ଥିରୁଅନନ୍ତପୁରମ: କ୍ଲାସ ରୁମରେ ସାପକୁ ବାଡେଇ ବାଡେଇ ମାରିଦେବାକୁ ଦେଖି ଜଣେ ପଞ୍ଚମ ଶ୍ରେଣୀ ଛାତ୍ରର ମୃତ୍ୟୁ ଘଟିଥିଲା । ଏପରି ଘଟଣା ଘଟିଥିଲା କେରଳ ୱାୟନାଡର ସୁଲତାନ ବଥେରୀ ସରକାରୀ ବିଦ୍ୟାଳୟରେ । ତେବେ ଶନିବାର ଶିକ୍ଷା ମନ୍ତ୍ରୀ ସି ରବୀନ୍ଦ୍ରନାଥ ମୃତ ଛାତ୍ର ସେହଲାର ବାସଭବନରେ ପହଞ୍ଚିଛନ୍ତି ।
ଆସନ୍ତା କ୍ୟାବିନେଟ ବୈଠକରେ ମୃତ ଛାତ୍ରର ପରିବାରକୁ କ୍ଷତିପୂରଣ ନେଇ ଆଲୋଚନା ହେବ । ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ଏଭଳି ଘଟଣାର ପୁନରାବୃତ୍ତି ନହେବା ପାଇଁ ପ୍ରତିଶୃତି ଦେଇଛନ୍ତି ଶିକ୍ଷାମନ୍ତ୍ରୀ ।
ରାଜ୍ୟର ସ୍କୁଲ ମାନଙ୍କ ଜରୁରୀ ବିକାଶ ପାଇଁ 2 କୋଟି ଟଙ୍କା ଅନୁମୋଦନ ହୋଇଛି । ଖୁବ ଶୀଘ୍ର ସମସ୍ତ ସ୍କୁଲର ବିକାଶରେ କାର୍ଯ୍ୟକ୍ଷମ ହେବ । ଶିକ୍ଷାମନ୍ତ୍ରୀ ସୁଲତାନ ବଥେରୀ ସ୍କୁଲ ମଧ୍ୟ ଗସ୍ତ କରିଛନ୍ତି । ଅନ୍ୟପଟେ ଏମଏସଏଫ କର୍ମୀ ଏବଂ ଯୁବ ମୋର୍ଚ୍ଚା କର୍ମୀ କଳାପତାକା ଦେଖାଇ ଶିକ୍ଷା ମନ୍ତ୍ରୀଙ୍କୁ ବିରୋଧ କରିଥିଲେ ।