ETV Bharat / bharat

ହାଇକୋର୍ଟଙ୍କ ବିରୋଧରେ ସୁପ୍ରିମକୋର୍ଟ ଗଲେ କେରଳ ସରକାର

author img

By

Published : Dec 25, 2020, 6:43 PM IST

ହାଇକୋର୍ଟ ନିଷ୍ପତ୍ତି ଉପରେ ଆପତ୍ତି ଉଠାଇ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି କେରଳ ସରକାର । ଦୈନିକ 5000 ହଜାର ତୀର୍ଥ ଯାତ୍ରୀଙ୍କୁ ସାବରିମାଳ ଦର୍ଶନ ଅନୁମତି ଉପରେ ଆପତ୍ତି ଉଠାଇଛନ୍ତି ସରକାର । ଅଧିକ ପଢନ୍ତୁ...

Kerala moves SC against HC order to allow entry for 5000 pilgrims at Sabarimala
ହାଇକୋର୍ଟଙ୍କ ବିରୋଧରେ ସୁପ୍ରିମକୋର୍ଟ ଗଲେ କେରଳ ସରକାର

କୋଚି: ହାଇକୋର୍ଟଙ୍କ ରାୟକୁ ବିରୋଧ କରି ସୁପ୍ରିମକୋର୍ଟରେ ଗଲେ କେରଳ ସରକାର । ସଂକ୍ରମଣ ସମୟରେ ସାବରୀମାଳା ମନ୍ଦିରକୁ ଦୈନିକ 5000 ତୀର୍ଥଯାତ୍ରୀଙ୍କୁ ହାଇକୋର୍ଟଙ୍କ ଅନୁମତି ଉପରେ ଆପତ୍ତି ଉଠାଇ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ।

ମଣ୍ଡାଲାକାଲା ତୀର୍ଥଯାତ୍ରୀଙ୍କ ସମୟରେ ଗୋଟିଏ ଦିନରେ 5 ହଜାର ଯାତ୍ରୀ ସାବରମାଳା ମନ୍ଦିରକୁ ପ୍ରବେଶ କରିପାରିବେ ବୋଲି ହାଇକୋର୍ଟ ଅନୁମତି ଦେଇଛନ୍ତି । ତେବେ କୋଭିଡ ସଂକ୍ରମଣକୁ ଦେଖି ସମସ୍ତ କଟକଣା ସହ 2 ହଜାର ତୀର୍ଥଯାତ୍ରୀଙ୍କୁ ଅନୁମତି ଦିଆଯାଇଛି । ହଠାତ ହାଇକୋର୍ଟ ଏଥିରେ ପରିବର୍ତ୍ତନ ଆଣିବା ସହ ଏହାକୁ ବଢାଇ ଦେଇଛନ୍ତି । କୋଭିଡ ପରିସ୍ଥିତି ମଧ୍ୟରେ ଏତେ ସଂଖ୍ୟକ ତୀର୍ଥଙ୍କୁ ଅନୁମତି ଦେବା ବିପଦ ଦର୍ଶାଉଛି ।

ସୋମବାରରୁ ଶୁକ୍ରବାର ଦିନ ମନ୍ଦିରକୁ ଭର୍ଚୁଆଲି ଭାବେ 2000 ଲୋକଙ୍କୁ ଦର୍ଶନ କରିବାକୁ ଅନୁମତି ଦିଆଯାଇଛି । ଶନିବାର ଓ ରବିବାର ଛୁଟି ଦିନରେ 3000 ଯାତ୍ରୀ ଦେଖିପାରୁଛନ୍ତି । କଂଗ୍ରେସ ନେତା ଅଜୟ ଥରୟାଲି ଓ ଆୟପ୍ପା ସେବା ସମାଜମଙ୍କ ସମେତ ଅନେକ ନେତା ହାଇକୋର୍ଟରେ ଦିନକୁ 10 ହଜାର ଭକ୍ତଙ୍କୁ ମନ୍ଦିର ଦର୍ଶନ ଅନୁମତି ଦେବାକୁ ଦାବି କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.