ETV Bharat / bharat

ହାତୀଙ୍କ ଗତିବିଧି ଅନୁଧ୍ୟାନ ପାଇଁ ନବମ ଶ୍ରେଣୀ ଛାତ୍ର ନିର୍ମାଣ କଲେ ଡ୍ରୋନ - କେରଳ ଛାତ୍ରର ଡ୍ରୋନ ନିର୍ମାଣ

ହାତୀ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ କେରଳର ନବମ ଶ୍ରେଣୀର ଛାତ୍ର ଜୋୟାଲଙ୍କ ଡ୍ରୋନ୍ ତିଆରି। ଜୋୟାଲଙ୍କ ଡ୍ରୋନ୍ ହାତୀ ଗତିବିଧି ଉପରେ ନଜର ରଖିବାରେ ସାହାଯ୍ୟ କରିବ ଓ ଲୋକଙ୍କ ପ୍ରତି ଥିବା ବିପଦକୁ ଏଡାଇବ।

ବଣୁଆ ହାତୀଙ୍କ ଗତିବିଧି ଅନୁଧ୍ୟାନ ପାଇଁ କେରଳ ଛାତ୍ରର ଡ୍ରୋନ ନିର୍ମାଣ

author img

By

Published : Oct 13, 2020, 12:02 PM IST

ଥିରୁଅନନ୍ତପୁରମ: ମଣିଷ ଓ ହାତୀ ଲଢେଇରେ ପରିସମାପ୍ତି ଘଟୁନାହିଁ। ଅନେକ ସମୟରେ ବଣୁଆ ହାତୀ ଜନବସତି ମୁହାଁ ହେଉଥିବା ବେଳେ ଲକ୍ଷ ଲକ୍ଷ ଟଙ୍କାର ଧନଜୀବନ କ୍ଷୟକ୍ଷତି ଘଟୁଛି। ତେବେ ଏ ସମସ୍ତ ସମସ୍ୟାର ସମାଧାନ ବାହାର କରିଛନ୍ତି କେରଳର ଜଣେ କୁନି ଛାତ୍ର। ଛୋଟ ପ୍ୟାକେଟ ହେଲେ ବଡା ଧମାକା। ନବମ ଶ୍ରେଣୀରେ ପଢୁଥିବା ଏହି ଛାତ୍ର ଜଣକ ବଣୁଆ ହାତୀଙ୍କ ଗତିବିଧି ଅନୁଧ୍ୟାନ କରିବା ପାଇଁ ଏକ ଡ୍ରୋନ ନିର୍ମାଣ କରିଛନ୍ତି। ଏହି ଛାତ୍ରଙ୍କ ଦ୍ବାରା ନିର୍ମାଣ ଡ୍ରୋନକୁ କେରଳ ଏବଂ ତାମିଲନାଡୁର ରାଜ୍ୟ ସୀମାରେ ଥିବା ଉଦୁମ୍ବାନଚୋଲାରେ ପ୍ରବେଶ କରୁଥିବା ବଣୁଆ ହାତୀ ଉପରେ ନଜର ରଖିବା ପାଇଁ ବ୍ୟବହାର କରାଯିବ।

ସୂଚନା ଅନୁସାରେ, ଜଙ୍ଗଲ ଅଞ୍ଚଳରୁ ଆସିଥିବା ବଣୁଆ ହାତୀମାନେ ପ୍ରାୟତଃ ଜନବହୁଳ ଅଞ୍ଚଳ ତଥା ଚାଷ ଜମିରେ ପ୍ରବେଶ କରି ଜଙ୍ଗଲ ସୀମାରେ ରହୁଥିବା ଲୋକଙ୍କ ଜୀବନ, ​​ଫସଲ ଏବଂ ସମ୍ପତ୍ତି ପ୍ରତି ଗୁରୁତର ବିପଦ ସୃଷ୍ଟି କରିଥାନ୍ତି। ଏନେଇ ଅନେକ ଉପାୟ ଅବଲମ୍ବନ କରାଯାଇଥିଲେ ମଧ୍ୟ ସବୁକିଛି ବିଫଳ ହୋଇଛି । ଏନେଇ କୋଭିଡ୍ ଲକଡାଉନ୍ ସମୟରେ ବାଳକ ଜଣକ ଡ୍ରୋନ ନିର୍ମାଣ କାମ ଆରମ୍ଭ କରିଥିଲେ।

ବଣୁଆ ହାତୀଙ୍କ ଗତିବିଧି ଅନୁଧ୍ୟାନ ପାଇଁ କେରଳ ଛାତ୍ରର ଡ୍ରୋନ ନିର୍ମାଣ

ଖବର ଥାଉକି, କିଛି ବର୍ଷ ପୂର୍ବେ ଜୋୟାଲଙ୍କ ସହପାଠୀଙ୍କ ପିତା ଏକ ବଣୁଆ ହାତୀ ଆକ୍ରମଣରେ ନିହତ ହୋଇଥିଲେ। ଜୋୟାଲ ଦିଲ୍ଲୀ, ଗୁଜୁରାଟ ଏବଂ ମହାରାଷ୍ଟ୍ରରୁ ଡ୍ରୋନ୍ ତିଆରି କରିବା ପାଇଁ ଆବଶ୍ୟକ ସମସ୍ତ ସାମଗ୍ରୀ ଅର୍ଡର କରିଥିଲେ।

କେରଳ ଫ୍ଲାଏର୍ସ କ୍ଲବ ନାମକ ଏକ ବୈଷୟିକ ବିଶେଷଜ୍ଞ ଜୋୟାଲଙ୍କୁ ହ୍ବାଟସ୍ ଆପ୍ ପ୍ଲାଟଫର୍ମ ଏବଂ ଫୋନ୍ ମାଧ୍ୟମରେ ଡ୍ରୋନ୍ ତିଆରି ପ୍ରକ୍ରିୟାକୁ ପୁଙ୍ଖାନୁପୁଙ୍ଖ ଭାବରେ ସାହାଯ୍ୟ କରିଥିଲେ। ଶେଷରେ 25000 ଟଙ୍କା ମୂଲ୍ୟରେ ଏହି ଡ୍ରୋନ୍କ ତିଆରି କରାଯାଇଛି। ଡ୍ରୋନ୍ ସହିତ ସିଭିଲ୍ ଆଭିଏସନ୍ ଡାଇରେକ୍ଟୋରେଟ୍ ଜେନେରାଲ୍ (ଡିଜିସିଏ) ରେ ପଞ୍ଜୀକୃତ ହେବା ପରେ ଏଥିରେ ଏକ କ୍ୟାମେରା ଲଗାଯିବ ।

ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଜଙ୍ଗଲ ବିଭାଗ କର୍ମଚାରୀଙ୍କ ସହଯୋଗରେ ଜଙ୍ଗଲୀ ହାତୀମାନଙ୍କୁ ଦେଖିବା ପାଇଁ ଡ୍ରୋନ କ୍ୟାମେରା ଲଗାଇବାର ଯୋଜନା ରଖିଛନ୍ତି ଜୋୟାଲ। ଏହି ଡ୍ରୋନ୍ ହାତୀ ଗତିବିଧି ଉପରେ ନଜର ରଖିବାରେ ସାହାଯ୍ୟ କରିପାରିବ ଏବଂ ଫସଲ ନହେଲେ ଜୀବନ ପ୍ରତି ବିପଦକୁ ଏଡ଼ାଇବାରେ ସାହାଯ୍ୟ କରିବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.