୍ପଷ୍ଟ ବହୁମତ ହାସଲ କରି ଏଲଡିଏଫ ଶାସନ କରିବ ଏବଂ ଆଉ ଦୁଇଟି ନିଗମ-କୋଚି ଏବଂ ଥ୍ରୀସୁରରେ ସ୍ବାଧୀନ ଏବଂ ବିଦ୍ରୋହୀଙ୍କ ସମର୍ଥନରେ ମଧ୍ୟ ଶାସନକ୍ଷମତା ଛଡାଇ ଆଣିପାରେ। 14ଟି ଜିଲ୍ଲା ପଞ୍ଚାୟତ କଥା ବିଚାରକୁ ନେଲେ ଏଲଡିଏଫ 2015 ନିର୍ବାଚନ ତୁଳନାରେ ଭଲ ପ୍ରଦର୍ଶନ କରିଛି ଏବଂ ଏହା ମଧ୍ୟରୁ 10ଟିରେ ବିଜୟୀ ହୋଇଛି। 2015 ନିର୍ବାଚନରେ ଦଳ ମାତ୍ର 7ଟିରେ ବିଜୟୀ ହୋଇଥିଲା। ମ୍ୟୁନିସିପାଲିଟି କ୍ଷେତ୍ରରେ ଏଲଡିଏଫକୁ ବିଶେଷ ସଫଳତା ମିଳିନାହିଁ। 86ଟି ମ୍ୟୁନିସିପାଲିଟି ମଧ୍ୟରୁ ଦଳ ମାତ୍ର 35ଟିରେ ବିଜୟୀ ହୋଇଛି। ଏ କ୍ଷେତ୍ରରେ ବିଜେପି ନେତୃତ୍ବାଧୀନ ଏନଡିଏକୁ 2015 ନିର୍ବାଚନ ତୁଳନାରେ ଗୋଟିଏ ଅଧିକ ଆସନରେ ବିଜୟୀ ହୋଇଛି, ଦଳକୁ ଯାଇଛି ଦୁଇଟି ମ୍ୟୁନିସିପାଲିଟି। ୟୁଡିଏଫ ଏ କ୍ଷେତ୍ରରେ ଅଧିକ ପ୍ରଭାବ ବିସ୍ତାର କରି ପାରିଛି, ମେଣ୍ଟ 45ଟି ମ୍ୟୁନିସିପାଲିଟିରେ ଜିତିଛି। ଚାରିଟି ମ୍ୟୁନିସିପାଲିଟି ସ୍ବାଧୀନ ପ୍ରାର୍ଥୀଙ୍କ ହାତରେ ରହିଛି।

ଏଲଡିଏଫ 152ଟି ମଧ୍ୟରୁ 112ଟି ବ୍ଲକ ପଞ୍ଚାୟତରେ ବିଜୟୀ ହୋଇଛି। 2015 ନିର୍ବାଚନରେ ଏଲଡିଏଫ 89ଟି ବ୍ଲକ ପଞ୍ଚାୟତରେ ବିଜୟୀ ହୋଇଥିଲା। ୟୁଡିଏଫ କେବଳ ମାତ୍ର 40ଟି ବ୍ଲକ ପଞ୍ଚାୟତରେ ବିଜୟୀ ହୋଇଛି ଏବଂ ଅବଶିଷ୍ଟର ଫଳାଫଳ ଆସିବାକୁ ବାକି ରହିଛି। 941ଟି ଗ୍ରାମ ପଞ୍ଚାୟତ ମଧ୍ୟରୁ ଏଲଡିଏଫ 514 ଏବଂ ୟୁଡିଏଫ ଏବଂ ୟୁଡିଏଫ 377 ଏବଂ ଏନଡିଏ 22ଟିରେ ବିଜୟୀ ହୋଇଛି। ସ୍ବାଧୀନ ଏବଂ ଅନ୍ୟାନ୍ୟ ଛୋଟ ଛୋଟ ଦଳ 28ଟି ଗ୍ରାମ ପଞ୍ଚାୟତରେ ବିଜୟୀ ହୋଇଛନ୍ତି। କେରଳରେ ଚାଲିଥିବା ସ୍ବାୟତ୍ତ ଶାସନ ବ୍ୟବସ୍ଥା ଦେଶରେ ସର୍ବୋତ୍ତମ। ଏଠାରେ ପ୍ରଶାସନର ବିକେନ୍ଦ୍ରୀକରଣ ଅତି ଦକ୍ଷତାର ସହ ଚାଲି ଆସିଛି। ନିଜ ନିଜର ରାଜନୈତିକ ଅନୁବନ୍ଧିତ ସତ୍ତ୍ବ ସ୍ବାୟତ୍ତ ସଂସ୍ଥାଗୁଡ଼ିକର ସମ୍ପୃକ୍ତି କେରଳରେ କେତେ ସକ୍ରିୟ ତାହା ରାଜ୍ୟ ସମ୍ମୁଖୀନ ହେଉଥିବା ବିଭିନ୍ନ ପ୍ରକାର ବିପର୍ଯ୍ୟୟ ସମୟରେ ପ୍ରମାଣିତ। ରାଜ୍ୟରେ ପ୍ରଥମ ଥର ପାଇଁ ନିପା ଭାଇରସ ସଂକ୍ରମଣ ବେଳେ ପ୍ରଶାସନିକ ବିକେନ୍ଦ୍ରୀକରଣ ବ୍ୟବସ୍ଥା କେତେଦୂର ଫଳପ୍ରଦ ହୋଇଥିଲା ତାହା ବେଶ ପ୍ରମାଣିତ। କେରଳରେ ଭୟଙ୍କର ବନ୍ୟା ବିଭୀଷିକା ଦେଖା ଦେଇଥିବା ବେଳେ ସ୍ବାୟତ୍ତ ଶାସନ ସଂସ୍ଥାର ଗାଁରେ ଗାଁରେ ଯେଭଳି କାର୍ଯ୍ୟ କରିଥିଲେ ତାହା ବର୍ତ୍ତମାନର ସରକାରଙ୍କ ପ୍ରତିଳ ଲୋକଙ୍କ ଆସ୍ଥା ବଢାଇବାରେ ବେଶ ସହାୟକ ହୋଇଥିଲା। କୋଭିଡ ମହାମାରୀ ମୁକାବିଲା କରିବା ନେଇ ଯେତେବେଳେ ସାରା ବିଶ୍ବ ନିରୁପାୟ ଥିଲା ସେତେବେଳେ ବି କେରଳ ମହାମାରୀକୁ ଗାଁ ଗହଳିରେ କିପରି ନିୟନ୍ତ୍ରିତ କରି ପାରିଥିଲା ତାହା ସବୁଠି ଚର୍ଚ୍ଚା ହୋଇଥିଲା।

ଏପରି ସମୟରେ ନିଜର ସମୟୋପଯୋଗୀ ପଦକ୍ଷେପ ନେଇଥିବାରୁ ବର୍ତ୍ତମାନର ଶାସକ ଦଳକୁ ପୌର ନିର୍ବାଚନରେ ସଫଳତା ମିଳିଛି। ଦେଶରେ ପ୍ରଥମ କୋଭିଡ ମାମଲା ଚିହ୍ନଟ ହେବାର ମାତ୍ର କିଛି ସପ୍ତାହ ପରେ ଫେବ୍ରୁଆରି ମାସ ଆରମ୍ଭରେ କେରଳ ସରକାର ପ୍ରଥମ ରାଜ୍ୟ ଭାବେ 20 ହଜାର କୋଟି ଟଙ୍କାର ରିଲିଫ ପ୍ୟାକେଜ ଘୋଷଣା କରିଥିଲେ। ଏହାଦ୍ବାରା ଲକଡାଉନ କିମ୍ବା ବିନା କାମଧନ୍ଦା କାରଣରୁ କେରଳରେ କାହାରିକୁ ବି ଭୋକିଲା ରହିବାକୁ ଦିଆଯାଇନଥିଲା ଏବଂ ରାଜ୍ୟ ସାରା କମ୍ୟୁନିଟି କିଚେନ ବା ରୋଷଶାଳା ସ୍ଥାପନ କରାଯାଇଥିଲା। କାହାରି ବି ଆର୍ଥିକ ସ୍ଥିତି ବିଚାର ନକରି ପ୍ରତ୍ୟେକଟି ଘର, ପରିବାର ପାଇଁ ନିୟମିତ ଭାବେ ଖାଦ୍ୟ ସାମଗ୍ରୀ ଯୋଗାଣର ବ୍ୟବସ୍ଥା କରାଯାଇଥିଲା। ସରକାର ବାର୍ଦ୍ଧକ୍ୟ ପେନସନ ପରିମାଣ ବୃଦ୍ଧି କରିଥିଲେ ଏବଂ ସମାଜର ବିଭିନ୍ନ ବର୍ଗର କର୍ମଜୀବୀଙ୍କ ପାଇଁ ଅନେକ ପ୍ରକାର ସାମାଜିକ କଲ୍ୟାଣକର ଯୋଜନା ଓ ରିଲିଫ ପାଣ୍ଠିର ଶୁଭାରମ୍ଭ କରିଥିଲେ। ସାମାଜିକ ସଂଗଠନ ଏବଂ ଏନଜିଓମାନଙ୍କୁ ଗୋଟିଏ ଛତା ତଳକୁ ଆଣିବା ସହ ସମସ୍ତ ରିଲିଫ କାମକୁ ନେଇ ସମନ୍ବୟ ରଖିଥିଲେ। ଲୋକଙ୍କ ଆଖି ଆଗରେ ଏସବୁ ଘଟିଥିବାରୁ ପୌର ନିର୍ବାଚନରେ ଶାସକ ଦଳକୁ ଏହାର ସୁଫଳ ମିଳିଲା। ପୌର ନିର୍ବାଚନ ଫଳାଫଳ କେରଳରେ ଏକ ବିଚିତ୍ର ରାଜନୈତିକ ସମସ୍ୟା ମଧ୍ୟ ଛିଡ଼ା କରିଛି। ଫଳାଫଳକୁ ପ୍ରାଶାସନିକ ଏବଂ କିଛିଟା ରାଜନୈତିକ କ୍ଷେତ୍ରରେ ସ୍ବାଗତ କରାଯାଇଥିବା ବେଳେ ଅନ୍ୟପକ୍ଷରେ ଏହା ଏକ ନୂଆ ରାଜନୈତିକ ସ୍ଥିତି ସୃଷ୍ଟି କରିଛି। ସାରା ଦେଶରେ ନିଜର ଉପସ୍ଥିତି ଜାହିର କରିଥିବା ବିଜେପିକୁ ବିଳମ୍ବରେ ହେଲେ ମଧ୍ୟ କେରଳରେ କିଛିଟା ସଫଳତା ମିଳିଛି। କେରଳର ଗାଣତାନ୍ତ୍ରିକ ବ୍ୟବସ୍ଥାରେ ବିଜେପିକୁ ଅଧିକ ସଫଳତା ମିଳିନଥିଲେ ହେଁ, ରାଜ୍ୟରେ ଦଳ ଏବେ ତାର ଉପସ୍ଥିତି ଜାହିର କରିଥିବା ବେଶ ପ୍ରତୀୟମାନ ହେଉଛି। ଅନ୍ୟପକ୍ଷରେ ଦେଶର ଅନ୍ୟସବୁ ରାଜ୍ୟରେ ତଳକୁ ତଳ ଯାଉଥିବା କଂଗ୍ରେସର ସ୍ଥିତି ରାଜ୍ୟରେ ମଧ୍ୟ ଅନୁରୂପ ରହିଛି। ଏହାକୁ ବି ଅଣଦେଖା କରିହେବ ନାହିଁ। ରାଜ୍ୟର ରାଜନୈତିକ ପ୍ରାଣକେନ୍ଦ୍ର ରାଜଧାନୀ ତ୍ରିଭାନ୍ଦ୍ରମ କର୍ପୋରେସନରେ କଂଗ୍ରେସ ଦୁର୍ବଳ ହୋଇ ତୃତୀୟ ସ୍ଥାନକୁ ଖସି ଆସିଛି। କଂଗ୍ରେସ ମାତ୍ର 10ଟି ୱାର୍ଡରେ ସୀମିତ ରହିଥିବା ବେଳେ ବିଜେପି ଶହେ ୱାର୍ଡ ବିଶିଷ୍ଟ କର୍ପୋରେସନ କାଉନସିଲରୁ 35ଟି ୱାର୍ଡରେ ବିଜୟୀ ହୋଇଛି। 2015ରେ 43ଟି ଆସନ ପାଇଥିବା ଏଲଡିଏଫ ଏଥର 2020 ନିର୍ବାଚନରେ ଆସନ ସଂଖ୍ୟା 52କୁ ବୃଦ୍ଧି କରି ଶାସନ କ୍ଷମତା ବଜାୟ ରଖିଛି। ଏଥର ନିର୍ବାଚନରେ ବିଜେପିର ଏକମାତ୍ର ଲକ୍ଷ୍ୟ ଥିଲା ତ୍ରିଭାନ୍ଦ୍ରମ କର୍ପୋରେସନରେ କ୍ଷମତା ଛଡାଇ ଆଣିବା। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏବଂ ଦଳର ଅନ୍ୟାନ୍ୟ ନେତାମାନେ ଏଥିପାଇଁ ଏକ ବଡ ଯୋଜନା କରିଥିଲେ। ହେଲେ ଏହା ବିଫଳ ହୋଇଥିଲା ଏବଂ ବିଜେପିକୁ 2015 ନିର୍ବାଚନରେ ଯାହା ମିଳିଥିଲା ସେତିକିରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ଅବଶ୍ୟ ବିଜେପି ପ୍ରଥମ ଥର ପାଇଁ କାନୁର କର୍ପୋରେସନର ଗୋଟିଏ ୱାର୍ଡରେ ବିଜୟୀ ହୋଇଛି ଏବଂ ଉଭୟ ଗ୍ରାମ ପଞ୍ଚାୟତ ଓ ମ୍ୟୁନିସିପାଲିଟିରେ ତାହାର ସଂଖ୍ୟା ବଢାଇବାରେ ସଫଳ ହୋଇଛି। ଅନ୍ୟ ରାଜ୍ୟମାନଙ୍କରେ ବିଜେପି ନେତାମାନେ ‘କଂଗ୍ରେସ ମୁକ୍ତ’ର ଯେଉଁ ସ୍ଲୋଗାନ ଦେଇ ଆସୁଛନ୍ତି, ଠିକ ତାହାକୁ ଦୋହରାଇଛନ୍ତି ବିଜେପିର ରାଜ୍ୟ ଶାଖା ସଭାପତି କେ.ସୁରେନ୍ଦ୍ରନ। ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଆଗାମୀ ବିଧାନସଭା ନିର୍ବାଚନରେ କେରଳରେ ବିଜେପି ଏଲଡିଏଫର ମୁଖ୍ୟ ବିରୋଧ ହେବ।

ରାଜ୍ୟରେ ଦୃଢ ନେତୃତ୍ବର ଅଭାବରୁ କେରଳରେ କଂଗ୍ରେସର ଶକ୍ତି ଅନେକାଂଶରେ ଦୁର୍ବଳ ହେବାରେ ଲାଗିଛି। ଏଥିସହିତ ଦଳର ନେତାଙ୍କ ମଧ୍ୟରେ ମତଭେଦ ଓ ଗୋଷ୍ଠୀ ବିବାଦ ଦିନକୁଦିନ ବଢି ଚାଲିଛି। ଯୁଗ ଯୁଗ ଧରି ୟୁଡିଏଫରେ ରହି ଆସିଥିବା କେରଳ କଂଗ୍ରେସ(ଏମ)କୁ ମେଣ୍ଟରୁ ବାହାର କରିବା ନିଷ୍ପତ୍ତି କଂଗ୍ରେସ ନେତୃତ୍ବର ରାଜନୈତିକ ପରିପକ୍ବତାର ଅଭାବ ଦର୍ଶାଇଛି। କେରଳ କଂଗ୍ରେସ(ଏମ)ର ଉପସ୍ଥିତି କୋଟାୟାମ, ପାଥନମିଥିଟା ଏବଂ ଇଡୁକ୍କିର କିଛି ଅଞ୍ଚଳ ପୌର ନିର୍ବାଚନରେ ଏଲଡିଏଫର ବିପୁଳ ବିଜୟରେ ସହାୟକ ହୋଇଛି। କାରଣଏସବୁ ଅଞ୍ଚଳ ୟୁଡିଏଫର ଦୁର୍ଗ ଭାବେ ବିବେଚନା କରାଯାଏ। ମାଲାପୁରମ, କାସାରଗୁଡ ଏବଂ ୱେୟାନାଡ ଭଲି ଜିଲ୍ଲାରେ ଯେଉଁଠି ଇଣ୍ଡିଆନ ୟୁନିଅନ ମୁସଲିମ ଲିଗ ପ୍ରଭାବ ରହିଛି ସେଠାରେ ୟୁଡିଏଫ ବର୍ତ୍ତମାନ 2015ର ସ୍ଥିତି ବଜାୟ ରଖିପାରିଛି। ଏହା ଆଇୟୁଏମଏଲ ଯୋଗୁଁ ସମ୍ଭବପର ହୋଇ ପାରିଛି।

ଏହି ନିର୍ବାଚନରେ ଆଉ ଏକ ଦିଗ ହେଉଛି, ଭୋଟରମାନଙ୍କ ଦ୍ବାରା ଯୁବ ପ୍ରାର୍ଥୀମାନେ ଅଧିକ ଭାବେ ଗ୍ରହଣୀୟ ହୋଇଛନ୍ତି। ସବୁ ରାଜନୈତିକ ସାମ୍ମୁଖ୍ୟ ଯୁବ ପ୍ରାର୍ଥୀଙ୍କୁ ଛିଡ଼ା କରାଇଥିଲେ। କେତେକ କ୍ଷେତ୍ରରେ ପ୍ରାର୍ଥୀଙ୍କ ବୟସ 21 ଥିଲା, ସେମାନଙ୍କ ମଧ୍ୟରୁ ଅନେକ ବୟସ୍କ ପ୍ରତିଦ୍ବନ୍ଦ୍ବୀଙ୍କୁ ହରାଇବାରେ ସଫଳ ହୋଇଛନ୍ତି। ରାଜନୈତିକ ଦଳଗୁଡ଼ିକ ଛିଡ଼ା କରିଥିବା ମେୟର ପ୍ରାର୍ଥୀଙ୍କ ମଧ୍ୟରୁ ଅନେକ ଯେଉଁମାନେ ଅଭିଜ୍ଞ, ସେମାନେ ବିରୋଧୀ ଦଳର ଯୁବ ପ୍ରାର୍ଥୀଙ୍କ ଠାରୁ ପରାଜିତ ହୋଇଛନ୍ତି। ଏଥିରୁ ସ୍ପଷ୍ଟ ସୂଚନା ମିଳିଛି ଯେ ଯୁବ ବର୍ଗର ନେତାଙ୍କୁ ଭୋଟରମାନେ ଚାହୁଁଛନ୍ତି। ଦଳର ବଡ଼ ବଡ଼ ନେତାମାନେ କଣସବୁ କହିଛନ୍ତି ତାହା ଉପରେ ଭୋଟରମାନେ ନଜର ରଖି ଜନାଦେଶ ଦେଇଥିବା ମଧ୍ୟ ଏଥର ଫଳାଫଳରୁ ସୂଚନା ମିଳିଛି। ଗତ 25 ବର୍ଷ ଧରି ଶାସନ କରୁଥିବା ପୁଥୁପାଲି ପଞ୍ଚାୟତ ଯାହାକି ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡିଙ୍କ ନିର୍ବାଚନ ମଣ୍ଡଳୀରେ ଆସୁଛି ସେଠାରେ ଏଲଡିଏଫ ବିଜୟୀ ହୋଇଛି। ଏଲଡିଏଫ ପ୍ରାର୍ଥୀ ମଧ୍ୟ କେପିସିସି ସଭାପତି ଏମ. ରାମଚନ୍ଦ୍ରନଙ୍କ ୱାର୍ଡ ଏବଂ ବିରୋଧୀ ଦଳ ନେତା ରମେଶ ଚେନ୍ନିଥାଲାଙ୍କ ୱାର୍ଡରେ ବିଜୟୀ ହୋଇଛନ୍ତି।

ମୋଟାମୋଟି କହିବାକୁ ଗଲେ କେରଳ ଭୋଟର ଏହି ନିର୍ବାଚନରେ ଭୋଟ ଗ୍ରହଣ କେନ୍ଦ୍ରକୁ ଯିବା ପୂର୍ବରୁ ବେଶ ଭଲ ଭାବେ ସବୁ କିଛି ପରୀକ୍ଷା ନିରୀକ୍ଷା କରିଛନ୍ତି। କୁତ୍ସାରଟନା, ଭ୍ରଷ୍ଟାଚାର ଏବଂ ପ୍ରିୟାପ୍ରୀତିତୋଷଣକୁ ନେଇ ରାଜନୈତିକ ଅଭିଯୋଗ ସତ୍ତ୍ବେ ଏଲଡିଏଫ ତ୍ରୁଣମୂଳ ସ୍ତରରେ ଭୋଟରଙ୍କ ପାଖରେ ପହଞ୍ଚି ସେମାନଙ୍କୁ ବିକାଶର କଥା ବୁଝାଇବାରେ ସଫଳ ହୋଇପାରିଛି। ଏଥର ନିର୍ବାଚନରେ ଡିଜିଟାଲ ମିଡିଆ ଭଳି ସୋସିଆଲ ମିଡିଆ ଜନମତ ସୃଷ୍ଟି କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ପି.ବିଜୟନ କେରଳ ସିପିଏମରେ ନିଜକୁ ଜଣେ ନିର୍ବିବାଦୀୟ ଏବଂ ସର୍ବୋଚ୍ଚ ନେତା ଭାବେ ପୁଣି ଥରେ ସାବ୍ୟସ୍ତ କରିପାରିଛନ୍ତି। ଏହାକୁ ଆଧାର କରି ଏଲଡିଏଫ ନୂଆ ଆସ୍ଥାର ସହ ଆଗାମୀ ବିଧାନସଭା ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହେବ। ଏଲଡିଏଫକୁ ଲଗାତର ଦ୍ବିତୀୟ ଥର କ୍ଷମତାସୀନ ହେବାକୁ ରୋକିବା ପାଇଁ ୟୁଡିଏଫ ଏବଂ ଏନଡିଏକୁ ଅଧିକ ଶକ୍ତି ଯୋଗାଡ଼ କରିବାକୁ ପଡ଼ିବ।

କେ. ପ୍ରବୀଣ କୁମାର, ଡେପୁଟି ଏଡିଟର, ଇଟିଭି ଭାରତ, କେରଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.