ETV Bharat / bharat

କେରଳ ବିମାନବନ୍ଦରରେ ଆରମ୍ଭ ହେଲା ଆଣ୍ଟିବଡି ଟେଷ୍ଟ

author img

By

Published : Jun 28, 2020, 3:42 PM IST

କେରଳ ବିମାନବନ୍ଦରରେ ବିଦେଶୀମାନଙ୍କ ପାଇଁ ରାଜ୍ୟ ଆଣ୍ଟିବଡି ପରୀକ୍ଷା ଆରମ୍ଭ କରାଯାଇଛି ବୋଲି କେରଳ ସ୍ୱାସ୍ଥ୍ୟମନ୍ତ୍ରୀ କେ.କେ ଶୈଲଜା କହିଛନ୍ତି । COVID-19 ସଂକ୍ରମିତ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ଏବଂ ଚିକିତ୍ସା ସୁନିଶ୍ଚିତ କରିବା ପାଇଁ ଏଭଳି ବିସ୍ତୃତ ବ୍ୟବସ୍ଥା କରାଯାଇଛି । ଅଧିକ ପଢନ୍ତୁ...

କେରଳ ବିମାନବନ୍ଦରରେ ଆରମ୍ଭ ହେଲା ଆଣ୍ଟିବଡ଼ି ପରୀକ୍ଷା

ଥିରୁଅନନ୍ତପୁରମ: କେରଳ ବିମାନବନ୍ଦରରେ ଆରମ୍ଭ ହେଲା ଆଣ୍ଟିବଡ଼ି ପରୀକ୍ଷା । ତେବେ ବିମାନବନ୍ଦରରେ ବିଦେଶୀମାନଙ୍କ ପାଇଁ ରାଜ୍ୟ ଆଣ୍ଟିବଡି ପରୀକ୍ଷା ଆରମ୍ଭ କରିଛି ବୋଲି କେରଳ ସ୍ୱାସ୍ଥ୍ୟମନ୍ତ୍ରୀ କେ.କେ ଶୈଲଜା କହିଛନ୍ତି । COVID-19 ସଂକ୍ରମିତ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ଏବଂ ଚିକିତ୍ସା ସୁନିଶ୍ଚିତ କରିବା ପାଇଁ ଏଭଳି ବିସ୍ତୃତ ବ୍ୟବସ୍ଥା କରାଯାଇଛି। ତେବେ ଥିରୁବନନ୍ତପୁରମରର ଏର୍ନାକୁଲମ୍ , କୋଜିକୋଡେ ଏବଂ କନ୍ନୁର ବିମାନବନ୍ଦରରେ ଆଣ୍ଟିବଡି ପରୀକ୍ଷା କରିବା ପାଇଁ କିଓସ୍କ ବ୍ୟବସ୍ଥା କରାଯାଇଛି ।

ଏଚଏଲଏଲ ଲାଇଫ କେୟାର ଲିମିଟେଡ୍ ସହ ମିଳିତ ଭାବେ କିଓସ୍କ ସ୍ଥାପନ କରାଯାଇଛି ଏବଂ କେରଳ ମେଡିକାଲ୍ ସର୍ଭିସେସ୍ କର୍ପୋରେସନ୍ ଲିମିଟେଡ୍ (କେଏମ୍ଏସ୍ସିଏଲ୍) ମାଧ୍ୟମରେ 14,800 ଟେଷ୍ଟ କିଟ୍ ବ୍ୟବସ୍ଥା କରାଯାଇଛି। ଲୋକଙ୍କ ସଂଖ୍ୟା ବଢୁଥିବାରୁ ଅଧିକ ସଂଖ୍ୟକ କିଟ୍ ବ୍ୟବସ୍ଥା କରାଯିବ ବୋଲି କେରଳ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ତେବେ ଗର୍ଭବତୀ ମହିଳା, ନବଜାତ ଶିଶୁ ଏବଂ ମା, ଦଶ ବର୍ଷରୁ କମ୍ ବୟସ୍କ ପିଲା, ଦିବ୍ୟାଙ୍ଗ, ଅନ୍ୟ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଥିବା ବ୍ୟକ୍ତି, ବୃଦ୍ଧ ଏବଂ ପରିବାର ସଦସ୍ୟଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ଯେଉଁମାନେ ପଜିଟିଭ୍ ଚିହ୍ନଟ ହୁଅନ୍ତି ସେମାନଙ୍କୁ କୋଭିଡ ପ୍ରଥମ ଲାଇନ ଚିକିତ୍ସା କେନ୍ଦ୍ର ଏବଂ ଅନ୍ୟମାନଙ୍କୁ କ୍ବାରେଣ୍ଟାଇନକୁ ପଠାଯିବ। ଯଦି କ୍ବାରେଣ୍ଟାଇନରେ ଲୋକଙ୍କର ଲକ୍ଷଣ ଥାଏ ତେବେ ସେମାନଙ୍କୁ ମଧ୍ୟ ପ୍ରଥମ ଲାଇନ ଚିକିତ୍ସା କେନ୍ଦ୍ରକୁ ପଠାଯିବ ବୋଲି ସେ କହିଛନ୍ତି । ତେବେ ଏହା ସାହାଯ୍ୟରେ ଆମେ କିଛି ମିନିଟରେ ଆଣ୍ଟିବଡି ପରୀକ୍ଷଣର ଫଳାଫଳ ପାଇପାରିବା ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.