ETV Bharat / bharat

ଲକଡାଉନ ନିୟମ ଭାଙ୍ଗି କେରଳରେ 1383 ଗିରଫ - କେରଳ ପୋଲିସ

ଶୁକ୍ରବାର ନୂଆ 39ଟି ପଜିଟିଭ ମାମଲା ସାମନାକୁ ଆସିଛି । ଫଳରେ ଏପର୍ଯ୍ୟନ୍ତ କେରଳରେ ମୋଟ 164 ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇସାରିଛନ୍ତି । ଅଧିକ ପଢନ୍ତୁ...

ଲକଡାଉନ ନିୟମ ଭାଙ୍ଗି କେରଳରେ 1383 ଗିରଫ
ଲକଡାଉନ ନିୟମ ଭାଙ୍ଗି କେରଳରେ 1383 ଗିରଫ
author img

By

Published : Mar 28, 2020, 8:06 AM IST

ଥିରୁଅନନ୍ତପୁରମ: ମହାରାଷ୍ଟ୍ର ପରେ କେରଳର ସ୍ଥିତି ବହୁତ ଖରାପ । କୋରୋନା ଭାଇରସରେ ରାଜ୍ୟର ଶତାଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ଶୁକ୍ରବାର ନୂଆ 39 ଜଣଙ୍କ ମାମଲା ସାମନାକୁ ଆସିଛି । ଯେଉଁମାନଙ୍କ ରିପୋର୍ଟ ପଜିଟିଭି ଆସିଛି । ଫଳରେ ଏପର୍ଯ୍ୟନ୍ତ କେରଳରେ ମୋଟ 164 ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇସାରିଛନ୍ତି ।

ତେବେ ପରିସ୍ଥିତି ଏତେ ଖରାପ ହେବା ପରେ ବି କେରଳରେ ଲୋକେ ସୁଧୁରୁନାହାନ୍ତି । ଏବେ ମଧ୍ୟ ଲୋକେ ଘରେ ନରହି ବାହାରେ ବୁଲୁଥିବାର ଦେଖାଯାଉଛି । ଏପରିକି ଅନେକ ଲୋକ ଲକଡାଉନ ନିୟମ ଭାଙ୍ଗି ଗାଡିମୋଟରରେ ସାମଗ୍ରୀ କିଣାକିଣି କରି ନେଉଛନ୍ତି । ସରକାରଙ୍କ ତାଗିଦ ସତ୍ତ୍ବେ ଲୋକେ ଘରେ ରହୁନାହାନ୍ତି । ଫଳରେ ପୋଲିସ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହୋଇଛି ।

ଖବର ଅନୁସାରେ କେରଳରେ ଏପର୍ଯ୍ୟନ୍ତ ଲକଡାଉନ ନିୟମ ଭାଙ୍ଗି 1383 ଜଣ ଗିରଫ ହୋଇଛନ୍ତି । ଏହାସହ 923ଟି ଗାଡି ଜବତ ହୋଇଛି । ସେହିପରି ଲକଡାଉନ ଭାଙ୍ଗିବା ଅଭିଯୋଗରେ ସାରା ରାଜ୍ୟରେ 7091ଟି ମାମଲା ରୁଜୁ ହୋଇଥିବା ପୋଲିସ ସୂଚନା ଦେଇଛି । ଲୋକଙ୍କୁ ପ୍ରଶାସନ ପକ୍ଷରୁ ବାରମ୍ବାର ତାଗିଦ ଓ ସଚେତନ ପରେ ବି ଲୋକେ ଶୁଣୁନଥିବା ଦେଖାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.